
ଓଡ଼ିଶା ଭୂସ୍ଖଳନ ପରେ ଗଜପତିରେ ପୁନରୁଦ୍ଧାର କାମ ଆରମ୍ଭ, ସ୍ଥାନୀୟ ପ୍ରଶାସନ, ଓଡ୍ରାଫ ଓ ଅଗ୍ନିଶମବାହିନୀ ନିୟୋଜିତ
ଗଜପତି: ଲଘୁଚାପ ଜନିତ ବର୍ଷାରେ ଭୟଙ୍କର ଭୂସ୍ଖଳନ ପରେ ଗଜପତି ତିରେ ଜୋରଦାର ଚାଲିଛି ପୁନରୁଦ୍ଧାର କାମ । ରାୟଗଡ଼ ଡ଼ ବ୍ଲକର ପେକଟ, ମୋହନା, ଗୁମ୍ମା ও ନୂଆଗଡ଼ ଗଡ଼ ବ୍ଲକରେ କରେ ୬ରୁ ଅଧୂକ ସ୍ଥାନରେ ଭୂସ୍କଳନ ନିୟୋଜିତ ଅଛନ୍ତି ସ୍ଥାନୀୟ ପ୍ରଶାସନ, ଓଡ୍ରାଫ ଓ ଅଗ୍ନିଶମବାହିନୀ । ଭୂସ୍ଖଳନରେ ପେକଟ ଗାଁର ବାପପୁଅ କାର୍ତ୍ତିକ ଶବର ଓ ରାଜିକ ଶବର ନିଖୋଜକୁ ୪୮ଘଣ୍ଟା ବିତିଲାଣି । ହେଲେ ଏଯାଏ ସେମାନଙ୍କ ପତ୍ତା ମିଳିପାରିନାହିଁ । ଫଳରେ ପରିବାର ଲୋକେ ଆଶା ଓ ଆଶଙ୍କା ମଧ୍ୟରେ ରହିଛନ୍ତି । ଅଗ୍ନିଶମ କର୍ମଚାରୀ ସନ୍ଧାନୀ କୁକୁର ସାହାଯ୍ୟରେ ଖୋଜା ଖୋଜି କରୁଛନ୍ତି । ପ୍ରବଳ ବର୍ଷାରେ ରାସ୍ତା ଧୋଇଯିବାରୁ ମୋହନା ଓ ରାୟଗଡ଼ ବ୍ଲକରେ ୨୦ରୁ ଅଧୂକ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଥିଲେ । ଏବେ ଅବରୋଧ ହଟାଯିବା ପରେ ଯାତାୟାତ ସ୍ଵାଭାବିକ ହେଲାଣି ।ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଜପତି ଜିଲ୍ଲାରେ କେଉଁଠି ଭୂସ୍ଖଳନ ତ ଆଉ କେଉଁଠି ବନ୍ୟା ପରିସ୍ଥିତି ଉପୁଜିଥିଲା । ବର୍ଷା କମିବାରେ ଲାଗିଛି । କାଶୀନଗରଠାରେ ବିପଦ ସଙ୍କେତ ପାଖାପାଖ୍ ପ୍ରବାହିତ ହେଉଛି ବଂଶଧାରା । ହେଲେ ଧୀରେ ଧୀରେ ଜଳସ୍ତର ଖସୁଛି । ଗଜପତି ଜିଲ୍ଲା ପୂର୍ବଘାଟ ପର୍ବତମାଳାରେ ରହିଛି । ଏଠାକାର ତୀଖ ପାହାଡ଼ିଆ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ସମୟରେ ରହୁଛି ଭୂସ୍କଳନ ଆଶଙ୍କା । ଦେବଗିରି ଓ ମହେନ୍ଦ୍ରଗିରି ଆଦିରେ ପ୍ରବଳ ବର୍ଷାରେ ଭୂସ୍କଳନ ଆଶଙ୍କା ବଢ଼ିଥାଏ । ରାୟଗଡ଼, ଗୁମ୍ଫା, ଆର ଉଦୟଗିରି, ନୂଆଗଡ଼ ଓ ମୋହନାର ୧୨୯ଟି ହାଇ ପରେ ପୁନରୁଦ୍ଧାର କାମରେ ରିସ୍କ ଜୋନ ଭାବେ ଚିହ୍ନଟ ହୋଇଛି।

