ଭିତର କନିକା

ଭିତର କନିକା

କେନ୍ଦ୍ରାପଡ଼ା:(କାଞ୍ଚନ ଟିଭି/ଇପ୍ସିତା ନାୟକ) ଭଞ୍ଜ ରାଜବଂଶ ଦ୍ଵାରା ତ୍ରୟୋଦଶ ଶତାବ୍ଦୀରୁ ଶାସିତ ପ୍ରାଚୀନ କନିକା ରାଜ୍ୟର ରିଘାଗଡ ଓ କଳଦ୍ଵୀପଗଡ ମଧ୍ୟସ୍ଥ ୧୪୫ ବର୍ଗମାଇଲି ପରିମିତ ସାମୁଦ୍ରିକ ଲୁଣା ଜଙ୍ଗଲକୁ ଭିତରକନିକା ଜଙ୍ଗଲ ବୋଲି କୁହାଯାଏ । ଏହା ୮୬ °୪୫’ ଠାରୁ ୮୭°୦୩’ ପୂର୍ବ ଅକ୍ଷାଂଶ ଓ ୨୦°୩୦’ ଠାରୁ ୨୦°୪୮’ ଉତ୍ତର ଦ୍ରାଘିମା ମଧ୍ୟରେ ଅବସ୍ଥିତ ହୋଇଅଛି । ଏହା ୧୯୫୭ ରେ ଆଠଗଡ ଜଙ୍ଗଲ ବିଭାଗକୁ ହସ୍ତାନ୍ତର କରଯାଇଥିଲା ।

ତେବେ ଭାରତୀୟ ଜଙ୍ଗଲ ସଂରକ୍ଷଣ ଆଇନ ୧୯୨୭ର ୨୯ ଧାରା ଅନୁଯାୟୀ ଯେଉଁ ଆଇନ ସରକାରୀ ନୋଟିସ ନମ୍ବର ୩୩୨୩୩ ,୪ ଅକ୍ଟୋବର ୧୯୬୧ ରେ ପ୍ରକାଶିତ ତା ୨୨-୦୪-୧୯୭୫ ମସିହାରେ ଏହାକୁ ଅଭୟାରଣ୍ୟ ଭାବରେ ଘୋଷଣା କରାଯିବ ସହିତ ଏହି ଜଙ୍ଗଲକୁ ରାଜନଗର ଜଙ୍ଗଲ ବିଭାଗ କାର୍ତୁତ୍ୱରେ ରଖାଯାଇଅଛି (ଓଡିଶା ଗେଜେଟ,ମେ ୩୦ ,୧୯୭୫ ମସିହାରେ ପ୍ରକାଶିତ)। ୧୯୮୮ ମସିହା ଅକ୍ଟୋବରମାସ ୩ ତାରିଖରେ ନଂ ୮ ଏଫ୍ ୫୩/୮୮ ,୨୨୯୦୪/ଏଫ୍,ଏଫ୍,ଏ,ଏଚ୍ ଅନୁଯାୟୀ ଓଡିଶା ସରକାରଙ୍କ ତରଫରୁ ପିକେ ମହାନ୍ତି ସରକାରୀ ସଚିବ ଏହି ଅଭୟାରଣ୍ୟ କୁ ‘’ଜାତୀୟ ଉଦ୍ୟାନ‘’ ଭାବେ ଘୋଷଣା କରିଥିଲେ । ଭିତରକନିକା ଜଙ୍ଗଲ କହିଲେ ,ତହି ମଧ୍ୟରେ ରହିଛି ଭିତରକନିକା ,ଡାଙ୍ଗମାଳ ଓ ଗହୀରମଥା ପରି ବିସ୍ତୃତ ସାମୁଦ୍ରିକ ଜଙ୍ଗଲ ଅଞ୍ଚଳ । ଗହୀରମଥା ହେଉଛି ସମଗ୍ର ପୃଥିବୀରେ ଅଲିଭରିଡେଲ କଇଁଛଙ୍କ ଏନ୍ତୁଡିଶାଳ। ଏହା କେନ୍ଦ୍ରାପଡା ଜିଲ୍ଲାର ୮୬°୪୫’୫୭’ ରୁ ୮୭°୧୭’୩୬’ ପୂର୍ବ ଅକ୍ଷାଂଶଠାରୁ ୨୦°୧୭’୩୨’ରୁ ୨୦°୪୬’୫୮’ ଉତ୍ତର ଦ୍ରାଘିମା ମଧ୍ୟରେ ଅବସ୍ଥିତ ।

