ଜଟଣୀରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ପାଳିତ

ଜଟଣୀରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ପାଳିତ

ଜଟଣୀ:(କାଞ୍ଚନ ଟିଭି/ଆଶୁତୋଷ ରାୟ) ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ଜଟଣୀର ବରିଷ୍ଠ ନାଗରିକ ସେବା ସଂଘ ଓ ପ୍ରାଣନାଥ ପଟ୍ଟନାୟକ ଫାଉଣ୍ଡେସନ, ଆନୁକୁଲ୍ୟରେ ସ୍ଥାନୀୟ ଗାନ୍ଧୀ ପାର୍କ ଠାରେ ଆଜି ସକାଳେ ପାଳିତ ହୋଇଯାଇଛି । ବରିଷ୍ଠ ନାଗରିକ ସେବା ସଂଘ ଓ ପ୍ରାଣନାଥ ପଟ୍ଟନାୟକ ଫାଉଣ୍ଡେସନର ଚେୟାରମ୍ୟାନ ବରିଷ୍ଠ ସାମ୍ବାଦିକ ଅବନୀ କୁମାର ରାଉତରାୟଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ତିରୋଧାନ ଦିବସ କାର୍ଯ୍ୟକ୍ରମରେ ସାଧାରଣ ସଂପାଦକ ଜବାହରଲାଲ ସୁବୁଦ୍ଧି ପ୍ରାରମ୍ଭିକ ସୁଚନା ଦେଇଥିଲେ ।

ବରିଷ୍ଠ ଶିକ୍ଷକ ନେତା ତ୍ରିନାଥ ସାମନ୍ତରାୟ, କିଶୋର ଚନ୍ଦ୍ର ପାଇକରାୟ,ଶରତ ଚନ୍ଦ୍ର ଦାଶ, ପଦ୍ମନାଭ ପାଣିଗ୍ରାହୀ, ପ୍ରଶାନ୍ତ ମିଶ୍ର,ରେନ ପ୍ରତିହାରୀ,ସାରଙ୍ଗଧର ବେହେରା,ରେଲୱେ ପେନସନର୍ସ ଆସୋସିଏସନ୍‌ର ସାଧାରଣ ସଂପାଦକ ବିଜୟରାମ ମହାନ୍ତି, ସାହିତ୍ୟିକ ସୁରେଶ ଚନ୍ଦ୍ର ରଥ, ପୂର୍ବତନ ସରପଞ୍ଚ ଦିବାକର ମଙ୍ଗରାଜ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପ୍ରଶନ୍ନ ମହାରଥୀ,ଜଟଣୀ ବିକାଶ ପରିଷଦର କାର୍ଯ୍ୟକାରୀ-ସଭାପତି ରାଜେନ୍ଦ୍ର ପଟ୍ଟନାୟକ, ଆଡଭୋକେଟ୍ ଆଶୁତୋଷ ରାୟ, ଇଞ୍ଜିନିୟର ଭକ୍ତବନ୍ଧୁ ଚୌଧୁରୀ, ରବିନ୍ଦ୍ର ପ୍ରସାଦ ମିଶ୍ର, ବିମଳ ପ୍ରସାଦ ମହାନ୍ତି, ନଟବର ସ୍ବାଇଁ, ବିଷ୍ଣୁ ପ୍ରସାଦ ଘଟୁଆରୀ, ଦିଲ୍ଲୀପ କୁମାର ସାହୁ, ଯୁବ ସଂଗଠକ ସୁଶାନ୍ତ ରାଉତ, ଅଧ୍ୟାପକ ବିଜୟ ପଣ୍ଡା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମହାତ୍ମା ଗାନ୍ଧୀଙ୍କ ଅହିଂସା ଆନ୍ଦୋଳନ ସଂପର୍କରେ ଆଲୋକପାତ କରିବା ସହିତ ଗାନ୍ଧୀ ବିଚାର ଧାରାର ପ୍ରଚାରପ୍ରସାର ପାଇଁ ଆଜିର ଛାତ୍ର, ଯୁବକ,ମହିଳା ତଥା ବରିଷ୍ଠ ନାଗରିକମାନେ ସମର୍ପିତ ଭାବେ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିଲେ । ପ୍ରାରମ୍ଭରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା । ଜଟଣୀ ଗାନ୍ଧୀ ପାର୍କରେ ଥୁବା ଗାନ୍ଧୀ ପାଠାଗାରକୁ ପୁନ୍ନର୍ବାର କାର୍ଯ୍ୟକ୍ଷମ କରିବା ପାଇଁ ଜଟଣୀ ପୌରପ୍ରଶାସନ, ପୌରପରିଷଦ, ଖୋର୍ଦ୍ଧାଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସଂସ୍କୃତି ବିଭାଗ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଛି । ଶେଷରେ ତ୍ରିନାଥ ସାମନ୍ତରାୟ ଧନ୍ୟବାଦ ଦେଇଥିଲେ

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus (0 )
error: Content is protected !!