ମାଲକାନଗିରିରେ ହେବ ‘ପୁଷ୍ପା -୨’ର ସୁଟିଂ: ପ୍ରଶାସନ ଓ ପୁଲିସ ପକ୍ଷରୁ ଅନୁମତି ମିଳିଥିବା ସୂଚନା

ମାଲକାନଗିରିରେ ହେବ ‘ପୁଷ୍ପା -୨’ର ସୁଟିଂ: ପ୍ରଶାସନ ଓ ପୁଲିସ ପକ୍ଷରୁ ଅନୁମତି ମିଳିଥିବା ସୂଚନା

ମାଲକାନଗିରି:(କାଞ୍ଚନଟିଭି/ବ୍ୟୁରୋ) ସାରା ଦେଶର ଚଳଚିତ୍ର ଜଗତରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଦକ୍ଷିଣ ଭାରତର ପ୍ରସିଦ୍ଧ ସିନେମା ପୁଷ୍ପାର ଦ୍ୱିତୀୟ ଭାଗ କେବେ ଆସିବ ସେ ନେଇ ଦର୍ଶକ ଅପେକ୍ଷା କରିଥିବା ବେଳେ ଏହି ଚଳ ଚିତ୍ରର ସୁଟିଂ ପାଇଁ ମାଲକାନଗିରି ଜିଲ୍ଲାକୁ ମନୋନୀତ କରିଛନ୍ତି।ଏବେ ତେଲୁଗୁ ସୁପରଷ୍ଟାର୍ ଆଲୁ ଅର୍ଜୁନଙ୍କ ନୂଆ ସିନେମା ‘ପୁଷ୍ପା -୨’ର ସୁଟିଂ ମାଲକାନଗିରିରେ କରାଯିବ। ଏନେଇ ମାଲକାନଗିରିରେ ଜୋରଦାର ଚର୍ଚ୍ଚା ଚାଲିଛି।

ସୂଚନା ଅନୁଯାୟୀ, ମାଲକାନଗିରିରେ ସ୍ବାଭିମାନ ଅଞ୍ଚଳର ବିଭିନ୍ନ ଲୋକେସନରେ ‘ପୁଷ୍ପା -୨’ର କିଛି ଅଂଶ ସୁଟିଂ କରାଯିବା ନେଇ ସ୍ଥିର ହୋଇଛି। ଏଥିପାଇଁ ଫିଲ୍ମର ପ୍ରଡକସନ ମ୍ଯାନେଜର ପିଭି ରାଓଙ୍କ ନେତୃତ୍ବରେ ଏକ ୬ ଜଣିଆ ଟିମ ଗତ ୭ ଓ ୮ ତାରିଖରେ ମାଲକାନଗିରିର ସ୍ବାଭିମାନ ଅଞ୍ଚଳର ହନ୍ତାଳଗୁଡା,ସାର୍କୁବନ୍ଧ ଝୋଲା ପୋଲ ଆଦି ବୁଲି ଦେଖିଛନ୍ତି। ଏଥିସହ ସେମାନେ ଜିଲ୍ଲାପାଳ ଓ ଏସପିଙ୍କୁ ଭେଟି ଏଥିପାଇଁ ଅନୁମତି ମଧ୍ଯ ଲୋଡ଼ିଛନ୍ତି।

‘ପୁଷ୍ପା -୨’ର ସୁଟିଂ ଲାଗି ପ୍ରଶାସନ ଓ ପୁଲିସ ପକ୍ଷରୁ ସବୁଜ ସଂକେତ ମିଳିଥିବା ଜଣାପଡ଼ିଛି। ଆଗାମୀ ମେ ମାସରେ ଫିଲ୍ମର ସୁଟିଂ ଏଠାରେ କରାଯିବ ବୋଲି ଜଣାଯାଇଛି।

Spread the love
CATEGORIES
TAGS
Share This

COMMENTS Wordpress (0) Disqus ( )

error: Content is protected !!