ଅସହାୟଙ୍କୁ ସହାୟତା କରିବା ଆମର ଲକ୍ଷ୍ୟ
ଢେଙ୍କାନାଳ: ନିଜ ଜୀବନକୁ ଖାତିର ନକରି ଜନ ସାଧାରଣଙ୍କ ସେବାରେ ଲାଗି ପଡିଛନ୍ତି ଛୋଟ ଏକ ପ୍ରୟାସ ପରିବାର। ପୂର୍ବରୁ ଲକ ଡାଉନ୍ ଓ ସଟଡାଉନ ସମୟରେ ନିଜର ରୋଜଗାର ହରାଇ ନାନା ପ୍ରକାର ସମସ୍ୟାର ସମ୍ମୁଖୀନ ହୋଇ ଅସହାୟ ମାନଂକ ପାଇଁ ଜୀବନ ବିନ୍ଦୁ ପଲଟିଛି ଛୋଟ ଏକ ପ୍ରୟାସ ପରିବାର। ନିଜ ଜୀବନକୁ ଉତ୍ସର୍ଗ କରି ପ୍ରବାସୀ ଶ୍ରମିକ ମାନଙ୍କୁ ଖାଦ୍ୟ ଓ ପାନୀୟ ଜଳର ବ୍ୟବସ୍ଥା କରାଇବା ସହ ରାସ୍ତା କଡ଼ରେ ଜୀବନ ବିତାଉଥିବା ଲୋକଙ୍କୁ ଖାଦ୍ୟ ବଣ୍ଟନ କରିଥିଲେ। ଗତବର୍ଷ ମଧ୍ୟ ଅନେକ ଗୁଡ଼ିଏ ଜନହିତକର କାର୍ଯ୍ୟ କରି କ୍ଲବ୍ ବିଭିନ୍ନ ମହଲରୁ ପ୍ରଶଂସିତ ହୋଇଥିଲା।
ଅସରଡ଼ା ପଞ୍ଚାୟତ ବାର୍ଷିଙ୍ଗା ଗ୍ରାମର ଗୋପୀନାଥ ନାଏକଙ୍କର କିଛିଦିନ ତଳେ କିଡିନ ରୋଗରେ ମୃତ୍ୟ ହୋଇଥିଲା। ପରିବାରରେ ସେ ଜଣେ ହିଁ ରୋଜଗାରକ୍ଷମ ବ୍ୟକ୍ତି ଥିଲେ । ପରିବାର ପ୍ରତିପୋଷଣ ନିମନ୍ତେ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଦିନକୁ ଦିଓଳି ଖାଇବାକୁ ନାହିଁ। ଏଭଳୀ ପରିସ୍ଥିତିରେ ଝିଅଙ୍କ ଭାବିଶ୍ଵତ୍ କିପରି ସୁନ୍ଦର ହେବ ଭାବି ମାଆ ଆଖିରୁ ଲୁହ ସୁଖୁନାହିଁ।ପରିବାରରକୁ ସ୍ୱାବଲମ୍ବୀ କରିବା ପାଇଁ ଛୋଟ ଏକ ପ୍ରୟାସ ସେବା ସଂସ୍ଥାନ ତରଫରୁ ଏକ ସିଲାଇ ମେସିନ ଯୋଗାଇ ଦିଆଯାଇଛି ।ଜିଲ୍ଲା ଢେଙ୍କାନାଳବ୍ଲକ ହିନ୍ଦୋଳସଭାପତି ପ୍ରଭାତ ବିଶ୍ୱାଳ ଆଜି ପର୍ଯ୍ୟନ୍ତ ଛୋଟ ଏକ ପ୍ରୟାସ ପରିବାର ଅସହାୟ, ଗରିବ ମାନଂକ ପାଖରେ ପହଞ୍ଚି ସେମାନଙ୍କୁ ସହାୟତା ପ୍ରଦାନ କରୁଛନ୍ତି ଏବଂ ଆଗାମୀ ଦିନରେ ମଧ୍ଯ ଏହି ଭଳି କାର୍ଯ୍ୟ ଜାରି ରହିବ ବୋଲି ଛୋଟ ଏକ ପ୍ରୟାସ ପରିବାର ତରଫରୁ କୁହାଯାଇଛି। ଏହି ଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସାର ସୁଅ ଛୁଟୁଛି।