ଖୋର୍ଦ୍ଧା ମାତୃ ସ୍ୱାସ୍ଥ୍ୟ ବିଭାଗରେ ରୋଗୀ ହନ୍ତସନ୍ତ
ଖୋର୍ଦ୍ଧା:(କାଞ୍ଚନଟିଭି/ନିମାଇଁ ଚରଣ ମହାରଣା) ଖୋର୍ଦ୍ଧା ଜିଲ୍ଲାର ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରର ଗ୍ରାଇନିଂ(ମାତୃ) ବିଭାଗରେ ଡାକ୍ତର ,ନର୍ସ,ଏବଂ କର୍ମଚାରୀ ରୋଗୀମାନଙ୍କୁ ଅସାଧ୍ୟ ଗାଳି ଗୁଲଜ ,ମନମାନି କରୁଛନ୍ତି । କିଛି ଦିନ ପୂର୍ବରୁ ଜଣେ ମହିଳା ତାଙ୍କର ବାରଂ ବାର୍ ଦେହ ଖରାପ ହେବାରୁ ଗର୍ଭ ନିରୋଧକ କପଟୀ କାଢ଼ିବାକୁ ମାତୃ ବିଭାଗକୁ ଯାଇଥିଲେ ହେଲେ ଡାକ୍ତର, ଏବଂ ନର୍ସ ଗାଳି ଗୁଲଜ କରି ତାଙ୍କୁ ମନା କଲେ କାଢିବା ପାଇଁ, ଏବଂ ସିଧା ସିଧା ମନା କରିଦେଲେ ଆମେ କାଢି ପାରିବୁ ନାହିଁ,
ଏବଂ ସେ ଅସାହ୍ୟ ମହିଳା ଜଣଙ୍କ କାନ୍ଦି କାନ୍ଦି ତାଙ୍କ ସ୍ଵାମୀକି ଜଣାଇଲେ, ଆଉ ସଙ୍ଗେ ସଙ୍ଗେ ତାଙ୍କ ସ୍ଵାମୀ ଖୋର୍ଦ୍ଧା ଟୁଇଟର ମାନ୍ ନିମାଇଁ ଚରଣ ମହାରଣାଙ୍କୁ ଜଣାଇଲେ ଏବଂ ନିମାଇଁ ମହାରଣା ସିଡିଏମଓଙ୍କୁ ୟେ ବିଷୟରେ ଜଣାଇଲେ ହେଲେ କିଛି ଫରକ୍ ମିଳିଲା ନାହିଁ,ତେଣୁ ସ୍ଵାମୀ, ସ୍ତ୍ରୀ 2ଜଣଙ୍କୁ ନେଇ ମେଡିକାଲ କୁ ଗଲେ ଏବଂ ସେଠି ସ୍ୱାସ୍ଥ୍ୟ ବିଭାଗର ଡାକ୍ତରଙ୍କୁ କୁହାପୋଛା କରି ତାଙ୍କ କପଟୀ ଟି କାଢିଦିଆଗଲା,କିନ୍ତୁ କହିବାର କାରଣ ଏମିତି ଅନେକ ଅନେକ ଲୋକ ଖୋର୍ଦ୍ଧା ସ୍ୱାସ୍ଥ୍ୟ ବିଭାଗରେ ହଇରାଣ ହେଉଛନ୍ତି, ତେଣୁ ସରକାର ଏବଂ ଜିଲ୍ଲା ପ୍ରଶାସନକୁ ଅନୁରୋଧ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ।