କେନ୍ଦୁଝରରେ ଯୁଗ୍ମ ଅଭିଯୋଗ ଶୁଣାଣି

କେନ୍ଦୁଝରରେ ଯୁଗ୍ମ ଅଭିଯୋଗ ଶୁଣାଣି


କେନ୍ଦୁଝର(ବ୍ୟୁରୋ ରିପୋର୍ଟ୍) : ସୋମବାର ଦିନ ଜିଲ୍ଲାପାଳ ଆଶିଷ ଠାକରେ ଏବଂ ଏସ୍ପି ମିତ୍ରଭାନୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ କେନ୍ଦୁଝର ଜିଲ୍ଲା ସଦର ମହକୁମାସ୍ଥ ଦରବାର ହଲ୍ଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୋଟ୍ ୯୪ ଅଭିଯୋଗ ଗ୍ରହଣ କରାଯାଇଥିଲା । ସେଥିମଧ୍ୟରୁ ୨୪ଟି ଅଭିଯୋଗର ତୁରନ୍ତ ଫଇସଲା କରାଯାଇଥିଲା । ସମୁଦାୟ ଅଭିଯୋଗ ମଧ୍ୟରୁ ୧୩ଟି ଅଭିଯୋଗ ଗୋଷ୍ଠୀ ସମସ୍ୟା/ଗ୍ରାମ୍ୟ ସମସ୍ୟାମୂଳକ ହୋଇଥିବାବେଳେ ୮୧ଟି ଅଭିଯୋଗ ବ୍ୟକ୍ତିଗତ ସମସ୍ୟା ଉପରେ ପର୍ଯ୍ୟବେସିତ ଥିଲା ।

ଅନ୍ୟମାନଙ୍କ ମଧ୍ୟରେ ଡି.ଏଫ୍.ଓ ଧନରାଜ ଏଚଡି, ଅତିରିକ୍ତ ଜିଲ୍ଲାପାଳ ସୁୁଷମା ବିଲୁଙ୍ଗ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଯଦୁମଣି ମହଲା, ଉପଜିଲ୍ଳାପାଳ ରାମଚନ୍ଦ୍ର କିସ୍କୁ, ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. କିଶୋର କୁମାର ପୃଷ୍ଟି, ଡେପୁଟି କଲେକ୍ଟର (ଆପତକାଳୀନ) ସୁରିକା ବେହେରା ଏବଂ ଆସିଷ୍ଟାଂଟ୍ କଲେକ୍ଟର ସୁଚିସ୍ମିତା ଦାଶଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ସହାୟତା ପାଇଁ ୧୦ଟି ଦରଖାସ୍ତ ଗ୍ରହଣ କରାଯାଇଥିଲା । ଏଥିସହିତ ଜଣେ ହିତାଧିକାରୀଙ୍କୁ ବ୍ଲାଇଣ୍ଡ୍ ଷ୍ଟିକ୍ ପ୍ରଦାନ କରାଯାଇଥିଲା ।

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus ( )
error: Content is protected !!