ଏପ୍ରିଲ-୨୦୨୪ : ଚଳିତ ମାସରେ ପଡୁଥିବା ଗ୍ରହଣ ଓ ଗୋଚର, ଜାଣନ୍ତୁ କେବେ ଲାଗୁଛି ସୂର୍ଯ୍ୟ ଗ୍ରହଣ
କାଞ୍ଚନ ଟିଭି: ଏପ୍ରିଲ ମାସରେ ପାଳନ କରାଯାଉଥିବା ଉପବାସ, ପର୍ବ ଏବଂ ଆସନ୍ତା ବ୍ୟାଙ୍କ ଛୁଟି ବିଷୟରେ ଅପ୍ରିଲ ୨୦୨୪ ଓଭରଭ୍ୟୁ ଦ୍ୱାରା ଆପଣଙ୍କୁ ବିସ୍ତୃତ ସୂଚନା ଦେବା ପରେ, ଆମେ ବର୍ତମାନ ଏହି ମାସରେ ଗ୍ରହ ସ୍ଥିତିର ପରିବର୍ତନ କିମ୍ବା ରାଶି ସମ୍ବନ୍ଧୀୟ ସୂଚନା ଦେବାକୁ ଯାଉଛୁ । ଏପ୍ରିଲରେ, ଦୁଇଟି ଗ୍ରହ ସେମାନଙ୍କର ସ୍ଥିତି ପରିବର୍ତନ କରିବେ ଏବଂ ଚାରୋଟି ପ୍ରମୁଖ ଗ୍ରହ ସେମାନଙ୍କର ରାଶି ପରିବର୍ତନ କରିବେ । ଏହା ବ୍ୟତୀତ ବର୍ଷର ପ୍ରଥମ ଗ୍ରହଣ ମଧ୍ୟ ଏହି ମାସରେ ଘଟିବ । ତେଣୁ ଗ୍ରହଣ ଏବଂ ଗୋଚରର ତାରିଖ ବିଷୟରେ ଜାଣିବା ଆସନ୍ତୁ ।
ବୁଧ ମେଷ ରାଶିରେ ବକ୍ରୀ (୨ ଅପ୍ରିଲ ୨୦୨୪) : ବୁଦ୍ଧି ଓ ବାଣୀର କାରକ ଗ୍ରହ ବୁଧ ୦୨ ଅପ୍ରିଲ ୨୦୨୪ ଅପରାହ୍ନ ୦୩: ୧୮ ରେ ମେଷ ରାଶିରେ ବକ୍ରୀ ହେବେ ଯାହାର ପ୍ରଭାବ ସମସ୍ତ ରାଶି ଉପରେ ପଡ଼ିବ ।
ମେଷ ରାଶିରେ ଅସ୍ତ (୪ ଅପ୍ରିଲ ୨୦୨୪) : ବୁଧ ନିଜର ସ୍ଥିତି ବଦଳାଇ ପୁଣି ଥରେ ମେଷ ରାଶିରେ ୦୪ ଅପ୍ରିଲ ୨୦୨୪ ସକାଳ ୧୦:୩୬ ରେ ଅସ୍ତ ହୋଇଯିବେ ।
ବୁଧ ମୀନ ରାଶିରେ ଗୋଚର (୦୯ ଅପ୍ରିଲ ୨୦୨୪) : ବାଣୀ, ବ୍ୟବସାୟ ଓ ବୁଦ୍ଧିର କାରକ ଗ୍ରହ ବୁଧ ନିଜର ବକ୍ରୀ ଅବସ୍ଥାରେ ୦୯ ଅପ୍ରିଲ ୨୦୨୪ ରାତି ୧୦:୦୬ ରେ ମେଷରୁ ବାହାରି ମୀନ ରାଶିରେ ପ୍ରବେଶ କରିବେ ।
