ଉପସ୍ଥିତି ଜାହିର କଲେ ମାଓବାଦୀ
ଉମରକୋଟ୍:(କାଞ୍ଚନଟିଭି ବ୍ୟୁରୋ ରିପୋର୍ଟ) ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଳକରେ ମାଓବାଦୀମାନେ ପୁଣି ସେମାନଙ୍କ ଉପସ୍ଥିତି ଜାହିର କରିଛନ୍ତି। ରାଇଘର ବ୍ଲକର ୩ଟି ଜାଗାରେ ଲାଗିଛି ମାଓ ପୋଷ୍ଟର ଲାଗିଥିବା ଦେଖିବକୁ ମିଳିଛି। ଜିଲ୍ଲାର ରାଇଘର ଥାନା ଅନ୍ତର୍ଗତ ଗୋନାରେ ଏବଂ ଭାର୍ସୁଣ୍ଡି ଗାଁର ରାଉତପାରା ଅଞ୍ଚଳରେ ଏହି ପୋଷ୍ଟର ଓ ବ୍ୟାନର ଲାଗିଛି।
ବର୍ତମାନ ମାଓ ସଂସ୍ଥାପନ ଦିବସ ପାଳନ ଅବସରରେ ଚଳିତ ସେପ୍ଟମ୍ବର ୨୧ ରୁ ୨୭ ପର୍ଯ୍ୟନ୍ତ ସହୀଦ ସପ୍ତାହ ପାଳନ କରାଯାଉଛି ଏବଂ ଆଜି ଏହାର ଶେଷଦିନ। ମାଓ ସଙ୍ଗଠନ “ଉଦନ୍ତି ଏରିଆ କମିଟି” ପକ୍ଷରୁ ଏହି ପୋଷ୍ଟର ଓ ବ୍ୟାନର ଲଗାଯାଇଛି। ୨୦୨୨ ସଂରକ୍ଷଣ ନିୟମକୁ ପ୍ରତ୍ୟାହାର କରିବାକୁ ଏଥିରେ ଲେଖା ଯାଇଥିବା ସହ ପୋଲିସ ସୂଚନାଦାତାଙ୍କୁ ମୃତ୍ୟୁ ଦଣ୍ଡ ଦିଆଯିବ ବୋଲି ଏହି ପୋଷ୍ଟର ଓ ବ୍ୟାନରରେ ମାଓବାଦୀମାନେ ଲେଖଛନ୍ତି। ପୋଷ୍ଟର ଓ ବ୍ୟାନର ଲାଗିବା ପରେ ରାଇଘର ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି
CATEGORIES ଜିଲ୍ଲା