ମୁଡଲିଫ୍ଟ ଫ୍ୟାସନ ତରଫରୁ ପ୍ରତିଯୋଗୀତା

ମୁଡଲିଫ୍ଟ ଫ୍ୟାସନ ତରଫରୁ ପ୍ରତିଯୋଗୀତା

ଭୁବନେଶ୍ୱର:(କାଞ୍ଚନଟିଭି/ମୋନାଲୀ ନାୟକ) ମୁଡଲିଫ୍ଟ ଫ୍ୟାସନ ତରଫରୁ ଆୟୋଜିତ ମିଷ୍ଟର, ମିସେସ, ଶିଶୁ ଓ ଚାଲିବା ଆରମ୍ଭ କରିଥିବା ଛୋଟ ଶିଶୁ (ଟୋଡଲର୍ସ) ଙ୍କୁ ନେଇ ବିଭିନ୍ନ ବିଭାଗରେ ଆୟୋଜିତ ଫ୍ୟାସନ ପ୍ରତି ଯୋଗିତାର ଚୂଡ଼ାନ୍ତ କାର୍ଯ୍ୟକ୍ରମ ଗୁରୁବାର ଗୋପବନ୍ଧୁ ସ୍ମୃତି ସଂସଦ, ୟୁନିଟ -୮ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମିସେସ ବିଭାଗରେ ଲିଳାନ୍ଦ୍ରି ପଣ୍ଡା – ମିସେସ ଭୁବନେଶ୍ୱର ଭାବେ ବିଜେତା ହୋଇଥିବା ବେଳେ ଶିଶୁ – ବାଳକ ବିଭାଗରେ ଆହିଲ ମହାନ୍ତି ମିଷ୍ଟର – ଭୁବନେଶ୍ୱର ଭାବେ ପ୍ରଥମ ବିବେଚିତ ହୋଇ ପୁରସ୍କୃତ ହୋଇଛନ୍ତି।

ମୁଡଲିଫ୍ଟ ଫ୍ୟାସନ ଅନୁଷ୍ଠାନର ଅମ୍ଳାନ ମହାନ୍ତିଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଇପ୍ସିତା ଓ ସ୍ମାର୍କ ନିର୍ଦ୍ଦେଶକ ଥିବା ବେଳେ ସାଧନା ଓ ଏବଂ ଆଶିଷ ମୂଖ୍ୟ ସଂଯୋଜକ ରହିଥିଲେ । କାର୍ଯ୍ୟକ୍ରମରେ ଯୋଗଦେଇ ଭୁବନେଶ୍ୱର (ମଧ୍ୟ) ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ଏବଂ ୱାର୍ଡ ନଂ – ୪୭ ର କର୍ପୋରେଟର ସମିତା ମହାନ୍ତି ଯୋଗଦେଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିବା ସହିତ ସମସ୍ତ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ସେଲିବ୍ରିଟି ଅତିଥି ପ୍ରଜ୍ଞା ପ୍ରଧାନ, ସୁଭାଙ୍ଗୀ ଜେନା ଓ ରାକେଶ ରୋଶନ ବିଶ୍ବାଳ ପ୍ରମୁଖ ଯୋଗଦେଇଥିଲେ। ଏଥିରେ ବିଚାରକ ଭାବେ ସୌମ୍ୟା ପ୍ରଧାନ, ମୈତ୍ରୀ ମୋନାଲୀ, ପ୍ରିୟଙ୍କା ମହାପାତ୍ର ଯୋଗଦେଇଥିଲେ। ମୋଟ ୧୨୦ ଜଣ ପ୍ରତିଯୋଗୀ ବିଭିନ୍ନ ବିଭାଗରେ ଅଂଶ ଗ୍ରହଣ କରିଥିବା ବେଳେ ୪୮ ଜଣ ପ୍ରତିଯୋଗୀ ଶେଷ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲେ। ସୁଚନା ଯୋଗ୍ୟଯେ, ମିସେସ ଭୁବନେଶ୍ୱର ଏବଂ ଶିଶୁ ବାଳକ ବିଭାଗରେ ମିଷ୍ଟର ଭୁବନେଶ୍ୱର ଭାବେ ପ୍ରଥମ ବିବେଚିତ ହୋଇଥିବା ଉଭୟ ପ୍ରତିଯୋଗୀ ମାତା ଓ ପୁତ୍ର ଅଟନ୍ତି। ପୁରସ୍କାର ପ୍ରାପ୍ତି ଅବସରରେ ଶ୍ରୀମତୀ ପଣ୍ଡା ଆୟୋଜକ ଅନୁଷ୍ଠାନ ଏବଂ ସମସ୍ତ ବିଚାରକ ମଣ୍ଡଳୀର ସଦସ୍ୟ, ସଦସ୍ୟା ମାନଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି।

Spread the love
CATEGORIES
TAGS
Share This

COMMENTS Wordpress (0) Disqus ( )

error: Content is protected !!