ଅଗ୍ନି ଉତ୍ସବ ପାଳନ

ଅଗ୍ନି ଉତ୍ସବ ପାଳନ

ଜଟଣୀ:(କାଞ୍ଚନଟିଭି/ଆଶୁତୋଷ ରାୟ) ଶୀତଋତୁର ଅନ୍ତିମ ପର୍ଯ୍ୟାୟରେ ବସନ୍ତ ଋତୁର ଆଗମନ ସହ ଧରା ପୃଷ୍ଠରେ ପାଦ ଥାପିଛି ପହିଲି ଫଗୁଣ । ଖୁବ ଶୀଘ୍ର ଧରାପୃଷ୍ଠକୁ ଆସିବ ଗ୍ରୀଷ୍ମ ତେଣୁ ପରମ୍ପରା ଅନୁସାରେ ରବିବାର ଦିନ ପବିତ୍ର ମାଘ ପୂର୍ଣ୍ଣମୀ ଅବସରରେ ପୁର ପଲ୍ଲୀରେ ପାଳିତ ହେଉଛି ଅଗିଜଳା ବା ଅଗ୍ନି ଉତ୍ସବ । ଏହି କ୍ରମରେ ଜଟଣୀ ଅଞ୍ଚଳରେ ପ୍ରାୟ ସବୁ ଗାଁ ଗଣ୍ଡାରେ ଏହି ଅଗ୍ନି ଉତ୍ସବକୁ ବିଧି ଅନୁସାରେ ପାଳନ କରାଯାଇଛି।

ଏହି ପରି ପ୍ରେକ୍ଷିରେ ଜଟଣୀ ବ୍ଲକ ମୁଣ୍ଡଳ ଗ୍ରାମରେ ସିଦ୍ଧ ମହାବୀର ମନ୍ଦିର ନିକଟସ୍ଥ ପଡିଆରେ ଅଗିଜଳା ପାଇଁ ଉଦ୍ଦିଷ୍ଟ ଜମିରେ ସନ୍ଧ୍ୟାରେ ଏହି ଉତ୍ସବ ପାଳନ କରାଯାଇଛି। ଗ୍ରାମବାସୀ ମାନେ କୁଟା ଓ ନଡ଼ା ଆଣି ଉକ୍ତ ପଡ଼ିଆରେ ଦୁଇଟି ଗଦା କରିଥିଲେ ସେହି ଗଦାରେ ସମସ୍ତେ ନଡ଼ିଆ ଭୋଗ ସହିତ ଆଳୁ, ସାରୁ, ବାଇଗଣ,କନ୍ଦମୂଳ, ଭଳି ପରିବା ପକାଇଥିଲେ। ସମସ୍ତେ ଏକାଠି ହେବା ପରେ ପୂଜକ ବାଳକୃଷ୍ଣ ମିଶ୍ର ମନ୍ତ୍ର ପଢି ଅଗ୍ନି ସଂଯୋଗ କରିଥିଲେ। ତେବେ ଏହି ଅଗିଜଳାକୁ ନେଇ ବିଶ୍ଵାସ ରହିଛି ଯେ ଏହି ପୂଜା ଦ୍ଵାରା ଅଗ୍ନି ଦେବତା ଶାନ୍ତି ହୁଅନ୍ତି ଓ ଗାଁକୁ ଅଗ୍ନି ଭୟ ରୁହେନାହିଁ। ଦୁଇଟିଯାକ ନଡ଼ାକୁଟା ଗଦା ସମ୍ପୂର୍ଣ ଜଳିଯିବା ପରେ ଲୋକେ ପାଉଁଶ ଗଦାରୁ ପୋଡ଼ା ନଡ଼ିଆ ଓ ପରିବା ସଂଗ୍ରହ କରିଥିଲେ। ଏହାକୁ ପ୍ରସାଦ ଭାବେ ସମସ୍ତଙ୍କୁ ବାଣ୍ଟିଥିଲେ।

Spread the love
CATEGORIES
TAGS
Share This

COMMENTS Wordpress (0) Disqus ( )

error: Content is protected !!