ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଦୁଇ ବର୍ଷ ପରେ ଦଶହରା ମଜାରେ ପାଣି ପକାଇବ ଲଘୁଚାପ ବର୍ଷା। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଆସନ୍ତା ୩ ତାରିଖ ସୁଦ୍ଧା ଲଘୁଚାପରେ ପରିଣତ ହେବ । ଏହି ପ୍ରଭାବରେ ଓଡ଼ିଶା ରେ ବର୍ଷା ପରିମାଣ ବଢିପାରେ। ସୀମାନ୍ତବର୍ତ୍ତୀ ପଶ୍ଚିମ ଓଡ଼ିଶାରେ ସ୍ୱଳ୍ପ ଓ ବାକି ଆଭ୍ୟନ୍ତରୀଣରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି ।

ସୂଚନା ଅନୁଯାୟୀ, ମହାନବମୀ ଓ ଦଶମୀରେ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ପୁରୀ, ପାରାଦୀପ, ଭଦ୍ରକ, ବାଲେଶ୍ୱର, ବାରିପଦାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହା ପରେ ଅକ୍ଟୋବର ୮ରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଜୁନ ପହିଲାରୁ ସେପ୍ଟେମ୍ବର ୩୦ (ମୌସୁମୀ ଅବଧି) ଭିତରେ ରାଜ୍ୟରେ ହାରାହାରି ୧୧୯୬.୮ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଭଦ୍ରକରେ ୨୧% କମ୍‌ ବର୍ଷା ହୋଇଛି । ବାକି ସମସ୍ତ ଜିଲ୍ଲାରେ ବର୍ଷା ପରିମାଣ ଭଲ ଅଛି । ବୌଦ୍ଧ, କନ୍ଧମାଳ, ଗଜପତି, କୋରାପୁଟରେ ଅଧିକ ବର୍ଷା ହୋଇଛି ।

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus ( )
error: Content is protected !!