ଆସୋସିଏସନ୍ ଅଫ ଟୁଇଟର ଆକ୍ଟିଭିଷ୍ଟର ଦ୍ଵିତୀୟ ବାର୍ଷିକୋତ୍ସବ ପାଳନ ହୋଇଯାଇଛି
ପୁରୀ:(କାଞ୍ଚନଟିଭି) ପ୍ରଶାସନର ଦାୟୀତ୍ବ ସେବା ପ୍ରଦାନ କରିବା। ଆମେ ଚାକିରି କରିଛୁ, ସେଥିପାଇଁ ଦରମା ପାଉଛୁ। କାହାରି କାମ କରିଦେଲେ, କାହା ପାଇଁ ଦୟା କରୁନାହୁଁ। ଟୁଇଟର ସାମାଜିକ ଗଣମାଧ୍ୟମ ଜରିଆରେ ବହୁତ୍ ସମସ୍ୟା ନଜରକୁ ଆସୁଛି। ଅନେକ ସମାଧାନ ହେଉଛି। ଆସୋସିଏସନ୍ ଅଫ ଟୁଇଟର ଆକ୍ଟିଭିଷ୍ଟ ର ଦ୍ଵିତୀୟ ବାର୍ଷିକୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଏହା କହିଛନ୍ତି।
ସାମୁହିକ ହିତରେ technology କୁ ଅସ୍ତ୍ର କରି ଯୁବପିଢି ଆଗେଇ ଆସିବା ଏକ ଶୁଭ ଲକ୍ଷଣ ବୋଲି ସେ କହିଥିଲେ। ପୁରୀ ଚକ୍ରତୀର୍ଥ ରୋଡ ସ୍ଥିତ ସଂସ୍କୃତି ଭବନ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ କୈଳାସ ଚନ୍ଦ୍ର ନାୟକ, tpcodl ର ଭୁବନେଶ୍ୱର ମଣ୍ଡଳ ମୁଖ୍ୟ ପ୍ରବୀଣ ଶର୍ମା, ବରିଷ୍ଠ ସାମ୍ବାଦିକ ଶ୍ରୀ ଜିତେନ୍ଦ୍ର ନାରାୟଣ ମିଶ୍ର, ଶିଶୁ ସମାଚାର ର ସମ୍ପାଦକ ଶ୍ରୀ ସୁକାନ୍ତ ପଣ୍ଡା, ଆଇନଜୀବୀ ଶ୍ରୀ ଦୀପକ କୁମାର ପଣ୍ଡା ପ୍ରମୁଖ, ଡଃ ସୁନିଲ ତରାଇ ପ୍ରମୁଖ ଯୋଗ ଟୁଇଟର ର ଉପାଦେୟତା ତଥା ଆଜିର ଦିନରେ ଟୁଇଟର କିପରି ଏକ ଅମୋଘ ଅସ୍ତ୍ର ସାଜି ଶାସକ ଓ ଶାସିତ ମଧ୍ୟରେ ଦୂରତା ହ୍ରାସ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି,
ସେ ସମ୍ବନ୍ଧରେ ଆଲୋଚନା କରିଥିଲେ। ସମାଜସେବୀ ବ୍ରଜକିଶୋର ସାହୁ ଓ ଅଜୟ ପ୍ରଧାନ ନିଜ ଅଭିଜ୍ଞତା ବାଣ୍ଟି ଥିଲେ। ବିଭିନ୍ନ ଜିଲ୍ଲାରୁ ଆସିଥିବା ଟୁଇଟର କର୍ମୀମାନେ ସେମାନଙ୍କ ଅଞ୍ଚଳରେ କରିଥିବା ସେବା ବାବଦରେ କହି ସମସ୍ତଙ୍କୁ ପ୍ରେରିତ କରିଥିଲେ। ସଭାରେ ଅଧ୍ୟକ୍ଷତା କରିଥିଲେ ଅନୁଷ୍ଠାନର ସଭାପତି ବିସ୍ମୟ ମିଶ୍ର। ସଂପାଦକୀୟ ବିବରଣୀ ପାଠ କରିଥିଲେ ସମ୍ପାଦିକା ଶୁଭଶ୍ରୀ ବେହେରା। ସବୁଜିମା ସୃଷ୍ଟି କ୍ଷେତ୍ରରେ ପ୍ରଶଂସନୀୟ ଅବଦାନ ରଖୁଥିବା ଶିକ୍ଷାନୁଷ୍ଠାନ ଭୋଲାନାଥ ବିଦ୍ୟାପୀଠ, ପୋଲିସ ହାଇ ସ୍କୁଲକୁ ସମ୍ବର୍ଦ୍ଧିତ କରାଯାଇଥିଲା।
ବିଭିନ୍ନ ଜିଲ୍ଲାର ଟୁଇଟର ସଂଯୋଜକ, ଅଙ୍ଗନବାଡ଼ି କତୃପକ୍ଷଙ୍କୁ ଅତିଥି ମାନେ ମଞ୍ଚରେ ସମ୍ବର୍ଦ୍ଧିତ କରିଥିଲେ। ମଞ୍ଚ ପରିଚାଳନା କରିଥିଲେ ମିଥୁନ ଜେନା ଓ ସ୍ୟାମପ୍ରକାସ ସେନାପତି। ଅନୁଷ୍ଠାନର କୋଷାଧ୍ୟକ୍ଷ ମାନସ ରଥ, ଗଣମାଧ୍ୟମ ସଂଯୋଜକ ସତ୍ୟନାରାୟଣ ସାହୁ, ଦେବେନ୍ଦ୍ର ସୁବୁଦ୍ଧି, ହରିଶ୍ଚନ୍ଦ୍ର ନାୟକ, ପ୍ରଫୁଲ୍ଲ ଚନ୍ଦ୍ର ମଲ୍ଲିକ, ଦୀପକ ପ୍ରଧାନ, କୃପା ରାଓ, ପାଣ୍ଡବ ଜେନା, ଦେବାଶିଷ ମହାପାତ୍ର, ଗୀତା ମିଶ୍ର, ସଚ୍ଚିଦାନନ୍ଦ ବିଶୋଇ, ଦେବରାଜ ଦାସ, ବିପିନ ମହାନ୍ତି, ପାପୀୟ ବାନାର୍ଜୀ, ଗୀତା ଜେନା, ଆଦିତ୍ୟ ନାରାୟଣ ବାରିକ, ନିରାକାର ମହାରଣା, ସିଦ୍ଧାର୍ଥ ଶଙ୍କର ମିଶ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