ଖବର ପ୍ରକାଶିତ ହେବା ପରେ ଦାଦନ ଶ୍ରମିକ ଘରକୁ ଫେରିଲେ

ଖବର ପ୍ରକାଶିତ ହେବା ପରେ ଦାଦନ ଶ୍ରମିକ ଘରକୁ ଫେରିଲେ

ନୂଆପଡ଼ା:(କାଞ୍ଚନ ଟିଭି) ବିଶ୍ୱର ସର୍ବବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର ହେଉଛି ଭାରତ ଏବଂ ଏହି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ବ ହେଉଛି ଗଣମାଧ୍ୟମ । ରାଷ୍ଟ୍ର ଗଠନରେ ଗଣମାଧ୍ୟମର ଭୁମିକା ଅତୁଳନୀୟ ।ଗଣମାଧ୍ୟମ ହେଉଛି ସରକାର ଓ ଜନସାଧାରଣଙ୍କ ମଧ୍ୟରେ ସଂପର୍କର ସେତୁ । ସାଧାରଣ ଅର୍ଥରେ ଗଣମାଧ୍ୟମ କହିଲେ ଗଣ ଶଦ୍ଦର ଅର୍ଥ-‘ଜନସାଧାରଣ ’ ଏବଂ ମାଧ୍ୟମର ଅର୍ଥ ହେଉଛି – ‘ଯେଉଁ ପ୍ରକ୍ରିୟା ଦ୍ୱାରା ଏକ ଦୈନିକ ଖବର ତଥା ସୂଚନା ଅନ୍ୟମାନଙ୍କ ପାଖରେ ପହଂଚି ଥାଏ ତାହାକୁ ସାଧାରଣ ଭାବେ ମାଧ୍ୟମ କୁ୍ହାଯାଏ ’| ଅର୍ଥାତ ଜନସାଧାରଣଙ୍କ ମତର ପରିପ୍ରକାଶରେ ମୁଖ୍ୟଭୁମିକା ତୁଲାଉଥିବା ମାଧ୍ୟମକୁ ଗଣମାଧ୍ୟମ କୁହାଯାଏ । ବୃହତର ଅର୍ଥରେ ଗଣମାଧ୍ୟମ ଅର୍ଥ ହେଉଛି ସୂଚନା ,ତଥ୍ୟ ଓ ସମ୍ବାଦ ପରିବେଷଣ ଏବଂ ପ୍ରସାରଣ କରୁଥିବା ମାଧ୍ୟମ ଗୁଡିକ । ଏହି ମାଧ୍ୟମ ଦୁଇ ପ୍ରକାର, ଯଥା-ବୈଦୁତିକ ଗଣମାଧ୍ୟମ ଓ ଛପା ଗଣମାଧ୍ୟମ । ଜନତାଙ୍କ ସୁବିଧା ,ଅସୁବିଧା ଓ ବିଭିନ୍ନ ଦାବୀ ଗୁଡିକୁ ସମ୍ବାଦପତ୍ର ଓ ଗଣମାଧ୍ୟମ ମାଧ୍ୟମରେ ସରକାରଙ୍କ ପାଖରେ ପହଂଚାଇଥାଏ ।ଅପରପକ୍ଷେ ସରକାରଙ୍କ ନୀତି,ନିୟମ ଓ ଯୋଜନା ଗୁଡିକୁ ଗଣମାଧ୍ୟମ ଜରିଆରେ ଲୋକମାନଙ୍କ ପାଖରେ ପହଂଚାଇବା । ଗଣମାଧ୍ୟମ ଗଣତନ୍ତ୍ରର ଜାଗ୍ରତ ପ୍ରହରୀ ।