
ଶିକ୍ଷା ଆନ୍ଦୋଳନର ପ୍ରବର୍ତ୍ତକ ଥିଲେ ବିପ୍ଳବୀ ପ୍ରାଣନାଥ ପ୍ରାଣନାଥ ସରକାରୀ ହାଇସ୍କୁଲରେ ଶ୍ରାଦ୍ଧ ଦିବସ ପାଳିତ
ଜଟଣୀ:(କାଞ୍ଚନଟିଭି/ଆଶୁତୋଷ ରାୟ) ମହାତ୍ମା ଗାନ୍ଧୀଙ୍କ ଡାକରାରେ ବ୍ରିଟିଶ ସାମ୍ରାଜ୍ୟ ବିରୁଦ୍ଧରେ ସାଧନତା ଆନ୍ଦୋଳନରେ ଝାସ ଦେବା ସହ ଓଡିଶାର ଚାଷୀ, ମୂଲିଆ, ଶ୍ରମିକ, ଗରିବ, ନିଷ୍ପେସିତ, ଅବହେଲିତ ଜନ ସାଧାରଣଙ୍କ ହକ୍ ହାସଲ କରିବା ପାଇଁ ସାରା ଜୀବନ ସଂଗ୍ରାମ କରିଥିଲେ ଆଜୀବନ ବିପ୍ଳବୀ ପ୍ରାଣନାଥ ପଟ୍ଟନାୟକ । ସ୍ବର୍ଗତ ପ୍ରାଣନାଥ ପ୍ରାଣନାଥ ପଟ୍ଟନାୟକ ଥିଲେ ଓଡିଶାରେ ଶିକ୍ଷା ଆନ୍ଦୋଳନର ପ୍ରବର୍ତ୍ତକ । ପରାଧ ଭାରତର ଗ୍ରାମାଞ୍ଚଳର ପୁଅଝିଅ ମାନଙ୍କୁ ଉଚ୍ଚ ଶିକ୍ଷା ଦେବା ପାଇଁ ସ୍ଥାନୀୟ ଲୋକଙ୍କ ସହଯୋଗରେ ଜଟଣାରେ ହାଇସ୍କୁଲ ପ୍ରତିଷ୍ଠା କରିବା ସହ ପରବର୍ତୀ ଅବସ୍ଥାରେ ଖୋର୍ଦ୍ଧାରେ ମହାବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ଯାହାକି ଆଜି ପ୍ରାଣନାଥ ସ୍ଵୟଂଶାସିତ ମହାବିଦ୍ୟାଳୟ ଭାବରେ ଖ୍ୟାତି ଅର୍ଜନ କରିଅଛି । ସେହି ମହାନ ସ୍ଵାଧୀନତା ସଂଗ୍ରାମୀ ସ୍ବର୍ଗତ ପ୍ରାଣନାଥ ପଟ୍ଟନାୟକଙ୍କର ୫୩ତମ ଶ୍ରାଦ୍ଧ ଦିବସ ଆଜି ଜଟଣୀ ପ୍ରାଣନାଥ ସରକାରୀ ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରାଣନାଥ ସରକାରୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ଝରଣା ୱାଇଁଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଶ୍ରାଦ୍ଧ ଦିବସ କାର୍ଯ୍ୟକ୍ରମରେ ଜଟଣୀ ପ୍ରାଣନାଥ ପଟ୍ଟନାୟକ ଫାଉଣ୍ଡେସନର ସଭାପତି ନୋଟାରୀ ପବ୍ଲିକ ତଥା ବରିଷ୍ଠ ସାମ୍ବାଦିକ ଅବନୀ କୁମାର ରାଉରାୟ, ସାଧାରଣ ସଂପାଦକ ଜବାହାରଲାଲ ସୁବୁଦ୍ଧି, କାର୍ଯ୍ୟକାରୀ ସଭାପତି ତଥା ପୁର୍ବତନ ସରପଞ୍ଚ ଦିବାକର ମଙ୍ଗରାଜ, ସଂପାଦକ କିଶୋର ଚନ୍ଦ୍ର ପାଇକରାୟ, ଶିକ୍ଷୟତ୍ରୀ ସ୍ନେହଲତା ଲେଙ୍କା, ଚନ୍ଦ୍ରକାନ୍ତ ବେହେରା, କମଳା ଦାସ, ସ୍ଵର୍ଣପ୍ରିୟ ସାହୁ, ଲକ୍ଷ୍ମୀପ୍ରିୟା ଛୋଟରାୟ, ଗୀତାଞ୍ଜଳୀ ସାହୁ, ମଧୁଛନ୍ଦା ଭଗତ, ମାରିୟମ ସିଦ୍ଦିକ ପ୍ରମୁଖ ସ୍ବର୍ଗତ ପ୍ରାଣନାଥ ପଟ୍ଟନାୟକଙ୍କ ତ୍ୟାଗପୁତ ଜୀବନୀ ସମ୍ପର୍କରେ ଆଲୋକପାତ କରିଥିଲେ ।ଏହି ଅବସରରେ ବିଦ୍ୟାଳୟର କୃତି ଛାତ୍ର ସାଇ ପ୍ରସାଦ ରଥ, ବିଷ୍ଣୁ ପ୍ରସାଦ ସ୍ୱାଇଁ, ଯୋଗେଶ୍ୱର ତ୍ରିପାଠୀ, ଶୁଭ ରଞ୍ଜନ ବେହେରାଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ଶେଷରେ ବରିଷ୍ଠ ଶିକ୍ଷକ ନେତା ତ୍ରିନାଥ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

