କନ୍ଧମାଳ ଜିଲ୍ଲାକୁ ପହିଲି ଶୀତ  ଛୁଇଁଛି

କନ୍ଧମାଳ ଜିଲ୍ଲାକୁ ପହିଲି ଶୀତ ଛୁଇଁଛି


କନ୍ଧମାଳ:(ବ୍ୟୁରୋ ରିପୋର୍ଟ୍)
କନ୍ଧମାଳରେ ପହିଲି ଶୀତ। କନ୍ଧମାଳ ଜିଲ୍ଲାକୁ ପହିଲି ଶୀତ ଛୁଇଁଛି। ଜିଲ୍ଲାରେ ଯୁଆଡ଼େ ଚାହିଁଲେ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଛି ।

ତେବେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା, ଦାରିଙ୍ଗବାଡ଼ି, ରାଇକିଆ, ବେଲଘର ଆଦି ସବୁ ଅଞ୍ଚଳରେ ଘନ କୁହୁଡ଼ି ସାଙ୍ଗକୁ ହାଲୁକା ଶୀତ ଅନୁଭୂତ ହେଉଛି । ହାଲକା ଶୀତ ସ୍ପର୍ଶରେ ପୁଲକିତ ହୋଇ ଉଠିଛି ଜନଜୀବନ । ଆଉ ଏହାକୁ ଉପଭୋଗ କରୁଛନ୍ତି ପିଲାଠୁ ବୁଢା ଯାଏ ।

ଏହାସହିତ ହାଲକା ଥଣ୍ଡା ସାଙ୍ଗକୁ କୁହୁଡ଼ି କାକର ବୁନ୍ଦା ଗଛର ପତ୍ରରେ ଦେଖିବାକୁ ମିଳିଛି l ସନ୍ଧ୍ୟା ସମୟରେ ମଧ୍ୟ ହାଲକା ଶୀତ ଅନୁଭୂତ ହେଉଛି । ସେହିପରି ଫୁଲବାଣୀ ସହରରେ ହାଲକା ଶୀତ ଓ ଘନ କୁହୁଡ଼ିର ମଜା ନେଉଛନ୍ତି ସହରବାସୀ ।

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus ( )
error: Content is protected !!