ଗଣମାଧ୍ୟମର ଅନୁପସ୍ଥିତରେ ଦେଶରେ ଅନ୍ଧକାର ଖେଳିଯାଇଥାଏ । ପ୍ରତ୍ୟେକ ଦିନ ଗଣମାଧ୍ୟମରେ ଆମ୍ବେମାନେ ଦେଶ ବିଦେଶର ଘଟଣାବଳୀ ଜାଣିପାରୁଛେ । ଗଣତାନ୍ତ୍ରିକ ରାଷ୍ଟ୍ରରେ ଗଣମାଧ୍ୟମର ବିଶେଷ ଭୂମିକା ଥିବାରୁ ଏହାକୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ବ କୁହାଯାଏ । ସମାଜରେ ଯାହା ଘଟୁଛି ତାକୁ ଜନସାଧାରଣଙ୍କ ନିକଟରେ ପହଂଚାଇବା ହେଉଛି ଗଣମାଧ୍ୟମର ଲକ୍ଷ୍ୟ ଓ ଉଦ୍ଧେଶ୍ୟ । ।ଏଭଳି ଏକ ସଫଳ କାର୍ଯ୍ୟ କରି ଦେଖାଇଛି କାଞ୍ଚନ ଟିଭି ।ଗତ କିଛି ଦିନ ତଳେ ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ବୋଇରଗାଁ ର ସୋନିଆ ଜଗତ ଓ ଟିକଚନ ଦୀପ ଉଭୟ ପତି ପତ୍ନୀ ନିଜ ପେଟ ପୋଷିବା ପାଇଁ ମଧ୍ୟସ୍ଥି ଦଲାଲ ଲଛ ନାଗ ଙ୍କ ସହଜୋଗ ରେ ଆନ୍ଧ୍ରର ୟାଦଗିରି ଜିଲ୍ଲା ଛୋଟୁପଲ୍ ସହରର ଏନକେ ରେଡ୍ଡୀ ଗୁନମ୍ ର ଲଛମିଆ ସେଟ୍ ପାଖକୁ ଦାଦନ ଖଟିବାକୁ ପାଇଁ ଯାଇଥିଲେ। ଟିକଚନ ଦୀପଙ୍କ ଶରୀର ଅସୁସ୍ଥ ହେବା ଯୋଗୁଁ ସେ କାର୍ଯ୍ୟ କରି ଯାଇନଥିବାରୁ ସେଟ୍ ଓ ମୁଙ୍ଗସି ଏକାଠି ହୋଇ ଟିକଚନ୍ ଙ୍କ ସହ ତାଙ୍କ ପତ୍ନୀ ଙ୍କୁ ମଧ୍ୟ ନିଜ ମନ ଇଚ୍ଛା ମାଡ଼ ମାରିବା ସହ ଅଶ୍ଳୀଳ ଭାଷାରେ ଗାଲି ଗୁଲଜ କରିଥିଲେ।ପରେ ଦୁହି ଜଣ ଏକ ଭିଡିଓ କରି ମୋବାଇଲ ମାଧ୍ୟମରେ ଆମ ଗଣ ମାଧ୍ୟମ ପ୍ରତିନିଧି ଙ୍କୁ ଜଣାଇଥିଲେ।ଫଳରେ ବିଷୟର ତଦନ୍ତ କରି ଆମ ଗଣମାଧ୍ୟମ ପ୍ରତିନିଧି ମାନେ ଖବର ପ୍ରସାରିତ ଓ ଜିଲ୍ଲା ନିର୍ମାଣ ଶ୍ରମିକ ସଂଘର ମୁଖ୍ୟ ଟୁଲୁ ବାବୁଙ୍କ ସହଯୋଗ କ୍ରମେ ଖୁସିର ସହ ଗତ ସୋମବାର ଦିନ ଘରକୁ ପହଞ୍ଚିଥିଲେ।ଶ୍ରମିକ ଯୁଗଳ ଗ୍ରାମକୁ ସୁରକ୍ଷିତ ସହ ପହଞ୍ଚିଥିବା ରୁ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus ( )
error: Content is protected !!