କୁବେର ଅବକାରୀ ଯୁଗ୍ମ କମିସନରଙ୍କୁ ଗିରଫ କଲା ଭିଜିଲାନ୍ସ , କେବଳ ଭୁବନେଶ୍ବରରେ ରହିଛି ୫୨ ପ୍ଲଟ

କୁବେର ଅବକାରୀ ଯୁଗ୍ମ କମିସନରଙ୍କୁ ଗିରଫ କଲା ଭିଜିଲାନ୍ସ , କେବଳ ଭୁବନେଶ୍ବରରେ ରହିଛି ୫୨ ପ୍ଲଟ

ଭୁବନେଶ୍ୱର: ଭୁବନେଶ୍ୱର ଅବକାରୀ ଯୁଗ୍ମ କମିସନର ରାମଚନ୍ଦ୍ର ମିଶ୍ର ଗିରଫ। ରାମଚନ୍ଦ୍ର ମିଶ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ। ଅମାପ ସମ୍ପତ୍ତି ଦେଖି ଭିଜିଲାନ୍ସ ମଧ୍ୟ ତାଜୁବ ହୋଇଛି। ଚାକିରି ଅବକାରୀ ଯୁଗ୍ମ କମିସନର୍‌। ଭଡ଼ା ଘରେ ରହନ୍ତି, ବାଇକ୍‌ରେ ଅଫିସ୍‌ ଯାଆନ୍ତି। ବର୍ଷକ ପରେ ଅବସର ନେଇଥା’ନ୍ତେ। କିନ୍ତୁ ଜୀବନସାରା ସାଦାସିଧା ଜୀବନଶୈଳୀ ବିତାଇ ଆସୁଥିବାଏପରି ଜଣେ ବ୍ୟକ୍ତି ଯେ କଳାଧନର ପାହାଡ଼ ଉପରେ ଠିଆ ହୋଇଛନ୍ତି, ଆଖି ଆଗରେ ଦେଖି ବି ଭିଜିଲାନ୍ସ ଅଧିକାରୀମାନେ ବି କିଛି ସମୟ ପାଇଁ ବିଶ୍ବାସ କରିନଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରେ ୫୨ଟି ପ୍ଲଟ୍‌, ୬ଟି ବହୁତଳ କୋଠା, ୨ଟି ନାମୀଦାମୀ ଫ୍ଲାଟ୍‌, ଗୋଟିଏ ଡୁପ୍ଲେକ୍ସ, ବ୍ୟାଙ୍କରେ ୨୨ଲକ୍ଷର ଜମାରାଶି, ଗୋଟିଏ ଧାନ ମିଲ ସମେତ ଆହୁରି କେତେ କ’ଣ। ସଂପତ୍ତି ହିସାବ କରି କରି ଭିଜିଲାନ୍ସ ଅଧିକାରୀମାନେ ହାଲିଆ ହୋଇଗଲେ ପଛେ, କିନ୍ତୁ ତାଲିକା ସରିନି।

ଚଢ଼ଉ ପରେ ତାଙ୍କର ୧୦ କୋଟିରୁ ଊର୍ଦ୍ଧ୍ବ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ। ମଦ ଦୋକାନ ପାଇଁ ଲାଇସେନ୍ସ ହେଉ ଅବା ମଦ ମାଫିଆଙ୍କଠାରୁ ବଟି; ବାବୁଜଣଙ୍କ କାହାରିକୁ ଛାଡ଼ୁ ନଥିଲେ। କିନ୍ତୁ ଚୋର ଘର ସବୁ‌ବେଳେ ଅନ୍ଧାର ନଥିବା ଭଳି ଶେଷରେ ଗତକାଲି ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ଭିଜିଲାନ୍ସ ଠାବ କରିଥିବା ସମ୍ପତ୍ତିର ହିସାବ ମାଗିଥିଲେ ମଧ୍ୟ ରାମଚନ୍ଦ୍ର ମିଶ୍ର ଏହାର ଉତ୍ତର ଦେଇପାରିନଥିଲେ। ତେଣୁ ତାଙ୍କ ନାମରେ ମାମଲା ରୁଜୁ କରି ଅଟକ ରଖିଥିଲା। ଆଜି ଅବକାରୀ ଯୁଗ୍ମ କମିସର ରାମଚନ୍ଦ୍ର ମିଶ୍ରଙ୍କୁ ଗିରଫ କରିଛି ଭିଜାଲାନ୍ସ।
ସୂଚନା ଅନୁଯାୟୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଗତକାଲି ଶ୍ରୀ ମିଶ୍ରଙ୍କ ଘର, ଅଫିସ ସମେତ ୧୦ଟି ସ୍ଥାନରେ ଏକକାଳୀନ ଚଢ଼ଉ କରିଥିଲା। ବଲାଙ୍ଗୀର ଠିକାଦାରପଡ଼ାରେ ଥିବା ଗୋଟିଏ ତାଲା ବିଲ୍ଡିଂ, ଉକ୍ତ ଅଞ୍ଚଳରେ ଥିବା ଗୋଟିଏ ୩ତାଲା ବିଲ୍ଡିଂ, ବରଗଡ଼ରେ ଥିବା ବଦ୍ରିପ୍ରସାଦ ଆପାର୍ଟମେଣ୍ଟରେ ଅଧିକାରୀମାନେ ଚଢ଼ଉ କରିଥିଲେ। ସେହିପରି ସମ୍ବଲପୁର ଜିଲ୍ଲା ବୁର୍ଲାରେ ଥିବା ଗୋଟିଏ ଦୁଇ ତାଲା କୋଠା, ସୁବର୍ଣ୍ଣପୂର ଜିଲ୍ଲା ତରଭାରେ ଥିବା ତାଙ୍କର ପୈତୃକ ବାସଭବନ, କନ୍ଦରାପିତାରେ ଥିବା ସମ୍ପର୍କୀୟ ଘର, ସୁବର୍ଣ୍ଣପୁର ଜିଲ୍ଲା, ତରଭାରେ ଥିବା ଗୋଟିଏ ଚାଉଳ ମିଲ୍‌‌, ଖାରବେଳନଗର ଚନ୍ଦ୍ରମା ଆପାର୍ଟମେଣ୍ଟରେ ଗୋଟିଏ ୨ବିଏଚ୍‌‌କେ ଫ୍ଲାଟ୍‌‌, ଖଣ୍ଡଗିରି, ଧର୍ମବିହାରରେ ଥିବା ଭଡ଼ା ଘର ଏବଂ ରୁପାଲି ଛକରେ ଥିବା ପିକଲ୍‌‌ ଅଫିସ୍‌‌ରେ ବି ଚଢ଼ଉ କରାଯାଇଥିଲା। ଏହି ଚଢ଼ଉରେ ୧୦ଜଣ ଡିଏସ୍‌‌ପି, ୧୫ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀ ସାମିଲ ହୋଇଥିଲେ।

