ଅସହାୟଙ୍କ ପାଇଁ ଦେବଦୁତ ସାଜିଲେ
ହିନ୍ଦୋଳ:(କାଞ୍ଚନଟିଭି) ଅରକ୍ଷିତକୁ ଦଇବ ସାହା ଏଭଳି ଏକ ଉଦାହରଣ ଦେଖିବାକୁ ମିଳିଛି ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ କୁକୁଟା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁକୁଟା ଗ୍ରାମରେ। ଗ୍ରାମର ମଙ୍ଗରାଜ ଗୋଚ୍ଛାୟତ ୭୫, କୁକୁଟା ଗ୍ରାମର ନଡ଼ିଆ ପୋଖରୀ ହୁଡାରେ ପ୍ରାୟ ୫୦ ବର୍ଷ ଧରି ରହି ଆସୁଛନ୍ତି। ପରିବାର କହିଲେ ସ୍ତ୍ରୀ ବାସନ୍ତୀ ଗୋଚ୍ଛାୟତ ୬୫, ପୁଅ ପ୍ରହ୍ଲାଦ ୫୦ ମାନସିକ ବିକାର ଗ୍ରସ୍ତ ଥିବାବେଳେ ବୋହୂ କଇରୀ ୪୫ ଭିନ୍ନକ୍ଷମ। ଏହି ଭଳି ଦୟନୀୟ ଅବସ୍ଥାରେ ୪ ପ୍ରାଣୀ କୁଟୁମ୍ବ ପୋଖରୀ ହୁଡାରେ ଏକ ଜରି ପାଲ ତଳେ ଆଶ୍ରୟ ନେଉଛନ୍ତି। ବୟସର ଅପରାହ୍ନରେ ମଙ୍ଗରାଜ ଓ ବାସନ୍ତୀ ପହଞ୍ଚି ସାରିଥିବା ବେଳେ ନା ପାଉଛନ୍ତି ବାର୍ଦ୍ଧକ୍ୟ ଭତ୍ତା, ନା ପାଇଛନ୍ତି ଆବାସ ଯୋଜନା। କେବଳ ପାଉଛନ୍ତି ଅନ୍ତୋଦୟ ଯୋଜନାରେ ଚାଉଳ।
ପୁଅ ଓ ବୋହୂ ଉଭୟ ବି ସରକାରୀ ଯୋଜନା ପାଇବାକୁ ହକଦାର ଥିବାବେଳେ ବଞ୍ଚିତ ସମସ୍ତ ଯୋଜନାରୁ। ଏଭଳି ଏକ ସମ୍ବେଦନଶିଳ ଘଟଣା ଛୋଟ ଏକ ପ୍ରୟାସ ପରିବାର ଟିମ୍ ହିନ୍ଦୋଳ ପାଖରେ ଆଜି ସକାଳୁ ପହଞ୍ଚିବା ପରେ ଆଜି ଛୋଟ ଏକ ପ୍ରୟାସ ଟିମର ସଦସ୍ୟ ମାନେ କୁକୁଟା ଗ୍ରାମରେ ପହଞ୍ଚି ମଙ୍ଗରାଜଙ୍କ ପାଇଁ ନିଜସ୍ବ ଖର୍ଚ୍ଚରେ ଏକ ଆଜବେଷ୍ଟସ ଘର ତିଆରି କରିଦେଇଛନ୍ତି, ଫଳରେ ମଙ୍ଗରାଜଙ୍କ ପରିବାରରେ ଖୁସିର ତରଙ୍ଗ ଖେଳି ଯାଇଛି। ଛୋଟ ଏକ ପରିବାରର ଏଭଳି ଏକ ପ୍ରାୟାସକୁ ସ୍ଥାନୀୟ ଅଞ୍ଚଳ ବାସି ଓ ବୁଦ୍ଧିଜୀବି ମହଲରେ ପ୍ରଶଂସାର ସୁଅ ଛୁଟୁଛି।