ଚୀନର ଗୁପ୍ତଚର ଜାହାଜ ଉଆନ ଓ୍ବାଙ୍ଗ୍-୫

ଚୀନର ଗୁପ୍ତଚର ଜାହାଜ ଉଆନ ଓ୍ବାଙ୍ଗ୍-୫

ନୂଆଦିଲ୍ଲୀ(ବ୍ୟୁରୋରିପୋର୍ଟ୍): ପୁଣି ଭାରତ ମହାସାଗରରେ ପ୍ରବେଶ କରିଛି ଚୀନର ଗୁପ୍ତଚର ଜାହାଜ ଉଆନ ଓ୍ବାଙ୍ଗ୍-୫ । ଚୀନର ଆଉ ଏକ ଗୁପ୍ତଚର ଜାହାଜ ଉଆନ ଓ୍ବାଙ୍ଗ୍-୬ ଭାରତ ମହାସାଗରରୁ ବିଦାୟ ନେବା ପରେ ଏହା ପହଞ୍ଚିଛି ।

ମିଳିଥିବା ସୂଚନା ଅନୁସାରେ ଚୀନର ହାଇନାନ ଦ୍ବୀପରେ ଥିବା ସାନ୍ୟା ବନ୍ଦର ଛାଡ଼ିବା ପରେ ଏହା ଭାରତ ମହାସାଗରରେ ପ୍ରବେଶ କରିଛି
ମିଳିଥିବା ସୂଚନା ଅନୁସାରେ ଚୀନର ହାଇନାନ ଦ୍ବୀପରେ ଥିବା ସାନ୍ୟା ବନ୍ଦର ଛାଡ଼ିବା ପରେ ଏହା ଭାରତ ମହାସାଗରରେ ପ୍ରବେଶ କରିଛି ।ଚୀନ ନୌସେନା ପାଇଁ ଭାରତ ମହାସାଗରର ଭୂମିକା ଗୁରୁତ୍ବପୂର୍ଣ୍ଣ ରହିଆସିଛି । ଏହି ଅଂଚଳ ଦେଇ ଚୀନର ତୈଳ ଜାହାଜ ଯାଇଥାଏ । କିନ୍ତୁ ଏ ଅଂଚଳରେ ଭାରତୀୟ ନୌସେନାର ଆଧିପତ୍ୟ ଥିବାରୁ ଚୀନ ଚିନ୍ତାରେ ରହିଛି । ଏଣୁ ଏ ଅଂଚଳରେ ପ୍ରହରା ପାଇଁ ଚୀନ ବୁଡ଼ାଜାହାଜ ମୁତୟନ କରିବାକୁ ଚାହୁଁଛି ।

ଏଥିପାଇଁ ଭାରତ ମହାସାଗରର ସାମୁଦ୍ରିକ ଅବସ୍ଥା, ସମୁଦ୍ର ତଳର ଅବସ୍ଥା, ଜଳର ସାନ୍ଧ୍ରତା ଆଦି ସଂପର୍କରେ ସବିଶେଷ ତଥ୍ୟ ଚୀନ ଗୁପ୍ତଚର ଜାହାଜ ସଂଗ୍ରହ କରୁଛି ।

ଏହି ଜାହାଜକୁ ନେଇ ଭାରତର ଆଉ ଏକ ଚିନ୍ତା ରହିଛି । ଏଥିରେ ଲାଗିଥିବା ଅତ୍ୟାଧୁନିକ ଟ୍ରାକିଂ ଓ ସାଟେଲାଇଟ ଉପକରଣ ଭାରତୀୟ କ୍ଷେପଣାସ୍ତ୍ରର ବେଗ, ସଠିକତା ଓ ରେଞ୍ଜ୍ ଠଉରେଇ ପାରିବ । ଏହି ତଥ୍ୟକୁ ଭିତ୍ତିକରି ଚୀନ ନିଜର ମିସାଇଲ ପ୍ରତିରକ୍ଷା ପ୍ରଣାଳୀକୁ ବିକଶିତ କରିବାର ଆଶଙ୍କା ରହିଛି । ଏଣୁ ଏହି ଜାହାଜକୁ ସଂଦେହ ଦୃଷ୍ଟିରେ ଦେଖୁଛି ଭାରତ ।

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus (0 )
error: Content is protected !!