କାର୍ଯ୍ୟକ୍ଷମ ଥିବା ଓଭରହେଡ୍ ଇଲେକ୍ଟ୍ରିକ୍ ଇନସୁଲେଟର ସଫା କରିବା ପାଇଁ ଖୋର୍ଦ୍ଧାରୋଡ୍ ରେଳମଣ୍ଡଳ ଦ୍ଵାରା ଏକ ନୂଆ ଭିତ୍ତିଭୂମି ବିକଶିତ।

କାର୍ଯ୍ୟକ୍ଷମ ଥିବା ଓଭରହେଡ୍ ଇଲେକ୍ଟ୍ରିକ୍ ଇନସୁଲେଟର ସଫା କରିବା ପାଇଁ ଖୋର୍ଦ୍ଧାରୋଡ୍ ରେଳମଣ୍ଡଳ ଦ୍ଵାରା ଏକ ନୂଆ ଭିତ୍ତିଭୂମି ବିକଶିତ।

ଜଟଣୀ(କାଞ୍ଚନଟିଭି/ଆଶୁତୋଷ ରାୟ) :- ଉପକୂଳବର୍ତ୍ତୀ ଅଞ୍ଚଳରେ ଓଭର ହେଡ୍ ଇଲେକ୍ଟ୍ରି”ଓଏଚ୍ଇ” ରକ୍ଷଣା ବେକ୍ଷଣରେ ଏକ ପ୍ରମୁଖ ପରିବର୍ତ୍ତନ ଆଣିବ|
ଓଏଚ୍ଇ ବନ୍ଦ ନ’କରି ଏବଂ ଟ୍ରାଫିକ୍ ଗତିବିଧିରେ ବାଧା ନ’ଦେଇ ଇନସୁଲେଟର ଗୁଡିକ ସଫା କରାଯାଇପାରିବ|
ଏହି ଉପକରଣ ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀଙ୍କ ଦ୍ଵାରା ସଂକଳ୍ପିତ,ପରିକଳ୍ପିତ ଏବଂ ଗଠିତ|
କରେଣ୍ଟ ଥିବା ଓଏଚ୍ଇ ଇନସୁଲେଟର ର ରକ୍ଷଣା ବେକ୍ଷଣରେ ଭାରତୀୟ ରେଳରେ ପ୍ରଥମେ ଥର ପାଇଁ ଏହି ଭିତ୍ତିଭୂମି ବିକଶିତ ହୋଇଯାଇଛି |

ଖୋର୍ଦ୍ଧାରୋଡ୍ ମଣ୍ଡଳ ଦ୍ଵାରା କାର୍ଯ୍ୟକ୍ଷମ ଥିବା ଓଭର ହେଡ୍ ବିଦ୍ୟୁତ୍ (ଓଏଚଇ) ଇନସୁଲେଟର ର ସଫେଇ ପାଇଁ ଭିତ୍ତିଭୂମି ବିକାଶ କରାଯାଇଛି|ପାରାଦୀପ ବନ୍ଦର ୟାର୍ଡରେ ହଟଲାଇନ ସଫେଇ ସୁବିଧା ଥିବା ନିରୀକ୍ଷଣ କାରକୁ ଖୋର୍ଦ୍ଧାରୋଡ ମଣ୍ଡଳ ରେଳ ପ୍ରବନ୍ଧକ,ଶ୍ରୀ ରିଙ୍କେଶ ରୟ, ଉଦଘାଟନ କରିଥିଲେ | ଏହି ଅବସର ରେ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ, (ଓପି),ଶ୍ରୀ କଲ୍ୟାଣ ପଟ୍ଟନାୟକ,ଏବଂ ଅନ୍ୟାନ୍ୟ ଅଧିକାରୀ ଏବଂ କର୍ମଚାରୀ ଉପସ୍ଥିତ ଥିଲେ। ଭାରତୀୟ ରେଳପଥରେ ଏହା ପ୍ରଥମ ଥର ପାଇଁ,କରେଣ୍ଟ ଥିବା ଓଏଚ୍ଇ ରକ୍ଷଣା ବେକ୍ଷଣ ପାଇଁ ଏହି ପ୍ରକାରର ଭିତ୍ତିଭୂମି ବିକଶିତ ହୋଇଛି|
ହଟ୍ ଲାଇନ୍ ସଫେଇ ସୁବିଧା ସହିତ ଇନ୍ସପେକସନ୍ କାର୍, ଉପକୂଳବର୍ତ୍ତୀ ଅଞ୍ଚଳରେ ଏବଂ କୋଇଲା ଓ ଲୁହାପଥର ଟ୍ରାଫିକ୍ କାରବାର କରୁଥିବା ଅଞ୍ଚଳରେ ଯେ’ପରିକି ପାରାଦୀପ,ଧାମରା, ତାଳଚେର ଏବଂ ଗୋପାଳପୁର ରେ ଓଏଚ୍ଇ ରକ୍ଷଣା ବେକ୍ଷଣରେ ଏକ ପ୍ରମୁଖ ପରିବର୍ତ୍ତନ ଆଣିବ| ସାଧାରଣତଃ ଏହି ଅଞ୍ଚଳରେ ଲୁଣିଆ ଜଳ ଧୂଳି ଜମା ହେତୁ ଓଏଚ୍ଇ ଇନସୁଲେଟର ପ୍ରଭାବିତ ହୁଏ ଏବଂ ଇନସୁଲେଟର ଉପରେ ସେହି ଜମାଗୁଡିକ ନିୟମିତ ସଫା କରିବା ଆବଶ୍ୟକ କରେ|

