ଗରିବ ଅସହାୟଙ୍କୁ ସହାୟତାର ହାତବଢାଇଲେ ଆମ ଛୋଟ ପ୍ରୟାସ ପରିବାର
ଢ଼େଙ୍କାନାଳ:(କାଞ୍ଚନଟିଭି) କୁହାଯାଏ ,କିଛି ବଡ ଉପଲବ୍ଧି କରିବାକୁ ହେଲେ ସ୍ବପ୍ନ ବଡ ଦେଖ। ସ୍ବପ୍ନ ସେଇଟା ନୁହେଁ ଯେଉଁଟା ରାତିରେ ସୋଇକି ଦେଖାଯାଏ। ସ୍ବପ୍ନ ସେଇଟା ଯେଉଁଥି ପାଇଁ ମଣିଷ ଶୋଇବା ଭୁଲିଯାଏ।ହିନ୍ଦୋଳ ବ୍ଲକ ଅନ୍ତର୍ଗତ କାନ୍ତାମିଲା ପଞ୍ଚାୟତ ଅଧିନସ୍ଥ ନୋଡାଲ ସ୍କୁଲ୍ରଛାତ୍ରୀ ମମତା ନାଏକ,କିନ୍ତୁ ଦୁର୍ଭାଗ୍ୟ ବଶଃତ ତାଙ୍କର ମାତା ନାହାଁନ୍ତି ପିତା ଅଶୋକ ନାଏକ ଜଣେ ଦିନମଜୁରୀଆ ଆର୍ଥିକ ଅଭାବରୁ ପିଲାଙ୍କୁ ଲାଳନପାଳନ କରିବା ଅତ୍ୟନ୍ତ କଷ୍ଟକର ।
ପରିବାରର ଏଭଳି ଆର୍ଥିକ ସଙ୍କଟ ମଧ୍ୟରେ ଥାଇ ମଧ୍ୟ ଅଧିକ ଆଗକୁ ପାଠ ପଢିବାକୁ ସ୍ୱପ୍ନ ଦେଖୁଥିବା ମମତା ନାଏକ ନିଜ ପିତାଙ୍କ ଆର୍ଥିକ ଅଭାବ ଯୋଗୁଁ ଘୋର ମନସ୍ତାପରେ ରହୁଥିବା ବେଳେ ତାଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି ହିନ୍ଦୋଳ ଅଞ୍ଚଳର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଛୋଟ ଏକ ପ୍ରୟାସର ସଦସ୍ୟମାନେ ନିଜସ୍ଵ ଅର୍ଥ ସଂଗ୍ରହ କରି ଏହି ଗରିବ ମେଧାବୀ ଛାତ୍ରୀଙ୍କ ସ୍ୱପ୍ନ ପୂରଣ ପାଇଁ ପ୍ରାଥମିକ ସ୍ତରରେ ଆର୍ଥିକ ସହାୟତା ଯୋଗାଇବା ସହିତ ପିଲାଟିର ବହିପତ୍ର,ଖାତା,ପେନ୍,ପେନସିଲ୍ ବ୍ୟାଗ୍ ଇତ୍ୟାଦି ଦେଇଛନ୍ତି ଏବଂ ଆଗାମୀ ଦିନରେ ଏହି ଛାତ୍ରୀଙ୍କ ଇଛା ଅଭିଳାଷ ପୂର୍ଣ୍ଣ କରିବା ପାଇଁ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେବା ସହିତ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଏବଂ ଅନ୍ୟ ସାମାଜିକ ସଂଗଠନ ଓ ବଦାନ୍ୟ ବ୍ୟକ୍ତି ବିଶେଷ ମାନେ ଏହି ଗରିବ ମେଧାବୀ ଛାତ୍ରୀଙ୍କ ଉଚ୍ଚଶିକ୍ଷା ଲାଭ ପାଇଁ ଆର୍ଥିକ ସାହାଯ୍ୟ ସହଯୋଗ କରିବା ପାଇଁ ଯୁବ ପରିଷଦର ସଦସ୍ୟମାନେ ନିବେଦନ କରିଛନ୍ତି ।ସମାଜସେବା ଏକ ନିଆରା ପରମ୍ପରା ହୋଇଯାଇଛି କେତେକ ସମାଜ ସୁଧାରକମାନଙ୍କଲାଗି ।ଏହିପରି ହିନ୍ଦୋଳ ଅଂଚଳର ସ୍ୱେଚ୍ଛାସେବୀଙ୍କ ମହାନତାକୁ ନେଇ ସାଧାରଣରେ ପ୍ରଶଂସାର ସୂଅ ଛୁଟିଛି । ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଥିବା ଅସହାୟ ପରିବାରମାନଙ୍କୁ ଚିହ୍ନଟକରି ସେମାନଙ୍କୁ ସ୍ୱାବଲମ୍ବି କରିବାର ପ୍ରୟାସ ନିଶ୍ଚିନ୍ତ ପ୍ରଶଂସନୀୟ ହୋଇଥାଏି । ଯାହାକୁ ବାସ୍ତବରେ ପରିଣତ କରିଛନ୍ତି ସ୍ବେଚ୍ଛାସେବୀମାନେ। ।ଏଥିରେ ଶ୍ରୀକାନ୍ତ ସାହୁ ଓ ଅରବିନ୍ଦ ବେହେରା ପ୍ରମୁଖ ଦାୟିତ୍ଵ ତୁଲାଇଥିଲେ ।ଛୋଟ ଏକ ପ୍ରୟାସର ଏଭଳି ଅଭିନବ ଉଦ୍ୟମକୁ ହିନ୍ଦୋଳ ଅଞ୍ଚଳର ଅନେକ ବୁଦ୍ଧିଜିବୀ,ଶିକ୍ଷାବିତ ମାନେ ପ୍ରଶଂସା କରିଛନ୍ତି।ଏହିପରି ଅହରହ ସେବା ଦୁଖିଦରିଦ୍ରଙ୍କ ପାଇଁ କରିବୁ ବୋଲି ସଂକଳ୍ପବଦ୍ଧ ବୋଲି ଛୋଟ ଏକ ପ୍ରୟାସ ପରିବାର ତରଫରୁ କୁହାଯାଇଛି।