ଘୋଷଣା ହେଲା ତାରିଖ, ୭ ପର୍ଯ୍ୟାୟରେ ଲୋକସଭା ନିର୍ବାଚନ; ଓଡ଼ିଶାରେ ୪ ପର୍ଯ୍ୟାୟରେ ବିଧାନସଭା ଓ ଲୋକସଭା ନିର୍ବାଚନ

ଘୋଷଣା ହେଲା ତାରିଖ, ୭ ପର୍ଯ୍ୟାୟରେ ଲୋକସଭା ନିର୍ବାଚନ; ଓଡ଼ିଶାରେ ୪ ପର୍ଯ୍ୟାୟରେ ବିଧାନସଭା ଓ ଲୋକସଭା ନିର୍ବାଚନ

ନୂଆଦିଲ୍ଲୀ:(ଏଜେନ୍ସି) ଦେଶର ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଏବଂ ନବନିର୍ବାଚିତ ନିର୍ବାଚନ କମିଶନର ଗଣେଶ କୁମାର ଏବଂ ସୁଖବୀର ସିଂ ସନ୍ଧୁ ବିଜ୍ଞାନ ଭବନରେ ଏବେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ୨୦୨୪ ସାଧାରଣ ନିର୍ବାଚନ ପାଇଁ ନିର୍ବାଚନ କମିଶନର ଆଜି ତାରିଖ ଘୋଷଣା କରିଛନ୍ତି। ତେବେ ୭ ପର୍ଯ୍ୟାୟରେ ୨୦୨୪ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବା

ଲୋକସଭା ନିର୍ବାଚନ:

ପ୍ରଥମ ପର୍ଯ୍ୟାୟ- ଏପ୍ରିଲ ୧୯ ତାରିଖ, ୧୦୨ ଟି ଆସନ

ଦ୍ବିତୀୟ ପର୍ଯ୍ୟାୟ- ଏପ୍ରିଲ ୨୬ ତାରିଖ, ୮୯ ଆସନ

ତୃତୀୟ ପର୍ଯ୍ୟାୟ- ମଇ ୭ ତାରିଖ, ୯୪ ଆସନ

ଚତୁର୍ଥ ପର୍ଯ୍ୟାୟ- ମଇ ୧୩ ତାରିଖ, ୯୬ ଆସନ

ପଞ୍ଚମ ପର୍ଯ୍ୟାୟ- ମଇ ୨୦ ତାରିଖ, ୪୯ ଟି ଆସନ

ଷଷ୍ଠ ପର୍ଯ୍ୟାୟ- ମଇ ୨୫ ତାରିଖ, ୫୭ ଟି ଆସନ

ସପ୍ତମ ପର୍ଯ୍ୟାୟ- ଜୁନ ୧ ତାରିଖ, ୫୭ ଆସନ

ତେବେ ଚଳିତ ନିର୍ବାଚନରେ ମୋଟ ୯୬ କୋଟି ୮୮ ଲକ୍ଷ ଲୋକ ମତଦାନ କରିବୋ ଏମାନଙ୍କ ମଧ୍ୟରୁ ପୁରୁଷ ଭୋଟର ୪୯.୭ କୋଟି ହୋଇଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ୪୭.୧ କୋଟି ଅଟେ । ଏଥର ମୋଟ ୧.୮୨ କୋଟି ଯୁବ ମତଦାତା ପ୍ରଥମ ଥର ମତଦାନ କରିବେ।

ଓଡିଶାରେ ଲୋକସଭା ଓ ବିଧାନସଭା ତାରିଖ ହେଲା- ମେ ୧୩ ତାରିଖ, ମେ ୨୦ ତାରିଖ, ମେ ୨୫ ତାରିଖ ଏବଂ ଜୁନ୧ ତାରିଖ।

ମେ ୧୩- ୨୮ଟି ବିଧାନସଭା ଆସନ ସହ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ବ୍ରହ୍ମପୁର ଲୋକସଭା ସିଟରେ ହେବ ମତଦାନ ।

ମେ ୨୦ – ୩୫ଟି ବିଧାନସଭା ସିଟ୍ ସହ ବରଗଡ଼, ବଲାଙ୍ଗିର, ସୁନ୍ଦରଗଡ଼, କନ୍ଧମାଳ, ଆସ୍କା ଲୋକସଭା ସିଟରେ ହେବ ଭୋଟ୍ ଗ୍ରହଣ ।

ମେ ୨୫- ୪୨ଟି ବିଧାନସଭା ଆସନ ସହ ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ, ଭୁବନେଶ୍ବର ଲୋକସଭା ସିଟରେ ହେବ ମତଦାନ ।

ଜୁନ ୧- ୪୨ଟି ବିଧାନସଭା ଆସନ ସହ ମୟୂରଭଞ୍ଜ, ବାଲେଶ୍ବର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଲୋକସଭା ସିଟ୍ ପାଇଁ ଭୋଟ୍ ଗ୍ରହଣ ହେବ ।

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus (0 )
error: Content is protected !!