ଏବେବି ଚାଲିଛି କେତେକ ପ୍ରାନ୍ତରେ ବାଲ୍ୟବିବାହ

ଏବେବି ଚାଲିଛି କେତେକ ପ୍ରାନ୍ତରେ ବାଲ୍ୟବିବାହ


ନୂଆଦିଲ୍ଲୀ (ବ୍ୟୁରୋ ରିପୋର୍ଟ୍): ଦେଶରେ ଆଜି ବି କେତେକ ପ୍ରାନ୍ତରେ ବାଲ୍ୟ ବିବାହ ଘଟଣା ଦେଖିବାକୁ ମିଳୁଛି । ପଶ୍ଚିମବଙ୍ଗ ଏବଂ ଝାଡଖଣ୍ଡ ଦେଶର ଏପରି ଦୁଇ ରାଜ୍ୟ ଯେଉଁଠି ଆଜିର ସମୟରେ ମଧ୍ୟ ୫ଠ%ରୁ ଊଦ୍ଧ୍ୱର୍ ଝିଅଙ୍କୁ ୨୧ ବର୍ଷ ହେବା ପୂର୍ବରୁ ହିଁ ପରିବାର ଲୋକେ ବିବାହ କରାଇଦେଉଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ସଦ୍ୟତମ ଡେମୋଗ୍ରାଫିକ୍ ସାମ୍ପଲ୍ ସର୍ଭେ ରିପୋର୍ଟରୁ ଏହି ତଥ୍ୟ ଉଜାଗର ହୋଇଛି । ୨ଠ୨ଠରେ କରାଯାଇଥିବା ଏହି ଦେଶବ୍ୟାପୀ ସର୍ଭେ ଅନୁସାରେ ରାଷ୍ଟ୍ରୀୟ ସ୍ତରରେ ଯେଉଁଠି ୨୧ ବର୍ଷରୁ କମ୍ ବୟସର ଝିଅଙ୍କ ବିବାହ ହାର ୨୯.୫% ରହିଛି ସେତେବେଳେ ପଶ୍ଚିମବଙ୍ଗରେ ଏହି ହାର ୫୪.୯% ଏବଂ ଝାଡଖଣ୍ଡରେ ୫୪.୬% ରହିଛି । ଅର୍ଥାତ୍ ଏହି ଦୁଇ ରାଜ୍ୟରେ ୨୧ ବର୍ଷରୁ କମ୍ ବୟସର ଝିଅଙ୍କ ବିବାହ ହାର ଜାତୀୟସ୍ତର ଠାରୁ ମଧ୍ୟ ବେଶ୍ ଅଧିକ ରହିଛି । ମୃତୁ୍ୟହାର, ପ୍ରଜନନ ହାର ଏବଂ ସ୍ୱାସ୍ଥ୍ୟଗତ ମାନଦଣ୍ଡ ଆଧାରରେ ଏହି ସର୍ଭେ କରାଯାଇଥିଲା । ଏଥିରେ ୮.୪ ମିଲିଅନ୍ ଲୋକେ ଅଂଶଗ୍ରହଣ କରିଥିଲେ । ୨ଠ୨ଠରେ ଏହି ସର୍ଭେ କରାଯାଇଥିବା ବେଳେ ଗତ ମାସରେ ଏହି ରିପୋର୍ଟ ପ୍ରକାଶ କରାଯାଇଛି ।

