ଇସ୍ରୋର ବଡ଼ ଯୋଜନା, ଆରମ୍ଭ କରିବ ମିଶନ ସୂର୍ୟ୍ୟ

ଇସ୍ରୋର ବଡ଼ ଯୋଜନା, ଆରମ୍ଭ କରିବ ମିଶନ ସୂର୍ୟ୍ୟ

ନୂଆଦିଲ୍ଲୀ:(କାଞ୍ଚନ ଟିଭି ବ୍ୟୁରୋ) ମିଶନ ଚନ୍ଦ୍ର ସଫଳ ହେବା ପରେ ଏବେ ଇସ୍ରୋ ଆଉ ଏକ ବଡ଼ ଯୋଜନା କରିଛି। ଚନ୍ଦ୍ର ପରେ ଏବେ ଇସ୍ରୋର ପୂରା ଫୋକସ ସୂର୍ୟ୍ୟ ଉପରେ ରହିଛି ଭାରତ ବିଶ୍ୱର ପ୍ରଥମ ଦେଶ ଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ପାଦ ଥାପି ଇତିହାସ ରଚିଛି।ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡିଂ କରିଛି। ଇସ୍ରୋର ଏହି ସଫଳତା ପାଇଁ ନାସା ଠାରୁ ଆରମ୍ଭ କରି ବିଦେଶର ସବୁ ଗବେଷଣା ସଂସ୍ଥା ଶୁଭେଚ୍ଛା ଜଣାଇବାରେ ଲାଗିଛନ୍ତି। ଏହି ଶୁଭେଚ୍ଛା ପାଇଁ ଇସ୍ରୋ ମଧ୍ୟ ଉତ୍ସାହିତ ହୋଇ ପଡ଼ିଛି। ସଂସ୍ଥା ଖୁବଶୀଘ୍ର ମିଶନ ସୂର୍ୟ୍ୟ ଆରମ୍ଭ କରିବ ବୋଲି କହିଛି।

ଲ୍ୟାଣ୍ଡର ବିକ୍ରମର ସଫ୍ଟ ଲ୍ୟାଣ୍ତିଂକୁ ଭିଡିଓ କନଫରେନ୍ସିଂରେ ଦେଖୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଆଗକୁ ମିଶନ ସୂର୍ୟ୍ୟ ଓ ଶୁକ୍ର ଆରମ୍ଭ ହେବ ବୋଲି କହିଛନ୍ତି।

ସେ କହିଛନ୍ତି, ଚନ୍ଦ୍ର ଅଭିଯାନ ସଫଳ ହୋଇଛି। ଭାରତ ଜହ୍ନରେ ପହଞ୍ଚିଛି। ଏହା ପରେ ଇସ୍ରୋ ସୂର୍ୟ୍ୟ ମିଶନ ଆରମ୍ଭ କରିବ। ଆଦିତ୍ୟ-ଏଲ୍‌ ୱାନ୍‌ ମିଶନ ଜରିଆରେ ସୂର୍ୟ୍ୟ ସଂପର୍କରେ ଗବେଷଣା କରାଯିବ। ସୂର୍ୟ୍ୟ ମିଶନ ସହ ଆରମ୍ଭ ହେବ ଶୁକ୍ର ଅଭିଯାନ। ଭାରତ ଶୁକ୍ର ଗ୍ରହ ଉପରେ ଅଭିଯାନ ଆରମ୍ଭ କରିବ ବୋଲି ମୋଦି କହିଛନ୍ତି।
ଚନ୍ଦ୍ରଯାନ-୩ର ସଫଳତା ପରେ ଇସ୍ରୋର ମୁଖ୍ୟ ଏସ ସୋମନାଥ ମଧ୍ୟ ଆଗକୁ ମିଶନ ସୂର୍ୟ୍ୟ ଓ ସୌର ଗତିବିଧି ସମ୍ପର୍କରେ ତଥ୍ୟ ସଂଗ୍ରହ ପାଇଁ ଆଦିତ୍ୟ ଏଲ ୱାନ ମିଶନ ଆରମ୍ଭ କରାଯିବ ବୋଲି ସୂଚନା ଦେଇଛନ୍ତି।

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus ( )
error: Content is protected !!