ଓଡ଼ିଶା ଠିକା ମଜଦୂର ମହାସଂଘର ୫ଦଫା ଦାବିପତ୍ର ପ୍ରଦାନ
ଖୋର୍ଦ୍ଧା:(କାଞ୍ଚନ ଟିଭି/ନିମାଇଁ ମହାରଣା) ଖୋର୍ଦ୍ଧା ଭାରତୀୟ ମଜଦୁର ସଂଘ ଖୋର୍ଦ୍ଧା ଜିଲ୍ଲା ତରଫରୁ ଠିକା ଶ୍ରମିକ ମାନଙ୍କ ର ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ୫ଦଫା ଦାବିପତ୍ର ପ୍ରଦାନ କରିଥିଲେ। ଦାବି ଗୁଡିକ ମଧ୍ୟରେ୧. ଠିକା ପ୍ରଥା ଉଚ୍ଛେଦ କରାଯାଉ।୨- ସମାନ କାମକୁ ସମାନବେତନ ପ୍ରଦାନ କରାଯାଉ ଏବଂ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁକଡ଼ାକଡ଼ି ପାଳନ କରାଯାଉ।୩- ଠିକା କର୍ମଚାରୀମାନଙ୍କୁ ସପ୍ତାହିକ ଛୁଟିର ହାଜିରା ପ୍ରଦାନ କରାଯାଉ।୪- ଅବସରକାଳିନ ସମୟସୀମା ୫୮ ବର୍ଷରୁ ୬୦ ବର୍ଷକୁ ବୃଦ୍ଧି କରାଯାଉ।୫-ଠିକା କର୍ମଚାରୀମାନଙ୍କୁ ସର୍ବନିମ୍ନ ମାସିକ ବେତନ ୨୧୦୦୦କରାଯାଉ। ଭାରତୀୟ ମଜଦୁର ସଂଘର କାର୍ଯ୍ୟକାରିଣୀ ସଦସ୍ୟ ଯୋଗ ଦେଇ କହିଲେ ନିର୍ବାଚନ ପୂର୍ବରୁ ଦାବି ପୁରଣ ନହେଲେ ଭାରତୀୟ ମଜଦୁର ସଂଘ ରାଜରାସ୍ତାକୁ ଓହ୍ଲାଇବ ଓ ଯାହାକିଛି ହେବ ସେଥିପାଇଁ ମୁଖ୍ୟମନ୍ତ୍ରୀ ଦାୟୀ ରହିବେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସମ୍ପାଦକ ଅକ୍ଷୟ ରାଉତରାୟ, ଜଟଣୀ ବ୍ଳକ ସଭାପତି ଦଣ୍ଡପାଣି ଜେନା, ସମ୍ପାଦକ ବିଜୟ ହରିଚନ୍ଦନ, ମଣ୍ଡୁ ମଂଗରାଜ, ବାଦଲ ନାୟକ ପ୍ରମୁଖ ନେତୃତ୍ବ ନେଇଥିଲେ। ପଯ୍ୟାବରଣ ଦିବସ ଉପଲକ୍ଷେ ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ବୃକ୍ଷରୋପଣ କରିଥିଲେ।