ଏସ୍ ଏସ୍ ବିଡି ମହିଳା ମହାବିଦ୍ୟାଳୟରେ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଉଦଯାପିତ।

ଏସ୍ ଏସ୍ ବିଡି ମହିଳା ମହାବିଦ୍ୟାଳୟରେ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଉଦଯାପିତ।

ଜଟଣୀ:(କାଞ୍ଚନଟିଭି/ଆଶୁତୋଷ ରାୟ)କନ୍ତିଆସ୍ଥିତ ଶ୍ରୀ ସୋମନାଥ ବାଲୁଙ୍କେଶ୍ଵର ମହିଳା ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଛାତ୍ରୀ ମାନଙ୍କ ମଧ୍ୟରେ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛିl +୨ମହିଳା ମହାବିଦ୍ୟାଳୟରେ ଗତ ୧୧ତାରିଖରୁ ଚାଲୁଥିବା ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ୨୦ତାରିଖ ଦିନ ଉଦଯାପିତ ହୋଯାଇଛି।

ମହାବିଦ୍ୟାଳୟ ପରିସରରେ ଆଠଦିନ ଧରି ଚାଲୁଥିବା ଏହି ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ +୨ର ଅଧ୍ୟକ୍ଷ ସତ୍ୟବ୍ରତ ମହାନ୍ତିଙ୍କ ପ୍ରତେକ୍ଷ ତତ୍ତ୍ଵାବଧାନରେ ଚାଲୁଥିଲା। ଉଦଯାପନୀ ଦିବସ କାର୍ଯ୍ୟକ୍ରମରେ ଅତିଥି ଭାବେ ଅଧ୍ୟାପକ ଦୀନବନ୍ଧୁ ଲାଠି,ପ୍ରଶିକ୍ଷକ ଆସମା ବେଗମ୍ ପ୍ରମୁଖ ଉପସ୍ଥିତ ରହି ଆତ୍ମ ପ୍ରଶିକ୍ଷଣ ବର୍ତ୍ତମାନ ସମୟରେ ନିତ୍ୟାନ୍ତ ଆବଶ୍ୟକ ବୋଲି ଆଲୋକପାତ କରିବା ସହିତ ଛାତ୍ରୀ ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେl

ଏହି କାର୍ଯ୍ୟକ୍ରମକୁ ଅଧ୍ୟାପିକା କଲ୍ଯାଣୀ ପଟ୍ଟନାୟକ,ରତିଶ୍ରୀ ପଟ୍ଟନାୟକ,ସୁଶାନ୍ତ କୁମାର ସାମନ୍ତରାୟ,ସ୍ନେହଲତା ସେନାପତି,ସୁଶାନ୍ତ ରାଉତ, ପୁଷ୍ପିତା ରାଣୀ ଦାସ,ଚନ୍ଦ୍ରଶେଖର ବେହେରା,ଅଭିମନ୍ୟୁ ସାମନ୍ତସିଂହାର,ଜଗନ୍ନାଥ ପ୍ରସାଦ,ବେବିନା ସେଠୀ, ଜୟନ୍ତ ସାହୁ,ବିଷ୍ଣୁ ବଳୀଆରସିଂହ ଓ କାର୍ଯ୍ୟକ୍ରମ ଅଧିକାରୀ ଦିଲୀପ କୁମାର ଜେନା ପ୍ରମୁଖ

ଏହି ଆଠଦିନିଆ କାର୍ଯ୍ୟକ୍ରମକୁ ତଥା ଉଦଯାପନୀ ଉତ୍ସବକୁ ସଂଯୋଜନା ଓ ପରିଚାଳନା କରିଥିଲେlଏବଂ ଡ଼ଃ ରଜନୀ ରଣସିଂହ ଧନ୍ୟବାଦ ଅର୍ପଣ କରିଥିଲେl ପରିଶେଷରେ ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରି ବେଷଣ କରା ଯାଇଥିଲାl

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus ( )
error: Content is protected !!