ଚଢ଼ଉ ପରେ ତାଙ୍କର ୧୦କୋଟିରୁ ଊର୍ଦ୍ଧ୍ବ ସମ୍ପତ୍ତି ଠାବ କରାଯାଇଥିବା ଭିଜିଲାନ୍ସ ଆକଳନ କରିଛି। ଭୁବନେଶ୍ୱର ଆଇଗିଣିଆରେ ଥିବା ଗୋଟିଏ ଡୁପ୍ଲେକ୍ସ ରହିଥିବା ବେଳେ ଖାରବେଳନଗର ଚନ୍ଦ୍ରମା ଆପାର୍ଟମେଣ୍ଟରେ ଥିବା ଗୋଟିଏ ୨ବିଏଚ୍‌‌କେ ଫ୍ଲାଟ୍‌‌, ବରଗଡ଼, ବଦ୍ରିପ୍ରସାଦ ଆପାର୍ଟମେଣ୍ଟରେ ଗୋଟିଏ ୨ବିଏଚ୍‌‌କେ, ବଲାଙ୍ଗୀର ଠିକାଦାରପଡ଼ାରେ ଗୋଟିଏ ତାଲା ବିଲ୍ଡିଂ, ବଲାଙ୍ଗୀର ଠିକାଦାରପଡ଼ାରେ ଆଉ ଗୋଟିଏ ୩ତାଲା ବିଲ୍ଡିଂ, ଠିକାଦାରପଡ଼ାରେ ଆଉ ଗୋଟିଏ ବିଲ୍ଡିଂ, ସମ୍ବଲପୁର ବୁର୍ଲାରେ ଗୋଟିଏ ଦୁଇ ତାଲା ବିଲ୍ଡିଂ, ସୁବର୍ଣ୍ଣପୁରରେ ଗୋଟିଏ ତାଲା କୋଠା, ସୁବର୍ଣ୍ଣପୁରରେ ଗୋଟିଏ ରାଇସ୍‌‌ ମିଲ୍‌‌, ସୁବର୍ଣ୍ଣପୁରରେ ଆଉ ଗୋଟିଏ ଫାର୍ମ ହାଉସ୍‌‌ ରହିଛି। ସେହିପରି ବାବୁଙ୍କର ୫୨ଟି ପ୍ଳଟ୍‌‌ ଠାବ କରାଯାଇଛି। ସମ୍ବଲପୁରରେ ୨ଟି ପ୍ଳଟ୍‌‌ ଥିବା ବେଳେ ବଲାଙ୍ଗୀରେ ୩ଟି ପ୍ଲଟ୍‌‌, ସୁବର୍ଣ୍ଣପୁରରେ ୪୭ଟି ପ୍ଲଟ୍‌‌ ରହିଛି। ଏହି ସବୁ ପ୍ଲଟ୍‌‌ର ମୂଲ୍ୟ ଭିଜିଲାନ୍ସ ଆକଳନ କରୁଛି। ତାଙ୍କର ବ୍ୟାଙ୍କ୍‌‌ ଜମା ୨୨ଲକ୍ଷ ଥିବା ବେଳେ ୨୩୦ ଗ୍ରାମର ସୁନା ଏବଂ ୩୧୭ ଗ୍ରାମର ରୁପା ଅଳଙ୍କାର ଠାବ କରାଯାଇଛି। ନଗଦ ଟଙ୍କା, ୩ଟି ବାଇକ୍‌‌ ଏବଂ ଘରର ଆସବାବପତ୍ର ମିଶି ୧୧.୨୫ ଲକ୍ଷ ହେବ ବୋଲି ଭିଜିଲାନ୍ସ ପକ୍ଷରୁ ଆକଳନ କରାଯାଇଛି। ଭିଜିଲାନ୍ସ ଠାବ କରିଥିବା ସମ୍ପତ୍ତିର ହିସାବ ମାଗିଥିଲେ ମଧ୍ୟ ରାମଚନ୍ଦ୍ର ମିଶ୍ର ଏହାର ଉତ୍ତର ଦେଇପାରିନଥିଲେ। ତେଣୁ ତାଙ୍କ ନାମରେ ମାମଲା ରୁଜୁ କରି ଅଟକ ରଖିଥିଲା।

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus (0 )
error: Content is protected !!