ଖଇରାବାହାଳୀ ରାସ୍ତା ନିର୍ମାଣରେ ଦୁର୍ନୀତିର ଗନ୍ଧ

ଖଇରାବାହାଳୀ ରାସ୍ତା ନିର୍ମାଣରେ ଦୁର୍ନୀତିର ଗନ୍ଧ

ହିନ୍ଦୋଳ (କାଞ୍ଚନ ଟିଭି/ଦୁଃଶାସନ ନାଏକ):ଗାଁକୁ କାମ ମା’କୁ ସମ୍ମାନ ।ଗାଁକୁ ଦେଖିଲେ ଭାରତର ଅସଲି ଚିତ୍ର ଦେଖିବାକୁ ମିଳିବ ।ଏହାକୁ ନେଇ ଜାତିର ପିତା ମହାତ୍ମା ଗାନ୍ଧୀ ଗ୍ରାମ ସ୍ବରାଜକୁ ଗୁରୁତ୍ବ ଦେଇଥିଲେ ।ଏହାକୁ ଅତିତର କଂଗ୍ରେସ ସରକାର ଏବେର ମୋଦୀ ସରକାର ଏବଂ ଓଡିଶାର ନବୀନ ସରକାର ଗୁରୁତ୍ବ ଦେଇଛନ୍ତି ।ସେଥିପାଇଁ ଗ୍ରାମର ରାସ୍ତାଘାଟ,ପିଇବାପାଣି,ସ୍ବାସ୍ଥ୍ୟର ଉନ୍ନତି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ କରୁଛନ୍ତି ।ହେଲେ ଅସାଧୁ କର୍ମଚାରୀ,ଯନ୍ତ୍ରୀ,ଜନପ୍ରତିନିଧି ,ଦୁର୍ନିତି ଗ୍ରସ୍ତ ଅସାଧୁ ଓ ଅପାରଗ ଅଫିସରଙ୍କ ଯୋଗୁଁ ସରକାରଙ୍କ ସବୁକିଛି ଜନକଲ୍ୟାଣ ଯୋଜନା ପଣ୍ଡ ହୋଇଯାଉଛି ।ଗ୍ରାମର ଟାଉଟର,ଦଲାଲ,ଲୁଟେରାଙ୍କ କବଜାରେ ପଞ୍ଚାୟତ ରାଜ । ଗ୍ରାମାଞ୍ଚଳରେ ଲୋକେ ଏହାର ସୁଫଳ ପାଉ ନାହାନ୍ତି ।ପଂଚାୟତରେ ମହାତ୍ମାଗାନ୍ଧୀ ଜାତୀୟ କର୍ମନିଯୁକ୍ତି ଯୋଜନା(ମନରେଗା) କାର୍ଯ୍ୟରେ ବ୍ୟାପକ ଦୁର୍ନିତି ହେଉଥ‌ିବା ଅଭିଯୋଗ ହେଉଛି । ଶ୍ରମିକ ବଦଳରେ ମେସିନ୍ ରେ ଚାଲିଛି ପୋଖରୀ ଖନନ । କିନ୍ତୁ ଅନ୍ୟପଟେ ଶ୍ରମିକ ମାନଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରିବା ପାଇଁ ଜବକାର୍ଡଧାରୀ ଚାତକ ଭଳି କାମ କରିବାକୁ ଅନେଇ ବସିଛନ୍ତି କିନ୍ତୁ ସେମାନଙ୍କୁ ସୂଯୋଗ ନଦେଇ କିଛି ହାତଗଣତି ଜବକାର୍ଡଧାରୀଙ୍କୁ ହାତ ରଖୁ ସେମାନଙ୍କ ନାମରେ ମିଥ୍ୟା ବିଲ୍ ପ୍ରସ୍ତୁତି କରି ସରକାରୀ ଅର୍ଥ ବାଟମାରଣା କରୁଥିବାର ଗନ୍ଧ ବାରିଛନ୍ତି ସ୍ଥାନୀୟ ଅଧିବାସୀ । ଏହି ସରକାରୀ ଅର୍ଥ ହରିଲୁଟ୍ ପଛରେ ବ୍ଲକ୍ ପ୍ରଶାସନିକ ଅଧ‌ିକାରୀଙ୍କ ବଡପଣ୍ଡା, ସ୍ଥାନୀୟ ନେତାଙ୍କ ଠାରୁ ସ୍ଥାନୀୟ ପଚାୟତ ନିର୍ବାହୀ ଅଧିକାରୀ, ସରପଂଚ ସହିତ ବିଭାଗୀୟ ଯନ୍ତ୍ରୀଙ୍କ ମଧ୍ୟରେ ଗୁପ୍ତବୁଝାମଣା ରହିଥ‌ିବା ଅଭିଯୋଗ ହୋଇଛି ।

