ଖେଳ ଖତମ୍: ନକଲି ସାର୍ଟିଫିକେଟ୍  ମାମଲା

ଖେଳ ଖତମ୍: ନକଲି ସାର୍ଟିଫିକେଟ୍ ମାମଲା

ଭୁବନେଶ୍ୱର:(କାଞ୍ଚନଟିଭି/ବ୍ୟୁରୋ) ଡାକ ବିଭାଗରେ ନକଲି ସାର୍ଟିଫିକେଟ୍ ଦେଇ ଚାକିରି ହାତେଇଥିବା ବହୁ ମାମଲା ସାମ୍ନାକୁ ଆସିଛି । ବର୍ତ୍ତମାନ ସୁଦ୍ଧା ୪୨ଟି ଫେକ୍ ସାର୍ଟିଫିକେଟ ମାମଲା ସାମ୍ନାକୁ ଆସିଛି । ଆଗକୁ ଏହି ସଂଖ୍ୟା ଆହୁରି ବଢିବା ଆଶଙ୍କା କରାଯାଉଛି । ଘଟଣାର ସମ୍ବେଦନଶୀଳତା ଦୃଷ୍ଟିରୁ ଗତ ୫ ବର୍ଷ ମଧ୍ୟରେ ଅର୍ଥାତ୍ ୨୦୧୮ ପରଠାରୁ ନିଯୁକ୍ତି ପାଇଥିବା ରାଜ୍ୟର ସମସ୍ତ ପୋଷ୍ଟ ମାଷ୍ଟର ଓ ସହକାରୀ ପୋଷ୍ଟ ମାଷ୍ଟରଙ୍କ ଶିକ୍ଷାଗତ ପ୍ରମାଣ ପତ୍ର ଯାଞ୍ଚ କରାଯିବ । ଏହାର ସରଜମିନ ତଦନ୍ତ ପାଇଁ ମହାଡାକପାଳ (ଚିଫ୍ ପୋଷ୍ଟ ମାଷ୍ଟର ଜେନେରାଲ୍ – ସିପିଏମ୍ଜି) ଶୁଭେନ୍ଦୁ କୁମାର ସ୍ୱାଇଁ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ସିବିଆଇକୁ ଚିଠି ଲେଖିଥିବା ଜଣାପଡିଛି । ସୂଚନା ଅନୁଯାୟୀ, ୨୦୧୮ରୁ ୨୦୨୨ ମସିହା ମଧ୍ୟରେ ଡାକ ବିଭାଗରେ ୧୯୮୨ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ହୋଇଥିଲା । ବର୍ତ୍ତମାନ ସୁଦ୍ଧା ୪୨ ଜଣ ପ୍ରାର୍ଥୀଙ୍କ ଶିକ୍ଷାଗତ ପ୍ରମାଣ ପତ୍ର ଜାଲ ବୋଲି ଜଣାପଡିଛି । ତେଣୁ ଆଗାମୀ ନିଯୁକ୍ତି ବେଳେ ଏସ୍ଏପି ଜାରି କରିବାକୁ ନିଷ୍ପତ୍ତି ହୋଇଥିବା ଡାକ ବିଭାଗର ନିଦେ୍ର୍ଦଶକ ସୂଚନା ଦେଇଛନ୍ତି । ଅପରପକ୍ଷରେ ନକଲି ସାର୍ଟିଫିକେଟ୍ କାରବାରର ପେଣ୍ଠସ୍ଥଳ ବଲାଙ୍ଗିରରୁ ପ୍ରତ୍ୟେକ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏହି ମାମଲାରେ କ୍ରାଇମ ବ୍ରାଞ୍ଚ ତଦନ୍ତ କରୁଛି । ଇତି ମଧ୍ୟରେ ମାଷ୍ଟର ମାଇଣ୍ଡ ମନୋଜ ମିଶ୍ର ସମେତ ୪ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଏକ ୭ ଜଣିଆ ସିଣ୍ଡିକେଟ୍ର ପ୍ରମାଣ କ୍ରାଇମ ବ୍ରାଞ୍ଚ ହାତରେ ଲାଗିଛି । ଏହି ୭ ଜଣିଆ ସିଣ୍ଡିକେଟ୍ରେ କିଛି ଦଲାଲ ଓ ସରକାରୀ କର୍ମଚାରୀଙ୍କ ସମ୍ପୃକ୍ତି ରହିଥିବା ଜଣାପଡିଛି । ଯାଞ୍ଚ ବେଳେ ବଲାଙ୍ଗିରର ଏକ କୋଚିଂ ସେଣ୍ଟରରୁ ୭ ଜଣିଆ ସିଣ୍ଡିକେଟ୍ ଠାବ ହେବା ପରେ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବା ସହ କମ୍ପୁ୍ୟଟର ଏବଂ ଲାପ୍ଟପ୍ ଜବତ କରାଯାଇଛି । ଏସବୁର ଯାଞ୍ଚ ଭୁବନେଶ୍ୱର ଲ୍ୟାବରେ କରାଇବା ଲାଗି କ୍ରାଇମ ବ୍ରାଞ୍ଚ ଏସଡିଜେଏମ୍ କୋର୍ଟରେ ଆବେଦନ କରିଛି । ସେହିପରି ସମ୍ବଲପୁର ଜାଲ୍ ସାର୍ଟିଫିକେଟ୍ ମାମଲାରେ ବଲାଙ୍ଗିର ଲିଙ୍କ୍ ସାମ୍ନାକୁ ଆସିଛି ।

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus (0 )
error: Content is protected !!