ଜଟଣୀରେ ଉତ୍କଳ ଦିବସ ପାଳନ

ଜଟଣୀରେ ଉତ୍କଳ ଦିବସ ପାଳନ

ଜଟଣୀ:(କାଞ୍ଚନ ଟିଭି/ଆଶୁତୋଷ ରାୟ) ଜଟଣୀ ବରିଷ୍ଠ ନାଗରିକ ସେବା ସଂଘ ଓ ପ୍ରାଣନାଥ ପଟ୍ଟନାୟକ ଫାଉଣ୍ଡେସନ ପକ୍ଷରୁ ପାଳିତ ହେଲା ପବିତ୍ର ଉତ୍କଳ ଦିବସ । ଖୋର୍ଦ୍ଧା ଜିଲ୍ଲା ଜଟଣୀ ଗୋପବନ୍ଧୁ ପାର୍କ ପରିସରରେ ଠାରେ ଆୟୋଜିତ ହୋଇଥିବା ବେଳେ ଏଥିରେ ଜଟଣୀ ପ୍ରାଣ ନାଥ ପଟ୍ଟନାୟକ ଫାଉଣ୍ଡେସନ ସଭାପତି ଶ୍ରୀ ଅବନୀ କୁମାର ରାଉତରାୟ ଏହି କାର୍ଯ୍ୟକ୍ରମର ଉଦଘାଟନ କରିବା ସହିତ ବିଶ୍ୱବନ୍ଦନୀୟI ଉତ୍କଳମାତାର ବନ୍ଦନା ଗାନ ସହ ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଯଶସ୍ୱୀ ବ୍ୟକ୍ତି , ସାହିତ୍ୟିକ , ଶିକ୍ଷାବିତ , ରାଜନୀତିଜ୍ଞ , ଏବଂ ସଂଗଠକ ମାନଙ୍କର ଅମୂଲ୍ୟ ଅବଦାନ ସଂପର୍କରେ ମତ ରଖିଥିଲେ ।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜଟଣୀ ପୌରପାଳିକା ବିଜେଡ଼ି ତଥା ବିକାଶ ପରିଷଦର ସଭାପତି ଶ୍ରୀ ବିଜୟ କୁମାର ଛୋଟରାୟ ଯୋଗ ଦେଇ ଭାରତବର୍ଷ ତଥା ସମଗ୍ର ବିଶ୍ୱକୁ ପ୍ରାଚୀନ ଯୁଗ ଠାରୁ ଆରମ୍ଭ କରି ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପର୍ଯ୍ୟନ୍ତର ସମ୍ପୂର୍ଣ୍ଣ ଅବଦାନ ସଂପର୍କରେ ଆଲୋକପାତ କରିଥିଲେ ।

ଏହି ବୈଠକରେ ଜଟଣୀ ଅଞ୍ଚଳର ଶ୍ରୀ ଅବନୀ କୁମାର ରାଉତରାୟ, ବିଜୟ କୁମାର ଛୋଟରାୟ, ସଞ୍ଜୀବ କୁମାର, ସୁରେଶ ଚନ୍ଦ୍ର ରଥ, ଜବାହାର ଲାଲ ସୁବୁଦ୍ଧି, ସନ୍ତୋସୀ ଜାଲି, ବୈରାଗୀ ଚରଣ ଜେନା , ଦିବାକର ମଙ୍ଗରାଜ, କୁନ୍ତଳା ସେଠୀ, ବାସୁଦେବ ସେଠୀ, ଶୁଶାନ୍ତ କୁମାର ରାଉତ, ବିଜୟ କେତନ ଜେନା, ସାରଙ୍ଗ ଧର ବେହେରା, ଟୁଲୁ ଦେଇ, କେଲୁଣୀ ରାଉତରାୟ, ମିନା ଦାସ, ପଦ୍ମାବତୀ ସ୍ବାଇଁ, ରବୀନ୍ଦ୍ର ପ୍ରାସାଦ ମିଶ୍ର ଉତ୍କଳୀୟ ପରମ୍ପରା , ଭାଷା , ସଂସ୍କୃତି , ସହିତ ସ୍ଵତନ୍ତ୍ର ପ୍ରଦେଶ ଗଠନରେ ବଳିଦାନ ଦେଇଥିବା ବୀର ଓଡ଼ିଆଙ୍କ ଗୌରବର ଗାଥା ସଂପର୍କରେ ଅଭିବ୍ୟକ୍ତି ରଖିଥିଲେ । ଦେଇ ଭାଷା ଭିତ୍ତିକ ରାଜ୍ୟ ତଥା ସ୍ଵତନ୍ତ୍ର ପ୍ରଦେଶ ଗଠନରେ ଓଡ଼ିଶାର ସଂଘର୍ଷର ଗାଥା କୁ ଉତ୍ଥାପନ କରିଥିଲେ । ସଭାଟିରେ ବିଶ୍ଵବିଦ୍ୟାଳୟର ସମସ୍ତ ଅଣ ଶିକ୍ଷକ କର୍ମଚାରୀ , ଶତାଧିକ ଛାତ୍ର ଛାତ୍ରୀ, ଏବଂ ଗବେଷକ ଗବେଶିକI ପ୍ରଭୃତି ଉପସ୍ଥିତ ରହିଥିଲେ । ଶେଷରେ ଶ୍ରୀ ଅବନୀ କୁମାର ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus ( )
error: Content is protected !!