
କିମ୍ ଜଙ୍ଗ ଉନଙ୍କ କଠୋର ଆଦେଶ, ସ୍ତନ ପ୍ରତିରୋପଣ କରୁଥିବା ମହିଳାଙ୍କୁ ମିଳିବ କଠୋର ଦଣ୍ଡ
ଉତ୍ତର କୋରିଆ :ପ୍ରତିରୋପଣ ଅପରେସନକୁ ନିଷିଦ୍ଧ କରାଯାଇଛି । ଏହାକୁ ଏକ ଅସାମାଜିକ ଏବଂ ପୁଞ୍ଜିବାଦୀ ଅଭ୍ୟାସ ବୋଲି ଘୋଷଣା କରାଯାଇଛି । ଏହା ଛଡା ଯଦି କୌଣସି ମହିଳା କିମ୍ବା ଡାକ୍ତର ଏହି ନିୟମକୁ ନ ମାନନ୍ତି ତେବେ ସେମାନଙ୍କୁ କଠୋର ଦଣ୍ଡକୁ ସାମନା କରିବାକୁ ପଡିବ । ଯେଉଁଥିରେ ଶ୍ରମ ଶିବିରକୁ ପଠାଯିବ କିମ୍ବା ସାଧାରଣରେ ଏକ ମାମଲା ରୁଜୁ କରାଯିବ ।କିମ୍ ଜଙ୍ଗ ଉନ୍ ନିଜ ଦେଶର ମହିଳାଙ୍କ ସମ୍ପର୍କରେ ଏପରି ଏକ କଠୋର ଏବଂ ଅଜବ ଆଦେଶ ଜାରି କରିଛନ୍ତି । ନିୟମ ଅନୁସାରେ ଉତ୍ତର କୋରିଆରେ ସ୍ତନ ପ୍ରତିରୋପଣ କୁ ନିଷିଦ୍ଧ କରାଯାଇଛି । କିମ୍ ଜନ୍ ଉନ୍ ଙ୍କ ସରକାର ଏହି ନୀୟମକୁ କଠୋର ଭାବରେ ଲାଗୁ କରୁଛନ୍ତି । ସରକାର ଗୁପ୍ତଚୋର ଏବଂ ପାଟ୍ରୋଲିଙ୍ଗ ଟିମ୍ ଟିମ୍ ର ସାହାଯରେ ଏପରି ମହିଳା ମାନଙ୍କୁ ଚିହ୍ନଟ କରୁଛନ୍ତି । ଏହି ନୀୟମକୁ ଉଲଘଂନ କରୁଥିବା ମହିଳା ଓ ଡାକ୍ତରଙ୍କୁ କଠୋର ଦଣ୍ଡ ଦିଆଯାଉଛି ।ଦକ୍ଷିଣ କୋରିଆର ଏକ ଗଣ ମାଧ୍ୟମରେ ପ୍ରକାଶିତ ହୋଇଥିଲା ସେପ୍ଟେମ୍ବର ମାସରେ ସାରିୱନ ସହରର ଏକ ସାଂସ୍କୃତିକ କାର୍ଯକ୍ରମରେ ବେଆଇନ ଭାବରେ ସ୍ତନ ପ୍ରତିରୋପଣ କରିଥିବା ଜଣେ ଡାକ୍ତର ଏହି କାମ କରିଥିବା ୨ ମହିଳାଙ୍କ ବିରୁଦ୍ଧରେ ଏକ ସାର୍ବଜନୀନ ଶୁଣାଣୀ ଅନୁଷ୍ଠିତ ହୋଇଥିଲା । ବିଚାରରେ କୁହାଯାଇଥିଲା ମହିଳାମାନେ ପୁଞ୍ଜିବାଦୀ ପ୍ରଥା ପାଇଁ ଏଭଳି ପ୍ରଭାବିତ ହୋଇଥିଲେ । ସେମାନଙ୍କ ଫିଗରକୁ ଉର୍ନତ କରିବା ପାଇଁ ଇଛା କରିଥିଲେ । ଯାହାଦ୍ବାରା ସମାଜ ପାଇଁ ବିପଦ ସୃଷ୍ଟି କରିଥିଲା । ସାର୍ବଜନୀନ ଶୁଣାଣୀରେ ଏହି ଦୁଇ ମହିଳା ଅପମାନର ସମୁଖୀନ ହୋଇଥିଲେ ।

