ଓଡିଆ ଯୁବକ ଯୁବତୀଙ୍କ ପ୍ରେରଣାର ଉତ୍ସ ଥିଲେ ବିଜୁ ବାବୁ

ଓଡିଆ ଯୁବକ ଯୁବତୀଙ୍କ ପ୍ରେରଣାର ଉତ୍ସ ଥିଲେ ବିଜୁ ବାବୁ

ଜଟଣୀ:(କାଞ୍ଚନ ଟିଭି/ଆଶୁତୋଷ ରାୟ) ଓଡିଆ ଯୁବକ ଯୁବତା ମାନଙ୍କର ପ୍ରେରଣାର ଉତ୍ସ ଥିଲେ ପ୍ରକାନ୍ଦ ପୁରୁଷ ବିଜୁ ପଟ୍ଟନାୟକ । ନିଜର ତ‌ଥା ଓଡିଶାର ସାଭିମାନକୁ ବଜାୟ ରଖି ଦେଶ ବିଦେଶରେ ଓଡିଆ ଯୁବକ ଯୁବତୀମାନେ ନିଜର ଦକ୍ଷତା ବଳରେ ସୁନାମ ଅର୍ଜନ କରିବା ପାଇଁ ବିଜୁବାବୁ ସବୁ ସମୟରେ ଓଡିଶାର ଯୁବକ ଯୁବତୀ ମାନଙ୍କୁ ପ୍ରେରଣା ଦେଇଥିଲେ ବୋଲି ବିଜୁ ବାବୁଙ୍କ ୨୮ତମ ଶ୍ରାଦ୍ଧ ଦିବସ ପାଳନ ଅବସରରେ ବକ୍ତା ମାନେ କହିଛନ୍ତି । ଜଟଣୀ କରିଷ୍ଠ ନାଗରିକ ସେବା ସଂଘ ଓ ପ୍ରାଣନାଥ ପଟ୍ଟନାୟକ ଫାଉଣ୍ଡେସନ ଆନୁକୁଲ୍ୟରେ ଗୁରୁବାର ସଂଧ୍ୟାରେ ଆୟୋଜିତ ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସ ପାଳନ ଅବସରରେ ଉପସ୍ଥିତ ବକ୍ତାମାନେ ଆଜିର ଯୁବକ ଯୁବତୀ ତଥା ଛାତ୍ର ସମାଜ ବିଜୁ ବାବୁଙ୍କ ଜିବନୀ ପଢିବା ସହିତ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ କହିଥିଲେ । ବରିଷ୍ଠ ନାଗରିକ ସେବା ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି କରିଷ୍ଠ ସାମ୍ବାଦିକ ଅବନୀ ରାଉତରାୟ ପୌରହିତ୍ୟ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସାହିତ୍ୟିକ ସୁଶ୍ଲେଷ ଚନ୍ଦ୍ର ରଥ, ଆଦି ନାରାୟାଣ ଖଣ୍ଡୁଆଳ, ରବିନ୍ଦ୍ର ପ୍ରସାଦ ମିଶ୍ର, ପୂର୍ବତନ ସରପଂ’ତ ଦିବାଜର ମଙ୍ଗରାଜ, ପୂର୍ବତନ ସରପଂଚ ପ୍ରସନ୍ନ କୁମାର ମହାରଥୀ, ସାଧାରଣ ସଂପାଦକ କଳାହରଲାଲ ସୁବୁଦ୍ଧି, ଶ୍ରମିକ ନେତା ସାରଙ୍ଗ ଧର ବେହେରା, ରଜନୀକାନ୍ତ ପଣା, ବାସୁଦେବ ସେଠୀ, ସାମ୍ବାଦିକ ରେଳ ପ୍ରତିହାରୀ, ଆଇନଜୀବୀ ତଥା ସାମ୍ବାଦିକ ଆଶୁତୋଷ ରାୟ, ନିଳାମର ମିଶ୍ର, ସଞ୍ଜୀବ କୁମାର, ହବିଦୁର ରହମାନ, ବାଉରୀବନ୍ଧୁ ପ୍ରଧାନ, ଅଡଭୋକେଟ ରାୟ, ପ୍ରମୁଖ ବିଜୁ ବାବୁଙ୍କ ଜିବନୀ ସମ୍ପର୍କରେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ବିଜୁ ବାବୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରା ଯାଇ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା । ଶେଷରେ ବାସୁଦେବ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus ( )
error: Content is protected !!