କାର୍ଯ୍ୟକାରୀ ହେବ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା

କାର୍ଯ୍ୟକାରୀ ହେବ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା

ଭୁବନେଶ୍ୱର:(କାଞ୍ଚନଟିଭି ବ୍ୟୁରୋ) ରାଜ୍ୟରେ ପୁଷ୍ଟିଗତ ସ୍ଥିତିର ଉନ୍ନତି ପାଇଁ ଏକ ରୂପାନ୍ତରିତ ରଣନୀତି ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । ଏଥିପାଇଁ କାର୍ଯ୍ୟକାରୀ ହେବ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା ଯାହା ୨୦୨୩-୨୪ ଆର୍ଥିକ ବର୍ଷରୁ କାର୍ଯ୍ୟକାରୀ ହେବ । ଏ ବାବଦରେ ଆସନ୍ତା ୫ ବର୍ଷରେ ୩୩୫୪ କୋଟି ୪୦ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି । ଏ ସମ୍ପର୍କିତ ପ୍ରସ୍ତାବକୁ ବୁଧବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ଅନୁମୋଦନ ମିଳିଛି ।କ୍ୟାବିନେଟ୍ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା କହିଛନ୍ତି, ସମସ୍ତ ଜିଲ୍ଲାର ୧୫ରୁ ୧୯ ବର୍ଷ ବୟସର କିଶୋରୀ ବାଳିକାଙ୍କ ପୁଷ୍ଟିଗତ ଉନ୍ନତି ନିମନ୍ତେ ଅଣ୍ଡା, ଲଡୁ, ପୁଷ୍ଟିକର ସପ୍ଲିମେଣ୍ଟ ଇତ୍ୟାଦି ଯୋଗାଇ ଦିଆଯିବ । ଆଇସିଡିଏସ୍ ପ୍ରଜୋକ୍ଟ ସ୍ତରରେ କିଶୋରୀ ମେଳା ଆୟୋଜନ କରାଯିବ । ଏଥିସହିତ କିଶୋରୀ ବାଳିକାଙ୍କ ରକ୍ତହୀନତା ସ୍କ୍ରିନିଂ ଏବଂ ଅନ୍ୟାନ୍ୟ ଆଇଇସି, ଏସ୍ବିସିସି କାର୍ଯ୍ୟକଳାପ ସଂଗଠିତ ହେବ । ଗର୍ଭବତୀ ମହିଳା ଓ ପ୍ରସୂତୀଙ୍କ ଅତିରିକ୍ତ ଟେକ୍ ହୋମ୍ ରାସନ୍ ଆକାରରେ ଅଣ୍ଡା, ମିଲେଟ୍ ଏବଂ ପୃଷ୍ଟିକର ଖାଦ୍ୟ ପଦାର୍ଥ ଇତ୍ୟାଦି ଯୋଗାଇ ଦିଆଯିବ । ୬ ବର୍ଷରୁ କମ୍ ଶିଶୁମାନଙ୍କୁ ମଧ୍ୟ ଏହି ଯୋଜନାରେ ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯିବ ।ମୁଖ୍ୟ ସଚିବ ଶ୍ରୀ ଜେନା ବୁଧବାର କ୍ୟାବିନେଟ୍ ବୈଠକରେ ଗୃହୀତ ୧୫ଟି ପ୍ରସ୍ତାବ ସମ୍ପର୍କରେ ସୂଚନା ଦେଇ କହିଥିଲେ, ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଆଗତ ମୁଖ୍ୟମନ୍ତ୍ରୀ ସଡକ ଯୋଜନା ସମ୍ପର୍କିତ ୪ଟି ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ଗଞ୍ଜାମ ଜିଲ୍ଲା ଶୀତଳାପଲ୍ଲୀ ସ୍ଥିତ ଟାଟା ଷ୍ଟିଲ ମଲ୍ଟି ହସ୍ପିଟାଲ ନିମନ୍ତେ ୪୩.୦୫୦ ଏକର ଜମିର ବକେୟା ରାଜସ୍ୱ ଓ ସୁଧ ଛାଡ, ଓଡିଶା ଷ୍ଟାଫ୍ ସିଲେକ୍ସନ୍ କମିଶନର ଅଧ୍ୟକ୍ଷ ଓ ସଦସ୍ୟମାନଙ୍କ ଅବସର ବୟସ ସୀମା ୬୨ ବର୍ଷରୁ ୬୫ ବର୍ଷକୁ ବୃଦ୍ଧି, ଓଡିଶା ଦ୍ରବ୍ୟ ଓ ସେବାର କର ଆଇନରେ ସଂଶୋଧନ, ଅବଢା ଯୋଜନାର ବ୍ୟୟ ଅଟକଳ ୩୨୦୮ କୋଟିରୁ ୪୨୨୪.୨୨ କୋଟି ଟଙ୍କାକୁ ବୃଦ୍ଧି ଭଳି ସମୁଦାୟ ୧୫ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ରେ ଅନୁମୋଦନ ମିଳିଛି ।

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus (0 )
error: Content is protected !!