ଆବେଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲା ବିଶ୍ୱ
ଟୋକିଓ (କାଞ୍ଚନଟିଭି): ଶିଞ୍ଜୋଙ୍କ ଦେହାନ୍ତ ହେବାର ଦୀର୍ଘ ଅଢ଼େଇ ମାସ ପରେ ଜାପାନ୍ ସରକାରଙ୍କ ପକ୍ଷରୁ ରାଜଧାନୀ ଟୋକିଓ ଠାରେ ପ୍ରତିକାତ୍ମକ ରାଷ୍ଟ୍ରୀୟ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ବେଳେ ଏଥିରେ ମୋଦିଙ୍କ ସମେତ ବିଶ୍ୱର ପ୍ରମୁଖ ନେତୃବୃନ୍ଦମାନେ ଯୋଗ ଦେଇଥିଲେ । ଶିଞ୍ଜୋଙ୍କ ପତ୍ନୀ ଆକି ଆବେ ଟୋକିଓ ହଲରୁ ଅସ୍ଥି ଅବଶେଷ ଧରି କାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚôବା ପରେ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।
ଏସବୁ ମଧ୍ୟରେ ଜାପାନ ସରକାରଙ୍କ ପକ୍ଷରୁ ଶିଞ୍ଜୋଙ୍କ ଉଦେ୍ଦଶ୍ୟରେ ଆୟୋଜନ କରାଯାଇଥିବା ଏହି ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମ ପାଇଁ ବିପୁଳ ପରିମାଣର ଅର୍ଥ (ଭାରତୀୟ ମୁଦ୍ରା ଅନୁସାରେ ପ୍ରାୟ ୧ଠଠ କୋଟି) ରାଜକୋଷରୁ ଖର୍ଚ୍ଚ କରାଯିବାକୁ ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି । ଶିଞ୍ଜୋଙ୍କ ଏହି ରାଜକୀୟ ସଂସ୍କାର କାର୍ଯ୍ୟକ୍ରମରେ ୨୧୭ ଦେଶର ପ୍ରାୟ ୬୪ଠଠ ପ୍ରତିନିଧି ଯୋଗଦେଇଥିବା ଜଣାପଡିଛି । ପ୍ରକାଶ, ଜୁଲାଇ ୮ତାରିଖ ଦିନ ଏକ ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମକୁ ଶିଞ୍ଜୋ, ସମ୍ବୋଧିତ କରୁଥିବା ସମୟରେ ପଛପଟୁ ଜଣେ ଆତତାୟୀ ତାଙ୍କ ଉପରକୁ ୩/୪ ରାଉଣ୍ଡ ଗୁଳି କରିଥିଲେ । ଗୁଳିକାଣ୍ଡର ୬ଘଣ୍ଟା ପରେ ଶିଞ୍ଜୋ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