ସୂର୍ଯ୍ୟ ମେଷ ରାଶିରେ ଗୋଚର (୧୩ ଅପ୍ରିଲ ୨୦୨୪) : ବୈଦିକ ଜ୍ଯୋତିଷରେ ସୂର୍ଯ୍ୟଙ୍କୁ ନବଗ୍ରହର ରାଜା କୁହଯାଏ ଓ ଏବେ ଏହା ୧୩ ଅପ୍ରିଲ ୨୦୨୪ ରାତି ୦୮:୫୧ରେ ମୀନ ରାଶିରୁ ବାହାରି ମଙ୍ଗଳ ଦେବଙ୍କ ରାଶି ମେଷରେ ଗୋଚର କରିବେ ।
ବୁଧ ମୀନ ରାଶିରେ ଉଦୟ (୧୯ ଅପ୍ରିଲ ୨୦୨୪) : ଅପ୍ରିଲ ମାସରେ ପୁଣି ଠାରେ ବୁଧ ନିଜ ସ୍ଥିତି ପରିବର୍ତନ କାରି ୧୯ ଅପ୍ରିଲ ୨୦୨୪ ସକାଳ ୧୦:୨୩ ରେ ଉଦୟ ହେବେ ।
ମଙ୍ଗଳ ମୀନ ରାଶିରେ ଗୋଚର (୨୩ ଅପ୍ରିଲ ୨୦୨୪) : ସାହସର କାରକ ଗ୍ରହ ମଙ୍ଗଳ ୨୩ ଅପ୍ରିଲ ୨୦୨୪ ସକାଳ ୦୮:୧୯ ରେମୀନ ରାଶିରେ ଗୋଚର କରିବେ । ଏହି ଗୋଚରର ପ୍ରଭାବ ସମସ୍ତ ରାଶି ଉପରେ ପଡ଼ିବ ।
ଶୁକ୍ର ମେଷ ରାଶିରେ ଗୋଚର (୨୪ ଅପ୍ରିଲ ୨୦୨୪) : ବୈଦିକ ଜ୍ଯୋତିଷରେ ଶୁକ୍ର ଦେବଙ୍କୁ ସୁଖ, ଐଶ୍ୱର୍ଯ ଓ ପ୍ରେମର କାରକ ଗ୍ରହ କୁହାଯାଏ ଓ ଏବେ ଏହା ୨୪ ଅପ୍ରିଲ ୨୦୨୪ ରାତି ୧୧:୪୪ ରେ ମେଷ ରାଶିରେ ଗୋଚର କରିବେ ।
ବୁଧ ମୀନ ରାଶିରେ ମାର୍ଗୀ (୨୫ ଅପ୍ରିଲ ୨୦୨୪) : ଅପ୍ରିଲ ମାସର ଶେଷରେ ବୁଧ ୨୫ ଅପ୍ରିଲ୨୦୨୪ ସନ୍ଧ୍ୟା ୦୫:୪୯ ରେ ମୀନ ରାଶିରେ ମାର୍ଗୀ ହୋଇଯିବେ ।
ଶୁକ୍ର ମେଷ ରାଶିରେ ଅସ୍ତ (୨୮ ଅପ୍ରିଲ୨୦୨୪) : ଏହି ମାସରେ ଶୁକ୍ରଙ୍କ ସ୍ଥିତିରେ ମଧ୍ୟ ପରିବର୍ତନ ଦେଖାଯିବ ଓ ଏହାର ପରିଣାମ ସ୍ୱରୂପ ୨୮ ଅପ୍ରିଲ ୨୦୨୪ ସକାଳ ୦୭:୨୭ ରେ ମେଷ ରାଶିରେ ଅସ୍ତ ହେବେ ।
ଅପ୍ରିଲ ମାସରେ ଲାଗୁଥିବା ଗ୍ରହଣ
ସୂର୍ଯ୍ୟ ଗ୍ରହଣ ୨୦୨୪ (୮ ଅପ୍ରିଲ ୨୦୨୪ ) : ୨୦୨୪ ର ପ୍ରଥମ ସୂର୍ଯ୍ୟ ପରାଗ ୮ ଅପ୍ରିଲ ୨୦୨୪ ରେ ହେବ ଯାହା ପୂର୍ଣ ସୂର୍ଯ୍ୟ ପରାଗ ହେବ । କିନ୍ତୁ ଏହ ପରାଗ ଭାରତରେ ଦେଖା ଯିବ ନାହିଁ ତେଣୁ ଏହାର ସୁତକ କାଳ ବୈଧ ନୁହେଁ ।