ହିନ୍ଦୋଳ ବ୍ଲକର ନବକିଶୋରପୁର ପଞ୍ଚାୟତର ବସନ୍ତିଆ ମୁଖ୍ୟ ରାସ୍ତାରୁ ଦଳିତ ସାହିକୁ ରାସ୍ତା ନଥିବାରୁ ଢ଼େଙ୍କାନାଳ ଜିଲ୍ଲାର ସଂଯୋଜକ ବିନୟ କୁମାର ନାଏକଙ୍କ ଟୁଇଟର ଗ୍ରିଭାନ୍ସ ଚିଠି ନଂ 17/3184 ରେ ଅନୁଯାୟୀ ପଞ୍ଚାୟତରେ କୌଣଷି ଅନୁସୂଚୀତ ଜାତି ନାହିଁ ବୋଲି ଏବଂ ଭଲ ରାସ୍ତା ସବୁ ଗ୍ରାମକୁ ଅଛି ବୋଲି ବିଡ଼ିଓ ଏକ ମିଥ୍ୟା ରିପୋର୍ଟ ଦେଇ ହିନ୍ଦୋଳ ବ୍ଲକରେ ରାସ୍ତା କାମରେ ଦୁର୍ନୀତି କୁ ନେଇ ବ୍ଲକ ଅଧିକାରୀ ଚର୍ଚ୍ଚା ର ପରିସର ବା ବିବାଦ ଭିତରେ ଛନ୍ଦି ହୋଇ ପଡଛନ୍ତି । କିନ୍ତୁ ଏହାର ଉତ୍ତର Twitter ବୟ ବିନୟ ପୁନର୍ବାର ଆଉ ଥରେ grivance ରେ କଡ଼ା ଜବାବ ରଖିଥିଲେ । ଦେଇଥିବା grivance ଚିଠି ନଂ 3505 ରେ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ବହୁତ କଥା ପଦାକୁ ବାହାରନ୍ତା । କିନୁ ଏବେ ରାସ୍ତା ଅଧାପାହାନ୍ତିଆ ଅଛି ସବୁଠୁ ଦୁଃଖ ଏବଂ ପରିତାପର ବିଷୟ ଯେ ଗ୍ରାମରେ ସୁଚନା ଫଳକ ଲଗାଯାଇ ସମ୍ପୂର୍ଣ୍ଣ 5 ଲକ୍ଷ୍ୟ ଟଙ୍କାର ବିଲ୍ ଉଠାଇ ନିଆଗଲା ସେହି ରାସ୍ତା ଅତି ନିମ୍ନମାନର କାମ ହେଇଚି ଟା ପୁଣି ବିନା ବାଲି ଏବଂ ବିନା ରୋଲିଂ ରେ କାମ ହେଇ JE ବିଲ କରିଛନ୍ତି । ଖଇରାବାହାଳି ଦଳିତ ସାହିକୁ ସରକାରଙ୍କର ଏତେ ଅଣଦେଖା କାହିଁକି ବୋଲି tweeter ବଏ ବିନୟ କୁମାର ନାଏକ ପ୍ରଶ୍ନ କରିଛନ୍ତି । JE ନିମ୍ନ ମାନର କାମ କରିଥିବା ରାସ୍ତାକୁ ଉଚ୍ଚ ସ୍ତରୀୟ ତଦନ୍ତ କରି JE ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus ( )
error: Content is protected !!