ଗମ୍ଭାରୀରେ ନାହିଁ ଏୟାରଟେଲ ନେଟୱର୍କ ; ପ୍ରଭାବିତ ଅଞ୍ଚଳର ଲୋକଙ୍କ ଜୀବନ

ଗମ୍ଭାରୀରେ ନାହିଁ ଏୟାରଟେଲ ନେଟୱର୍କ ; ପ୍ରଭାବିତ ଅଞ୍ଚଳର ଲୋକଙ୍କ ଜୀବନ

ବେଲପଡା:(କାଞ୍ଚନ ଟିଭି) କେବେ କାର୍ଯ୍ୟକ୍ଷମ ହେବ ଏଆରଟେଳ ନେଟୱର୍କ…? କାରଣ ଖାଦ୍ୟ, ପାନୀୟ ସମସ୍ୟା ଭିତରେ ଯୋଗାଯୋଗ ବିନା ପ୍ରଭାବିତ ଅଞ୍ଚଳ ଲୋକଙ୍କ ଜୀବନ ଦୁର୍ବିସହ ହେଲାଣି । ଯେଉଁଠି ୫-ଟି କଥା ଉଠୁଛି, ସେଠି ପ୍ରାକୃତିକ ବିପର୍ଯୟ ପରେ ଲୋକ ଦିନ ଦିନଧରୀ ମୋବାଇଲ ସେବାରୁ ବଞ୍ଚିତ ହେବାକୁ ନେଇ ପ୍ରଶ୍ନବାଚୀ ବି ଉଠିଲାଣି ମୋବାଇଲ ସେବା ପ୍ରଦାନକାରି ସସ୍ଥା ଗୁଡିକ ପାଇଁ ଏହା ଏକ ଚ୍ୟାଲେଞ । ସେହିପରି ବ୍ୟାଙ୍କ କାରବାର ବାଧାପ୍ରାପ୍ତ ହେବା ଓ ଏଟିଏମ ସମସ୍ୟା ଲୋକଙ୍କ ଦୁଖଃଙ୍କୁ ଦ୍ବିଗୁଣିତ କରିଛି । ଲୋକଙ୍କ ହାତରେ ମୋବାଇଲ ଅଛି, କିନ୍ତୁ ନେଟୱର୍କ ନାହିଁ । ବ୍ୟାଙ୍କ କାରବାର ବି ବାଧାପ୍ରାପ୍ତ ନଗଦ ନେଣଦେଣ ହୋଇ ପାରୁନି, ଅନଲାଇନ କାର୍ଯ୍ୟ ସବୁ ଠପ । ଦିନ ପରେ ଦିନ ଏମିତି ୧ ମାସ ବିତି ଯାଇଥିଲେ ସୁଦ୍ଧା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅଞ୍ଚଳର ଲୋକେ । ସମସ୍ତଙ୍କ ମୁହଁରେ ଗୋଟିଏ କଥା ଏଆରଟେଳ ନେଟୱର୍କ କେବେ ଚାଲୁ ହେବ ଦେଖିବାକୁ ବାକି ରହିଲା । ଆଗାମୀ ୨୪ ଘଂଟାରେ ସମସ୍ୟାର ସମାଧାନ ନ ହୁଏ ତା’ହେଲେ ଆନ୍ଦୋଳନ ତୀବ୍ର ହେବ ବୋଲି ଅଞ୍ଚଳର “ଏଆର ଟେଳ”ଉପଭୋକ୍ତା ଚେତାବନୀ ଦେଇଛନ୍ତି ।

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus ( )
error: Content is protected !!