ଦ୍ଭ ୧୮ ବର୍ଷରୁ କମ୍ ବୟସର ଝିଅଙ୍କ ବିବାହ କ୍ଷେତ୍ରରେ ଝାଡଖଣ୍ଡ ପ୍ରଥମ
୨୧ ବର୍ଷରୁ କମ୍ ବୟସର ଝିଅଙ୍କ ବିବାହ କ୍ଷେତ୍ରରେ ଯଦିଓ ପଶ୍ଚିମବଙ୍ଗ ଆଗରେ ରହିଛି, ତେବେ ୧୮ବର୍ଷରୁ କମ୍ ବୟସର ଝିଅଙ୍କ ବିବାହ କ୍ଷେତ୍ରରେ ଝାଡଖଣ୍ଡ ପ୍ରଥମ ସ୍ଥାନ ଅକ୍ତିଆର କରିଛି । ଗୃହ ମନ୍ତ୍ରଣାଳୟ ରେଜିଷ୍ଟ୍ରାର ଜେନେରାଲ ଏବଂ ସେନ୍ସସ୍ କମିଶନରେଟ୍ ପକ୍ଷରୁ କରାଯାଇଥିବା ଏହି ସର୍ଭେ ରିପୋର୍ଟ ଅନୁସାରେ ରାଷ୍ଟ୍ରୀୟ ସ୍ତରରେ ୧୮ ବର୍ଷ ପୂର୍ବରୁ କମ୍ ବୟସରେ ବିବାହ କରୁଥିବା ଝିଅଙ୍କ ହାର ୧.୯% ରହିଛି । ତେବେ ରାଜ୍ୟୱାରୀ ଦେଖିବାକୁ ଗଲେ କେରଳରେ ଏହି ହାର ସର୍ବନିମ୍ନ ଅର୍ଥାତ୍ ଠ% ରହିଥିବା ବେଳେ ଝାଡଖଣ୍ଡରେ ସର୍ବାଧିକ ୫.୮% ରହିଛି । ଝାଡଖଣ୍ଡର ଗ୍ରାମୀଣ ଅଞ୍ଚଳରେ ବାଲ୍ୟ ବିବାହ ହାର ୭.୩% ରହିଥିବା ବେଳେ ସହରାଞ୍ଚଳରେ ୩% ରହିଛି ।
ଦ୍ଭ ଗୁଣିଗାରେଡି ଅଭିଯୋଗରେ ହତ୍ୟା

ଏସବୁ ମଧ୍ୟରେ ଝାଡ଼ଖଣ୍ଡରେ ଗୁଣିଗାରେଡି ଅଭିଯୋଗରେ ହତ୍ୟାକାଣ୍ଡ ଘଟଣା ପରିପ୍ରେକ୍ଷୀରେ ରାଷ୍ଟ୍ରୀୟ ଅପରାଧ ରେକର୍ଡ ବୁ୍ୟରୋ (ଏନ୍ସିଆର୍ବି) ରିପୋର୍ଟ ହସ୍ତଗତ ହୋଇଛି । ଏନ୍ସିଆର୍ବି ରିପୋର୍ଟ ଅନୁସାରେ ୨ଠ୧୫ରେ ଝାଡଖଣ୍ଡରେ ଗୁଣିଗାରେଡି ଅଭିଯୋଗରେ ୩୨ଜଣଙ୍କୁ ହତ୍ୟା କରାଯାଇଛି । ସେହିପରି ୨ଠ୧୬ରେ ୨୭. ୨ଠ୧୭ରେ ୧୯, ୨ଠ୧୮ରେ ୧୮ ଏବଂ ୨ଠ୧୯ ତଥା ୨ଠ୨ଠରେ ୧୫ ଲେଖାଏ ଲୋକଙ୍କୁ ହତ୍ୟା କରାଯାଇଛି ।
ଦ୍ଭ ଝିଅଙ୍କ ସହ ବର୍ବରତା ଘଟଣା

ଝାଡଖଣ୍ଡ ସେତେବେଳେ ଚର୍ଚ୍ଚାକୁ ଆସିଥିଲା ଯେତେବେଳେ ରାଜ୍ୟର ଜଣେ ନାବାଳିକାକୁ ଜିଅନ୍ତା ଜାଳି ଦିଆଯାଇଥିଲା । ଗତ ଅଗଷ୍ଟ ୨୩ ତାରିଖରେ ଏହି ଅଘଟଣ ଘଟିଥିଲା । ବିବାହ ପ୍ରସ୍ତାବକୁ ପ୍ରତ୍ୟାଖାନ କରିବାରୁ ଶୋଇଥିବା ଅବସ୍ଥାରେ ନାବାଳିକା ଉପରେ ପେଟ୍ରୋଲ ଢ଼ାଳି ଜଣେ ବ୍ୟକ୍ତି ନିଆଁ ଲଗାଇଦେଇଥିଲା । ସେହିପରି ୨ ସେପ୍ଟେମ୍ବରରେ ଦୁମ୍କା ଅଞ୍ଚଳରେ ଜଣେ ୧୪ ବର୍ଷୀୟା ଆଦିବାସୀ ନାବାଳିକାର ମୃତଦେହ ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ତେବେ ଏପ୍ରକାର ଅନେକ ଘଟଣା ଝାଡଖଣ୍ଡର ବିଭିନ୍ନ ପ୍ରାନ୍ତରେ ନିୟମିତ ଭାବେ ଘଟୁଥିବା ନଜରକୁ ଆସିବାରେ ଲାଗିଛି

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus ( )
error: Content is protected !!