ଓଏଚ୍ଇ ଇନସୁଲେଟର ଗୁଡିକ ସଫା କରିବା ପାଇଁ ବିଦ୍ୟୁତ୍ ବ୍ଲକ୍ ଆବଶ୍ୟକ ଏବଂ ଯାହା ଫଳରେ ଟ୍ରାଫିକ୍ ଗତିବିଧିରେ ବାଧା ସୃଷ୍ଟି କରେ|କିନ୍ତୁ ବର୍ତ୍ତମାନ ହଟଲାଇନ ସଫେଇ ସୁବିଧା ସହିତ ଇନ୍ସପେକ୍ଟନ୍ କାର, ଟ୍ରାଫିକରେ ବାଧା ନ’ଦେଇ ଓଏଚ୍ଇ ବନ୍ଦ ନ’କରି ଇନସୁଲେଟର ସଫା କରିବାରେ ସାହାଯ୍ୟ କରିପାରିବ|ଏହି ଭିତ୍ତିଭୂମି ଖୋର୍ଦ୍ଧାରୋଡ୍ ମଣ୍ଡଳର ବିଦ୍ୟୁତ୍(ଟ୍ରାକ୍ସନ୍)ବିଭାଗର ଅଧିକାରୀ ଏବଂ କର୍ମଚାରୀଙ୍କ ଦ୍ଵାରା ଗୃହରେ ସଂକଳ୍ପିତ,ପରିକଳ୍ପିତ, ଗଠିତ ଏବଂ ନିର୍ମିତ|ସମ୍ପୃକ୍ତ କର୍ମଚାରୀଙ୍କୁ ହଟଲାଇନରେ ସଫେଇ କାର୍ଯ୍ୟକଳାପକୁ ଯିବା ପୂର୍ବରୁ ବାଙ୍ଗାଲୋରର ନ୍ୟାସନାଲ ପାୱାର ଟ୍ରେନିଂ ଇନଷ୍ଟିଚ୍ୟୁଟ ଦ୍ୱାରା ତାଲିମ ଦିଆଯାଇଛି।ଭାରତୀୟ ରେଳ ଉପରେ ଏହା ପ୍ରଥମ ଥର ପାଇଁ ରେଳ କର୍ମଚାରୀଙ୍କୁ ଏଭଳି ତାଲିମ ଦିଆଯାଇଛି।
ଖୋର୍ଦ୍ଧାରୋଡ ମଣ୍ଡଳ ରେଳ ପ୍ରବନ୍ଧକ,ଶ୍ରୀ ରିଙ୍କେଶ ରୟ, ଏଭଳି ଭିତ୍ତିଭୂମି ବିକାଶ ପାଇଁ,ବରିଷ୍ଠ ମଣ୍ଡଳ ବିଦ୍ୟୁତ ଇଞ୍ଜିନିୟର(ଟିଆରଡି)ଶ୍ରୀ ପି.କେ ପ୍ରଧାନ ଏବଂ ତାଙ୍କ ବିଭାଗ ର ଅଧିକାରୀ ତଥା କର୍ମଚାରୀ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus ( )
error: Content is protected !!