ଆରମ୍ଭ ହେଲା ସ୍ୱଚ୍ଛତା ଆପ୍

ଆରମ୍ଭ ହେଲା ସ୍ୱଚ୍ଛତା ଆପ୍


ଭୁବନେଶ୍ୱର :(କାଞ୍ଚନଟିଭି) ବିଏମ୍ସି ପକ୍ଷରୁ ଟ୍ରାଏଲ ରନରେ ଆରମ୍ଭ ହେଲା ସ୍ୱଚ୍ଛତା ଆପ୍ । ସ୍ୱଚ୍ଛତା ଅଭିଯାନକୁ ଅଧିକ ବ୍ୟବସ୍ଥିତ ଓ କ୍ରିୟାଶୀଳ କରିବ ଏହି ଆପ୍ । ଘରେ ଘରେ ଲାଗିବ କ୍ୟୁଆର୍ କୋଡ୍ । ଅଳିଆ ଗାଡି ବା ମୁଁ ସଫେଇବାଲା ଗାଡିକୁ ଟ୍ରାକିଂ କରିବ ଜିପିଏସ୍ । ୱାର୍ଡ ନମ୍ବର ୪୦ ଅନ୍ତର୍ଗତ ୟୁନିଟ-୧ ସରକାରୀ କଲୋନିରୁ ପରୀକ୍ଷାମୂଳକ ଭାବେ ଅ ।ରମ୍ଭ ହୋଇଛି ଏହି ଆପ୍ । ପର୍ଯ୍ୟାୟ କ୍ରମେ ଭୁବନେଶ୍ୱରରେ ସବୁ ଘର ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଲାଗିବ କ୍ୟୁଆର୍ କୋଡ । ବିଏମ୍ସିର ବିଭିନ୍ନ ସେବା ସମ୍ପର୍କିତ ତଥ୍ୟ ସଂଗ୍ରହ କରିବା, ଅଭିଯୋଗ ମଧ୍ୟ ଏହି ଆପ ଜରିଆରେ ହୋଇପାରିବ । ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ଉପସ୍ଥିତିରେ ସ୍ୱଚ୍ଛତା ଆପ୍ ଶୁଭାରମ୍ଭ ହୋଇଛି । ଆପ୍ରେକ୍ଲିକ ଫର କ୍ଲିନ୍ ଥିମ୍ ରହିଛି ।

ଆପ୍ରେ ଲୋକମାନେ ସେସ୍ପୁଲ ଗାଡ଼ି ବୁକ୍ କରିପାରିବାର ବ୍ୟବସ୍ଥା ରହିଛି । ବିବାହ ବ୍ରତ ଆଦିରେ ଆପ୍ ଦ୍ୱାରା ବିଏମସିର ସଫେଇ ଗାଡ଼ି ବୁକ୍ କରାଯାଇପାରିବ । ଆପ୍ ଦ୍ୱାରା ଗାଡ଼ି ବୁକିଂ କରି ଅର୍ଥ ପୈଠ କରାଯାଇପାରିବ । ସଫେଇ ସମ୍ପର୍କିତ ସବୁ ପ୍ରକାର ସୁବିଧା ଏଥିରେ ଉପଲବ୍ଧ ହେବ ବୋଲି ଜଣାପଡ଼ିଛି ।

Spread the love
CATEGORIES
TAGS
Share This

COMMENTS Wordpress (0) Disqus ( )

error: Content is protected !!