ଓସିଏସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ଦୃଷ୍ଟିବାଧିତ ଯୁବକ ପ୍ରସନ୍ନ କୁମାର ପଣ୍ଡା

ଓସିଏସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ଦୃଷ୍ଟିବାଧିତ ଯୁବକ ପ୍ରସନ୍ନ କୁମାର ପଣ୍ଡା

ଟାଙ୍ଗୀ(ବ୍ୟୁରୋ ରିପୋର୍ଟ୍): ନିଜ ଅକ୍ଲାନ୍ତ ପରିଶ୍ରମ ଓ ଆତ୍ମବିଶ୍ବାସ ଥିଲେ ଜୀବନରେ ନିଶ୍ଚିତ ଭାବରେ ସଫଳତା ମିଳିବ । ଯାହାକୁ ସତ କରି ଦେଖାଇଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅଧିନସ୍ତ ମହାବିଦ୍ୟା ସ୍ନାତକ ଏବଂ ଜେଏନୟୁ ବିଶ୍ୱବିଦ୍ୟାଳୟ ଦିଲ୍ଲୀରୁ ସ୍ନାତକୋତର କରିଥିବା ବେଳେ ବର୍ତ୍ତମାନ ଜେଏନୟୁ ରେ ପିଏଚଡ଼ି କରୁଛନ୍ତି। ତେବେ ଗତ କିଛି ଦିନ ହେଲା ବ୍ରହ୍ମପୁର ସ୍ଥିତ ମହାମାୟୀ ମହିଳା ମହାବିଦ୍ୟାଳୟରେ ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ ଭାବେ ଯୋଗଦେଇଥିଲେ। ପରିବାର କହିଲେ ବାପା ମା, ଦୁଇ ଭାଇ ଓ ଭଉଣୀ। ପିଲାଟି ଦିନରୁ ବହୁ ପରିଶ୍ରମୀ ଥିଲେ ପ୍ରସନ୍ନ। ଦୃଷ୍ଟି ନଥିଲେ ଯେ କିଛି କରି ହେବନାହିଁ ଏହାକୁ ଭୁଲ ପ୍ରମାଣିତ କରିପାରିଛନ୍ତି ପ୍ରସନ୍ନ ।

ତେବେ ଉକ୍ତ ସଫଳତାର ଶ୍ରେୟ ନିଜ ପରିବାର କୁ ଦେଇଛନ୍ତି ପ୍ରସନ୍ନ। ତତସହିତ ସାଧାରଣ ବ୍ୟକ୍ତି କିପରି ସରକାରଙ୍କ ଦ୍ୱାରା ପ୍ରଦତ୍ତ ସମସ୍ତ ଲୋକାଭିମୁଖୀ ଯୋଜନାର ସୁବିଧା ସୁଯୋଗ ପାଇପାରିବେ ଏବଂ ଜନସାଧାରଣଙ୍କ ଅଭିଯୋଗଗୁଡିକୁ କିପରି ସମାଧାନ କରାଯାଇପାରିବ ସେ ଦିଗରେ ଆଗକୁ କାର୍ଯ୍ୟ କରିବେ ବୋଲି ପ୍ରସନ୍ନ କହିଛନ୍ତି। ସୂଚନା ଥାଉକି ୨୦୨୦ ଓସିଏସ ପରୀକ୍ଷାରେ ସାରା ଓଡିଶାରୁ ଦୁଇ ଜଣ ସମ୍ପୂର୍ଣ୍ଣ ଦୃଷ୍ଟିବାଧିତ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଥିବା ବେଳେ ବାଣପୁର ର ତନ୍ମଧ୍ୟରୁ ପ୍ରସନ୍ନ ଅନ୍ୟତମ

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus ( )
error: Content is protected !!