ଅଣୁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପଦୋଗ ପ୍ରତିଷ୍ଠା ନିମନ୍ତେ ସଚେତନତା ଶିବିର
ଜଟଣୀ:(କାଞ୍ଚନଟିଭି / ଆଶୁତୋଷ ରାୟ) ବେଷ୍ଟୋ କାର୍ଯ୍ୟାଳୟରେ ଜଟଣୀ ବ୍ଲକରେ ଅଣୁ ଏବଂ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପଦୋଗ ପ୍ରତିଷ୍ଠା ନିମନ୍ତେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିଳ୍ପକେନ୍ଦ୍ର ପରିଚାଳକ ଗଗନ ବିହାରୀ ନାୟକ, ପଶୁ ଚିକତ୍ସକ ରୋଜାଲିନ ଖଟୁଆ, ଆଇପିଓ ଜଟଣୀ ତପନ କୁମାର ବାସା, ଆଇପିଓ ଖୋର୍ଦ୍ଧା ସୁଶାନ୍ତ ଚନ୍ଦ୍ର ବଡୁ , ରୁଡ଼ସେଟ ଭୁବନେଶ୍ଵର ଅନୁଷ୍ଠାନର ମୁଖ୍ୟ ସତପଥୀ ଓ ବେଷ୍ଟୋ ଅନୁଷ୍ଠାନର ସଭାପତି ଆଶୁତୋଷ ରାୟ , ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଗୌରହରି ମିଶ୍ର ସଭା ପରିଚାଳନା କରିଥିଲେ।
ମଣ୍ଡିଆର ମହତ୍ତ୍ଵ ପ୍ରତି ଜନ ସଚେତନତା କରିବା ସହିତ ଘରେ ଘରେ ମାଣ୍ଡିଆ ଓ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ପହଞ୍ଚି ପାରିବ ବୋଲି ସେ ନେଇ ପ୍ରୟାସ ଜାରିରହୁ ବୋଲି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।
ବିଶ୍ଵ ଦରବାରର ଜଟଣୀ ବ୍ଲକ ଓ ଖୋର୍ଦ୍ଧା ବ୍ଲକର ମହିଳା ମାନେ ଅଧିକ ରୁ ଅଧିକ ସ୍ବାବଲମ୍ବୀ ହୋଇ ପାରିବେ ବେଷ୍ଟୋ ଅନୁଷ୍ଠାନର ସଭାପତି ଆଶୁତୋଷ ରାୟ ଓ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଗୌରହରି ମିଶ୍ର , ଶିବିରର୍ଥି ଓ ଏସଏଚଜି ଗ୍ରୁପ ମାନଙ୍କୁ ରୁଣ ଓ ସରକାରୀ ପ୍ରୋତ୍ସାହନ ଇତ୍ୟାଦି ବିଷୟରେ ସୁପରାମର୍ଶ ପ୍ରଦାନ କରିଥଲେ। ଏହି କାର୍ଯ୍ୟକ୍ରମକୁ ଅଧିକ ରୁ ଅଧିକ ସଫଳ କରିବା ପାଇଁ ଏସଏଚଜି ମହିଳାଙ୍କ ସମେତ ୫୦ ଜଣ ଶିବିରର୍ଥି ପ୍ରମୁଖ ଯୋଗ ଦେଇଥିଲେ।