ଥାଲାସେମିଆ & ସିକିଲସେଲ୍ ସୋସାଇଟି ଓଡ଼ିଶା ତରଫରୁ ଏକ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇସାରିଛି

ଥାଲାସେମିଆ & ସିକିଲସେଲ୍ ସୋସାଇଟି ଓଡ଼ିଶା ତରଫରୁ ଏକ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇସାରିଛି

ଖୋର୍ଦ୍ଧା:(କାଞ୍ଚନଟିଭି/ମଳୟରଞ୍ଜନ ଦାସ) ଖୋର୍ଦ୍ଧା ସଦର ସ୍ଥିତ ଯାତ୍ରୀ ନିବାସ ଠାରେ ଥାଲାସେମିଆ & ସିକିଲସେଲ୍ ସୋଷାଇଟ ଓଡ଼ିଶା ଓ ନାରାୟଣ ହୃଦୟାଳୟ ବାଙ୍ଗାଲୋରଙ୍କ ମିଳିତ ଉଦ୍ୟମରେ ଏକ ଏଚ.ଏଲ୍. ଏ ନମୁନା ସଂଗ୍ରହ (ଅସ୍ତିମଜ ପ୍ରତିରୋପଣ ପାଇଁ) ହୋଇଯାଇଛି,

ଏହି ନମୁନା ସଂଗ୍ରହ ଶିବିରକୁ ଖୋର୍ଦ୍ଧା ଜିଲ୍ଲା ଏବଂ ଆଖପାଖରୁ ପ୍ରାୟ ୪୦ ଜଣ ଥାଲାସେମିଆ ରୋଗୀ ଓ ତାଙ୍କର ପରିବାର ଯୋଗ ଦେଇଥିଲେ ନାରାୟଣ ହୃଦୟାଳୟ ବାଙ୍ଗାଲୋରର ପରିଚାଳକ ଶ୍ରୀଯୁକ୍ତ ଇରୁଦୟାରାଜ୍ ସୁରେଶ ଅସ୍ତିମଜା ପ୍ରତିରୋପଣ ବିଷୟରେ ବିଶେଷ ଭାବରେ ଆଲୋଚନା କରିଥିଲେ, ଏହାପରେ ୧୫ଜଣ ଥାଲାସେମିଆ ରୋଗୀ ଓ ତାଙ୍କର ଭାଇ ଭଉଣୀଙ୍କ ଠାରୁ ନମୁନା ସଂଗ୍ରହ କରାଯାଇଥିଲା,

ଏହି ଶିବିରକୁ ସୋସାଇଟିର ସମ୍ପାଦକ ଶ୍ରୀଯୁକ୍ତ ଦୀପକ ଜାଲି,ସୋଷାଇଟିର ସ୍ଥାନୀୟ ସଦସ୍ୟ ଶ୍ରୀଯୁକ୍ତ ପ୍ରଦୀପ ପଟନାୟକ ଓ ନିମାଇଁ ଚରଣ ମହାରଣା ଶିବିରକୁ ପରିଚାଳନା କରିଥିଲେ, ଏବଂ ସୋସାଇଟିର ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ମନୋଜ ନାୟକ ନମୁନା ସଂଗ୍ରହରେ ସହୋଜକ କରିଥିଲେ, ଶେଷରେ ସୋସାଇଟିର ସଭାପତି ଶ୍ରୀଯୁକ୍ତ ନିରାକାର ପଣ୍ଡା ଉପସ୍ଥିତ ସମସ୍ତ ରୋଗୀ,ଅଭିଭାବକ ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରି ଓଡ଼ିଶାକୁ ଥାଲାସେମିଆ ମୁକ୍ତ କରିବା ପାଇଁ ଆହ୍ବାନ ଦେଇଥିଲେ

Spread the love
CATEGORIES
TAGS
Share This

COMMENTS Wordpress (0) Disqus ( )

error: Content is protected !!