କାକଟପୁର ବାସିନୀ ମା ବାସନ୍ତିଙ୍କ ଦୁର୍ଗା ପୂଜା ଶେଷ ।

କାକଟପୁର ବାସିନୀ ମା ବାସନ୍ତିଙ୍କ ଦୁର୍ଗା ପୂଜା ଶେଷ ।

ପୁରୀ:(କାଞ୍ଚନ ଟିଭି) ପୁରୀ ଜିଲ୍ଲା କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ମନ୍ଦିରରେ ଶୁକ୍ଳ ସପ୍ତମୀ ତିଥି ଠାରୁ ଆରମ୍ଭ ହୋଇଥିବା ତିନି ଦିନାତ୍ମକ ବାସନ୍ତିକ ଦୁର୍ଗାପୂଜା ଶେଷ ହୋଇଛି । ମନ୍ଦିର ଟ୍ରଷ୍ଟବୋର୍ଡ ପକ୍ଷରୁ ତିନିଦିନ ବ୍ୟାପି ଅନୁଷ୍ଠିତ ବାସନ୍ତିକ ଦୁର୍ଗାପୂଜା ପାଇଁ ମନ୍ଦିରରେ ସ୍ଵତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ସକାଳ ୮ ଟାରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ମାଙ୍କ ନିତୀ କାନ୍ତି ଅନୁଷ୍ଠିତ ହୋଇଥିବାରୁ ମନ୍ଦିରକୁ ସର୍ବସାଧାରଣଙ୍କ ପ୍ରବେଶ ବନ୍ଦ ରହିଥିଲା ।ଆଶ୍ୱିନ ମାସର ଷୋଡଶ ଉପଚାର ପୂଜାନୀତି ଭଳି ଚୈତ୍ରମାସ ର ଶୁକ୍ଳ ସପ୍ତମୀ, ଅଷ୍ଟମୀ, ଓ ନବମୀ ତିଥିରେ ୩ ଦିନ ବ୍ୟାପୀ ମାଙ୍କ ବାସନ୍ତିକ ପୂଜା ଅନୁଷ୍ଠିତ ହୋଇଥିଲା । ସପ୍ତମୀ ତିଥି ରେ ମା ମଙ୍ଗଳା କାତାୟନୀ ବେଶ ରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଥିବା ବେଳେ ଅଷ୍ଟମୀ ତିଥି ରେ ମା ସିଂହ ବାହିନୀ ବେଶ ରେ ଓ ରାମ ନବମୀ ଦିନ ମା ମହିଷା ମର୍ଦ୍ଧିନି ବେଶ ରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଥିଲେ। ଅତ୍ୟନ୍ତ ଭକ୍ତି ଓ ନିଷ୍ଠାର ସହିତ ମା ଙ୍କ ବାସନ୍ତିକ ଦୁର୍ଗାପୂଜା ଅନୁଷ୍ଠିତ ହୋଇଥିଲା। ମାଙ୍କ ଦର୍ଶନ ପାଇଁ ପ୍ରତିଦିନ ଅପରାହ୍ନରୁ ବିଳମ୍ୱିତ ରାତି ପର୍ଯ୍ୟନ୍ତ ମନ୍ଦିର ରେ ଭକ୍ତ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ଲାଗିଥିଲା। ମନ୍ଦିର ପ୍ରଶାସନ ଓ ସ୍ଥାନୀୟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ବାସନ୍ତିକ ଦୁର୍ଗାପୂଜା ପାଇଁ ସମଗ୍ର କାକଟପୁର ଅଞ୍ଚଳ ରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା

Spread the love
CATEGORIES
TAGS
Share This

COMMENTS Wordpress (0) Disqus ( )

error: Content is protected !!