ସରକାରୀ ନୋଟିସ ନଂ ୧୮୮୦୫ ଏଫ୍ ଆଣ୍ଡ ଇ ତାରିଖ ୨୭.୦୯.୧୯୯୭ ରେ କଇଁଛ ମାନଙ୍କ ଅଭୟ ଆଶ୍ରୟସ୍ଥଳି ଭାବେ ଘୋଷଣା କରଯାଇଥିଲା । ଏହାର ସମସ୍ତ ଅଞ୍ଚଳ ହେଉଛି ୧୪୩୫ ବର୍ଗ ଏଥିରୁ ମଧ୍ୟରୁ ୧୪୦୫ ସାମୁଦ୍ରିକ ଅଞ୍ଚଳ ଓ ୨୭ ବର୍ଗ କି॰ମି ହେଉଛି ସଂରକ୍ଷିତ ଜଙ୍ଗଲ,କାଦୁଅ ମାଟି ଓ ବାଲିପୁର୍ଣ୍ଣ ଅଞ୍ଚଳ । କୁମ୍ଭୀର ପ୍ରଜଜ୍ଜନ ଅଞ୍ଚଳ ଭାବରେ ଭିତରକନିକା ସମଗ୍ର ପୃଥିବୀରେ ପରିଚିତ,ପ୍ରଥମେ ୧୯୭୫ ମସିହା ଡକ୍ଟର ଏଇଚ୍,ଆର,ବଷ୍ଟାଡି ନାମକ ଜଣେ ଗୋରା ସାହେବ ବିଲୁପ୍ତ ବଉଳାକୁମ୍ଭୀର ସଂରକ୍ଷଣ କରିବାପାଇଁ ଏଠାରେ ଯୋଜୋନ ଆରମ୍ଭ କରିଥିଲେ । ଭିତରକନିକା ଅଞ୍ଚଳ ଅନ୍ତର୍ଗତ କାଳିଭଞ୍ଜଡିଆ ଅଞ୍ଚଳରୁ ସଂଗୃହୀତ କୁମ୍ଭୀର ଅଣ୍ଡାରୁ କୃତ୍ରିମ ପ୍ରଣାଳୀରେ ୧୯୭୫ ମସିହା ଅଗଷ୍ଟ ମାସରେ ଜନ୍ମ ନେଇଥିଲା ସମଗ୍ର ପୃଥିବୀର ବଉଳା ଧଳା କୁମ୍ଭୀର”ଗୋରୀ”,ପ୍ରଥମେ ଏହି କୁମ୍ଭୀରକୁ ଗବେଷକ ସୁଧାକର କର ଓ ଡଃ ବଷ୍ଟର୍ଡ ଚିହ୍ନିଥିଲେ ଓ ଅବସରପ୍ରାପ୍ତ ରାଜସ୍ୱ ପର୍ଷଦ ଶ୍ରୀ ବିଘ୍ନରାଜ ପଟେଲ୍ ଏହାର ନାମ ଦେଇଥିଲେ “ଗୋରୀ”,୧୯୮୪ ମସିହାରେ ଏହାକୁ ଏକ ଆବଦ୍ଧ ପୁଷ୍କରିଣୀରେ ଛାଡିଦିଆଯାଇଥିଲା ।

ଭିତରକନିକା ଜଙ୍ଗଲରେ ରହିଛି ୬୩ ରକମର ବୃକ୍ଷ ଓ ୧୬୬ କିସମର ପକ୍ଷୀଙ୍କର ନିବାସସ୍ଥଳୀ। ଭିତରକନିକା ଅଞ୍ଚଳରୁ ୧୬ କିସମର ମାଛ ଓ ୮ ପ୍ରଜାତିର କଙ୍କଡା ମିଳିଥାଆନ୍ତି । ଜଙ୍ଗଲ ମଧ୍ୟରେ ୧୪ ପ୍ରକାର ପଶୁ ବସବାସ କରୁଥିଲା ବେଳେ ହରିଣ ମାନଙ୍କର ସଂଖ୍ୟା ସର୍ବାଧିକ ।
ଜିଲ୍ଲା ଦପ୍ତରରୁ ଏହାର ଦୂରତା ୬୫ କି.ମି,କଟକରୁ ୧୨୫ କି.ମି ଭୁବନେଶ୍ଵରଠାରୁ ୧୪୫ କି.ମିଓ ରାଜନଗର ଠାରୁ ୩୦ କିଲୋମିଟର ଅଟେ । ତେବେ ଗୁଫି ନିକଟରୁ ଲଞ୍ଚ ଯୋଗେ ପାଟଶାଳା ନଦୀ ଦେଇ ଗହୀରମଥା ଓ ଭିତରକନିକା ଅଭୟାରଣ୍ୟକୁ ସହଜରେ ଯାଇହେବ। ସରକାରୀ ରିପୋର୍ଟ ଅନୁଯାୟୀ ୨୦୧୩-୧୪ ମସିହାରେ ୧୬୯ ଜଣ ବିଦେଶୀ ପର୍ଯ୍ୟଟକଙ୍କ ସହିତ ଦେଶୀୟ ମୋଟ୍ ୫୫,୪୦୫ ଜଣ ଏହାକୁ ଭ୍ରମଣ କରିଥିଲେ ।

ବିମାନ ମାର୍ଗରେ
ନିକଟବର୍ତ୍ତୀ ବିମାନ ଘାଟି ଭୁବନେଶ୍ବର ୧୫୫ କି ମି

ସଡ଼କ ପଥରେ
କେନ୍ଦ୍ରାପଡ଼ା ରୁ ଦୂରତା ୬୫ କି ମି

ରେଳଗାଡ଼ିରେ
ନିକଟବର୍ତ୍ତୀ ରେଳ ଷ୍ଟେସନ କଟକ ୧୩୫ କି ମି

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus ( )
error: Content is protected !!