ଜଟଣୀରେ ବିପ୍ଳବୀ ପ୍ରାଣନାଥଙ୍କ ୧୧୮ତମ ଜୟନ୍ତୀ ପାଳିତ

ଜଟଣୀରେ ବିପ୍ଳବୀ ପ୍ରାଣନାଥଙ୍କ ୧୧୮ତମ ଜୟନ୍ତୀ ପାଳିତ

କଟଣୀ:(କାଞ୍ଚନ ଟିଭି/ଆଶୁତୋଷ ରାୟ) ମହାନ ସାଧନତା ସଂଗ୍ରାମୀ, ଆଜିବନ ବିପ୍ଳବୀ, ଓଡ଼ିଶାରେ ଶିକ୍ଷା ଆନ୍ଦୋଳନର ପ୍ରବର୍ତ୍ତ ସର୍ଗତ ପ୍ରାଣନାଥ ପଟ୍ଟନାୟକଙ୍କ ୧୧୮ତମ ଜୟନ୍ତୀ ସ୍ଥାନୀୟ ଜଟଣୀ ପ୍ରାଣନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ଅନୁଷ୍ଠିତ ହୋଇଯାଇଛି । ଜଟଣୀ ପ୍ରାଣନାଥ ପଟ୍ଟନାୟକ ଫାଉଣ୍ଡେସନ ଓ କଟଣୀ ବରିଷ୍ଠ ନାଗରିକ ସେବା ସଂଘ ଆନୁକୂଲ୍ୟରେ ଏହି ଜୟନ୍ତୀ ସମାରୋହରେ ଉଭୟ ଅନୁଷ୍ଠାନର ସଭାପତି ବରିଷ୍ଠ ସାମ୍ବାଦିକ ଅବନୀ କୁମାର ରାଉତରାୟ ପୌରହିତ୍ୟ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାଣନାଥ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଝରଣା ସାଇଁ, ଅନୁଷ୍ଠାନର ସାଧାରଣ ସମ୍ପାଦକ ଜବାହରଲାଲ ସୁବୁଦ୍ଧି କାର୍ଯ୍ୟକାରୀ ସଭାପତି ଦିବାକର ମଙ୍ଗରାଜ, ଭକ୍ତବନ୍ଧୁ ଚୌଧୁରୀ, ରାଜେନ୍ଦ୍ର ପ୍ରସାଦ ପଟ୍ଟନାୟକ, କିଶୋର ଚନ୍ଦ୍ର ପାଇକରାୟ, ରବିନ୍ଦ୍ର ପ୍ରସାଦ ମିଶ୍ର ସାରଙ୍ଗଧର ବେହେରା, ବୈରାଗୀ ଚରଣ ଜେନା, ସୁଶାନ୍ତ ରାଉତ, ବିଦ୍ୟାଳୟର ଶିକ୍ଷୟତ୍ରୀ ସ୍ନେହଲତା ଲେଙ୍କା, ଲକ୍ଷ୍ମୀପ୍ରିୟା ଛୋଟରାୟ, ମାରିୟାମ ସିକ୍ରିକ, ମଧୁଛନ୍ଦା ଭଗତ, ଗୀତାଞ୍ଜଳା ସାହୁ, କମଳା ଦାସ, ସପ୍ରିୟା ସାହୁ, ଶକୁନ୍ତଳା ମହାରଣା ପ୍ରମୁଖ ସ୍ବର୍ଗତ ପ୍ରାଣନାଥ ପଟ୍ଟନାୟକ ଭାରତର ସାଧନତା ଆନ୍ଦୋଳନରେ ଝାସ ଦେବା ସହ ଦେଶର ଭବିଷ୍ୟତ ଛାତ୍ରଛାତ୍ରୀ ମାନଙ୍କୁ ଜଣେ ଜଣେ ସୁନାଗରିକ ଭାବେ ଗଠ କରିବା ପାଇଁ ସାଧନତା ପୁର୍ବରୁ ଜନସାଧାରଣଙ୍କ ସହେଯାଗରେ ଜଟଣୀରେ ହାଇସ୍କୁଲ ପ୍ରତିଷ୍ଠା ତଥା ପରବର୍ତ୍ତୀ ଅବସ୍ଥା ଖୋର୍ଦ୍ଧାରେ ମହାବିଦ୍ୟାଳୟ ପ୍ରତିଷ୍ଠା କରି ଯେଉଁ ଆଦର୍ଶ ସୃଷ୍ଟି କରିଛନ୍ତି ଆଜିର ଛାତ୍ର ସମାଜ ତାଙ୍କ ଆଦର୍ଶରେ ଅନୁପ୍ରାଣି ହୋଇ ସୁନାଗରିକ ହେବା ପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ ବିଦ୍ୟାଳୟ କୃତି ଛାତ୍ର ତାପସ ରଞ୍ଜନ ମୁଦୁଲି ବିଷ୍ଣୁ ପ୍ରସାଦ ସାଇଁ, ଶୁଭଙ୍କର ପ୍ରଧାନ, ବିଶ୍ୱଜିତ ମଙ୍ଗରାଜ ପ୍ରମୁଖଙ୍କୁ ପୁରସ୍କୃତ କରାଯିବା ସହ ବିଦ୍ୟାଳୟର ପ୍ରଧାନ ଶିକ୍ଷ ଭାବେ ନିକଟରେ ଦାୟିତ୍ୱ ଗ୍ରହଣ କରିଥିବା ଝରଣା ସାଇଁଙ୍କୁ ସମ୍ବଦ୍ଧିତ କରିଥିଲେ । ଶେଷରେ ବରିଷ୍ଠ ଶିକ୍ଷକ ନେତା ତ୍ରି ସାମନ୍ତରାୟ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସାଶ୍ବତ କୁମାର ଜେନା, ସଞ୍ଜୟ ଜେନା, ଆଶୁତୋଷ ରାୟ ପ୍

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus ( )
error: Content is protected !!