ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଥାଇ ବିଚାରାଧୀନ କଏଦୀ ଫେରାର୍

ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଥାଇ ବିଚାରାଧୀନ କଏଦୀ ଫେରାର୍

ନୟାଗଡ଼ :(ବ୍ୟୁରୋ ରିପୋର୍ଟ୍) ଦଶପଲ୍ଲା ଉପକାରାଗାରରୁ ବିଚାରଧୀନ କଏଦୀ ହିମାଂଶୁ ଶେଖର ନାୟକ ଫେରାର । ଆଜି ଅପରାହ୍ନରେ ୱାଡ଼ର୍ କୃଷ୍ଣ ଚନ୍ଦ୍ର ପ୍ରଧାନ ମୁଖ୍ୟ ଫାଟକ ସଫା କରୁଥିବା ବେଳେ, ଫେରାର ହୋଇ ଯାଇଥିଲେ ହିମାଂଶୁ । ଦଶପଲ୍ଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଜେଲର ମାନସ ରଞ୍ଜନ ସାମନ୍ତ ।

୨୦୧୯ ମସିହା ରେ ନିଜ ସ୍ତ୍ରୀକୁ ହତ୍ୟା କରି ବିଚାରଧୀନ କଏଦୀ ଥିଲେ ହିମାଂଶୁ ନାୟକ ।ସେ ଜେଲରୁ ଫେରାର ହେବା ପଛରେ ଜେଲ୍ କର୍ତ୍ତୃପକ୍ଷ ଙ୍କ ହାତ ରହିଛି ନା କୌଣସି ସୁଯୋଗ ନେଇ ଜେଲ୍ ରୁ ଫେରାର ହୋଇଛନ୍ତି ତାହା ତଦନ୍ତ ପରେ ସାମ୍ନା କୁ ଆସିବ। ଏ ନେଇ ବର୍ତ୍ତମାନ ଯାଏ ଜେଲ୍ ଅଧିକାରୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ।

Spread the love
CATEGORIES
TAGS
Share This

COMMENTS Wordpress (0) Disqus ( )

error: Content is protected !!