ଉପଭୋକ୍ତାଙ୍କ ପାଇଁ ଖୁସି ଖବର, କମିଲା କମର୍ସିଆଲ ସିଲିଣ୍ଡର ଦର

ଉପଭୋକ୍ତାଙ୍କ ପାଇଁ ଖୁସି ଖବର, କମିଲା କମର୍ସିଆଲ ସିଲିଣ୍ଡର ଦର

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପୂର୍ବରୁ ଉପଭୋକ୍ତାଙ୍କ ପାଇଁ ଖୁସି ଖବର । କମିଲା କମର୍ସିଆଲ ସିଲିଣ୍ଡର ଦର । ୧୯ କେଜି କମର୍ସିଆଲ ସିଲିଣ୍ଡର ଦର ୩୦.୫୦ ଟଙ୍କା ହ୍ରାସ ହୋଇଛି । ସେହିପରି ୫ କେଜି ଏଫଟିଏଲ ସିଲିଣ୍ଡର ଦର ୭.୫୦ ଟଙ୍କା ହ୍ରାସ କରିଛି ତୈଳ ବିପଣନ କମ୍ପାନୀ । ଆଜି ଠାରୁ ଏହି ଦୁଇ ସିଲିଣ୍ଡରର ନୂଆ ଦର ଲାଗୁ ହୋଇଛି ।

ସରକାରୀ ତୈଳ କମ୍ପାନୀ ଗୁଡିକ ଦେଇଥିବା ସୂଚନା ଅନୁଯାୟୀ, ଆଜି ଠାରୁ ଦେଶର ବିଭିନ୍ନ ସହରରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୩୦.୫୦ ଟଙ୍କାକୁ ହ୍ରାସ କରାଯାଇଛି । କେବଳ ୧୯ କିଲୋଗ୍ରାମ ବ୍ୟବସାୟିକ ଏଲପିଜି ସିଲିଣ୍ଡରରେ ଏହି ଲାଭ ପାଇ ପାରିବେ ଉପଭୋକ୍ତା । ଦିଲ୍ଲୀରେ ୧୯ କେଜି କମର୍ସିଆଲ ସିଲିଣ୍ଡର ଦର ୧୭୬୪.୫୦ ଟଙ୍କା ରହିଛି । ଏହା ପୂର୍ବରୁ ସିଲିଣ୍ଡର ଦର ୧୭୯୫ ଟଙ୍କା ରହିଥିଲା । ସେହିଭଳି କୋଲକାତାରେ ୧,୮୭୯ ଟଙ୍କା, ମୁମ୍ବାଇରେ ୧,୭୧୭.୫୦ ଟଙ୍କା ଓ ଚେନ୍ନାଇରେ ୧,୯୩୦ ଟଙ୍କାକୁ ଖସି ଆସିଛି କମର୍ସିଆଲ ସିଲିଣ୍ଡର ଦର । ଗତ ମାର୍ଚ୍ଚ ୧ ତାରିଖରେ ୧୯ କିଲୋଗ୍ରାମ ବିଶିଷ୍ଟ କମର୍ସିଆଲ ଏଲପିଜି ସିଲିଣ୍ଡର ଦର ୨୫ ଟଙ୍କା ୫୦ ପଇସା ବୃଦ୍ଧି ହୋଇଥିଲା ।

ଅନ୍ୟପକ୍ଷରେ ଏଥର ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ଏହି ସିଲିଣ୍ଡରର ମୂଲ୍ୟ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ଏବଂ କୋଲକାତା ସମେତ ଦେଶର ଅନ୍ୟାନ୍ୟ ଛୋଟ ଏବଂ ବଡ ସହରରେ ସମାନ ରହିଛି । ୧୪.୨ କେଜି ଘରୋଇ ଏଲପିଜି ସିଲିଣ୍ଡର ଦର ଦିଲ୍ଲୀରେ ୮୦୩ ଟଙ୍କା, କୋଲକାତାରେ ୮୨୯ ଟଙ୍କା, ମୁମ୍ବାଇରେ ୮୦୨.୫୦ ଟଙ୍କା ଏବଂ ଚେନ୍ନାଇରେ ୮୧୮.୫୦ ଟଙ୍କା ରହିଛି । ଗତ ମାର୍ଚ୍ଚ 8ରେ କେନ୍ଦ୍ର ସରକାର ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୦୦ ଟଙ୍କା ହ୍ରାସ କରିଥିଲେ।

ସୂଚନା ଯେ, ପ୍ରତି ମାସ ପହିଲାରେ ଏଲପିଜି ସିଲିଣ୍ଡର ଦରରେ ସଂଶୋଧନ ହୋଇଥାଏ । ରେସ୍ତୋରାଁ, ହୋଟେଲ ଓ ଅନ୍ୟ ଛୋଟ ଛୋଟ ହୋଟେଲ ଗୁଡିକ କମର୍ସିଆଲ ଗ୍ୟାସ ସିଲିଣ୍ଡରର ବଡ ଉପଭୋକ୍ତା ଅଟନ୍ତି । ଏହି ଗ୍ୟାସ ଦାମ ବଢିଲେ ସେମାନେ ନିଜ ଖାଦ୍ୟପଦାର୍ଥ ମୂଲ୍ୟ ମଧ୍ୟ ବଢାଇଥାନ୍ତି । କମର୍ସିଆଲ ଗ୍ୟାସ ଦର ହ୍ରାସ ହେବା ଗ୍ରାହକଙ୍କୁ ଆଶ୍ବସ୍ତି ଦେଇଛି ।

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus ( )
error: Content is protected !!