ଅନ୍ୟପାଇଁ ବଞ୍ଚୁଥିବା ମଣିଷଟିଏ ! ‘ମାଧବାନନ୍ଦ’ଙ୍କ ଜୀବନର ମୂଳମନ୍ତ୍ର ସମାଜସେବା, ନିଜ ରୋଜଗାର ଟଙ୍କାରେ ଅନ୍ୟମାନଙ୍କୁ ସାହାଯ୍ୟ କରି ପାଆନ୍ତି ଆତ୍ମସନ୍ତୋଷ ।

ଅନ୍ୟପାଇଁ ବଞ୍ଚୁଥିବା ମଣିଷଟିଏ ! ‘ମାଧବାନନ୍ଦ’ଙ୍କ ଜୀବନର ମୂଳମନ୍ତ୍ର ସମାଜସେବା, ନିଜ ରୋଜଗାର ଟଙ୍କାରେ ଅନ୍ୟମାନଙ୍କୁ ସାହାଯ୍ୟ କରି ପାଆନ୍ତି ଆତ୍ମସନ୍ତୋଷ ।

ଯାଜପୁର:(କାଞ୍ଚନ ଟିଭି) ସମାଜସେବାକୁ ନିଜର ବ୍ରତ ଭାବେ ଧରିନେଇଛନ୍ତି । ପେଶା ବ୍ୟବସାୟ ହେଲେ ନିଶା ହେଉଛି ସମାଜସେବା । ଉଚ୍ଚ ବେତନଯୁକ୍ତ ଚାକିରୀ ଛାଡ଼ି ସମାଜରେ ଅବହେଳିତ ହୋଇ ରହିଥିବା ଦୁଖୀରଖୀଙ୍କୁ ସେବା କରିବା ପାଇଁ ଆଗେଇ ଆସିଛନ୍ତି ଯାଜପୁର ଜିଲ୍ଲା ବାଣପୁର ଅଂଚଳର ମାଧବାନନ୍ଦ ସାହୁ । ବିନା ସହାୟତାରେ ନିଜସ୍ୱ ଅର୍ଥରେ ଗରୀବ ଓ ଅବହେଳିତ ଲୋକ ମାନଙ୍କୁ ଉପଯୁକ୍ତ ଚିକିତ୍ସା ଆଦି କରିବା କ୍ଷେତ୍ରରେ ଗୁରୁତ୍ୱ ଦେଇଥାନ୍ତି । ସେଥିପାଇଁ ବହୁସ୍ଥାନରେ ପ୍ରଶଂସିତ ମଧ୍ୟ ହୋଇଛନ୍ତି । ଅନ୍ୟପାଇଁ ବଞ୍ଚୁଥିବା ମଣିଷଟିଏ । ‘ମାଧବାନନ୍ଦ’ଙ୍କ ଜୀବନର ମୂଳମନ୍ତ୍ର ସମାଜସେବା । ସମାଜସେବାକୁ ନିଜ ଜୀବନର ବ୍ରତ ଭାବେ ବାଛି ନେଇଥିବାରୁ ରାତିପାହିଲେ ଅନେକ ଗରିବ ଅସହାୟମାନେ ପହଞ୍ଚି ଯାଆନ୍ତି ମାଧବାନନ୍ଦଙ୍କ ଘରେ । ଖବରପାଇବା ମାତ୍ରକେ ସାହାଯ୍ୟ କରିବା ପାଇଁ ଆଗେଇ ଆସନ୍ତି ମାଧବାନନ୍ଦ। ଏମିତି ଜଣେ ସମାଜସେବୀ ହେଉଛନ୍ତି ଯାଜପୁର ଜିଲ୍ଲା ବାଣପୁର ଅଂଚଳର ମାଧବାନନ୍ଦ ସାହୁ। ଯିଏ ନିଜ ବ୍ୟବସାୟରୁ ଆୟ କରିଥିବା ଅର୍ଥରେ ଅନ୍ୟମାନଙ୍କୁ ସାହାଯ୍ୟ କରି ଆତ୍ମସନ୍ତୋଷ ପାଇଥାଆନ୍ତି ।

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus ( )
error: Content is protected !!