ଆଖିଧରାକୁ ନେଇ ଚିନ୍ତାରେ ଲୋକ । ପଢନ୍ତୁ, କେମିତି କରିବେ ପ୍ରତିକାର…..?

ଆଖିଧରାକୁ ନେଇ ଚିନ୍ତାରେ ଲୋକ । ପଢନ୍ତୁ, କେମିତି କରିବେ ପ୍ରତିକାର…..?

କାଞ୍ଚନ ଟିଭି : ଘରେ ଘରେ ଆଖି ଧରା ସମସ୍ୟାକୁ ନେଇ ଚିନ୍ତାରେ ଲୋକେ । ଜଣଙ୍କର ଆଖି ଧରିବାର କିଛି ଦିନ ପରେ ଆଉ ଜଣଙ୍କ ଆଖି ଧରି ଦେଉଛି । ଏମିତି ରାଜ୍ୟର ବିଭିନ୍ନ ସ୍ଥାନରେ ଆଖିଧରା ରୋଗର ଚିତ୍ର ସବୁ ଆସିବାରେ ଲାଗିଛି । ବିଶେଷ କରି ସ୍କୁଲ ପାଲଟିଛି ଆଖିଧରାର ହଟସ୍ପଟ । ପ୍ରଥମେ ଆଖି କୁଣ୍ଡେଇ ହେବା ସହ ଆଖି ଲାଲ ପଡ଼ିଯାଉଛି । ଏହାପରେ ଆଖି ଫୁଲିଯାଉଥିବା ଦେଖିବାକୁ ମିଳୁଛି । ତେବେ ଏହି ରୋଗକୁ ପ୍ରତିରୋଧ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ମାର୍ଗଦର୍ଶିକା ଜାରି କରାଯାଇଛି । ବିଶେଷଜ୍ଞଙ୍କ ମତରେ ଏହା ଏକ ସଂକ୍ରାମକ ରୋଗ ତେଣୁ ଏଥିପାଇଁ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବାକୁ ମାର୍ଗଦର୍ଶିକା ଜାରି କରିଛି ସ୍ୱାସ୍ଥ୍ୟ ବିଭାଗ । ତେବେ ଆପଣଙ୍କ ଆଖି ଧରିଲେ କ’ଣ କରିବେ? କିମ୍ବା କ’ଣ କରିବେ ନାହିଁ ତାକୁ ନେଇ ଅନେକଙ୍କ ମନରେ ସନ୍ଦେହ ରହିଛି ।

ଆଖି ଧରା : କେମିତି କରିବେ ପ୍ରତିକାର ?

ଆକ୍ରାନ୍ତ ବ୍ୟକ୍ତିଙ୍କ ରୁମାଲ୍, ତଉଲିଆ, ତକିଆ ବ୍ୟବହାର କରୁନ୍ତୁ ନାହିଁ।
ଆକ୍ରାନ୍ତ ବ୍ୟକ୍ତି ବ୍ୟବହାର କରିଥିବା ଆଇ-ଡ୍ରପ୍ ଅନ୍ୟମାନେ ବ୍ୟବହାର କରନ୍ତୁ ନାହିଁ।
ନିଜର ଚଷମା ନିୟମିତ ସଫା କରନ୍ତୁ।
ସୁଇମିଂ ପୁଲ, ପୋଖରୀ ଆଦିରେ ମୁହଁ ବୁଡାନ୍ତୁ ନାହିଁ
କଣ୍ଟାକ୍ଟ ଲେନ୍ସ ବ୍ୟବହାରକାରୀ ନିଜର ଚକ୍ଷୁ ଚିକିତ୍ସକଙ୍କ ସହ ପରାମର୍ଶ କରି ସାବଧାନତା ଅବଲମ୍ବନ କରନ୍ତୁ।
ଆଖିରେ କୌଣସି ପ୍ରସାଧନ ସାମଗ୍ରୀ ବ୍ୟବହାର କରନ୍ତୁ ନାହିଁ
ଆଖି ଧରିଲେ ପରିଷ୍କାର କପଡ଼ା ଉଷୁମପାଣିର ପକାଇ ଆଖିକୁ ପୋଛନ୍ତୁ।
ଆଖି ପୋଛା କପଡ଼ାକୁ ଗରମ ପାଣିରେ ଭିଜାଇବା ପରେ ନଷ୍ଟ କରିଦିଅନ୍ତୁ।
ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ଆଖି ଔଷଧ ବ୍ୟବହାର କରନ୍ତୁ ନାହିଁ।
ଆବଶ୍ୟକ ହେଲେ ନିକଟସ୍ଥ ଡାକ୍ତରଖାନାକୁ ଯାଇ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus ( )
error: Content is protected !!