ଜଟଣୀରେ ଲୋକନାୟକ ଜୟ ପ୍ରକାଶ ନାରାୟଣଙ୍କ ଜୟନ୍ତୀ ପାଳିତ

ଜଟଣୀରେ ଲୋକନାୟକ ଜୟ ପ୍ରକାଶ ନାରାୟଣଙ୍କ ଜୟନ୍ତୀ ପାଳିତ

ଜଟଣୀ (କାଞ୍ଚନଟିଭି/ଆଶୁତୋଷ ରାୟ) ସମ୍ପୂର୍ଣକ୍ରାନ୍ତି ଆନ୍ଦୋଳନର ସ୍ରଷ୍ଟା ଲୋକନାୟକ ଜୟ ପ୍ରକାଶ ନାରାୟଣଙ୍କ ଜୟନ୍ତୀ ଶନିବାର ସନ୍ଧ୍ୟାରେ ସ୍ଥାନୀୟ ବରିଷ୍ଠ ନାଗରିକ ସେବା ସଂଘ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଜଟଣୀ ବରିଷ୍ଠ ନାଗରିକ ସେବା ସଂଘ ଓ ପ୍ରାଣନାଥ ପଟ୍ଟନାୟକ ଫାଉଣ୍ଡେସନ ଆନୁକୁଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ବରିଷ୍ଠ ସାମ୍ବାଦିକ ଅବନୀ ରାଉତରାୟ ପୌରହିତ୍ୟ କରିଥିଲେ । ଭାରତ ବର୍ଷରୁ ଅନ୍ୟାୟ ଅତ୍ୟାଚାର ଭ୍ରଷ୍ଟାଚାର ଦୂର କରିବା ସହିତ ତଥା ଏକଛତ୍ରବାଦୀ ଶାସନ ବ୍ୟବସ୍ଥାକୁ ପରିବର୍ତନ କରି ଦେଶରେ ଗଣତାବିଜ ବ୍ୟବସ୍ଥାକୁ ମଜଭୁତ କରିବା ପାଇଁ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ନେତୃତ୍ବରେ ଭାରତବର୍ଷର ଛାତ୍ର ଓ ଯୁବସମାଜ ସମ୍ପୂର୍ଣକାଠି ଆନ୍ଦୋଳନରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ ଆଜିର ଛାତ୍ର ଓ ଯୁବସମାଜ ସାମାଜିକ ପରିବର୍ତନ ପାଇଁ ଆଗେଇ ଆସିବାକୁ ବକ୍ତାମାନେ ଆହ୍ୱାନ ଦେଇଥିଲେ । ଏହି ଆଲୋଚନାରେ ଅନୁଷ୍ଠାନର ସାଧାରଣ ସଂପାଦକ ଜବାହରଲାଲ ସୁବୁଦ୍ଧି, ବିଜୟରାମ ମହାନ୍ତି, ଭକ୍ତବନ୍ଧୁ ଚୌଧୁରୀ, ବୈଷ୍ଣବ ବରାଳ, ସାମାଦିକ ଧୂରେନ ପ୍ରତିହାରୀ,ଆଡଭୋକେଟ ଶିବ ପ୍ରସାଦ ରଥ, ବାଉରୀବନ୍ଧୁ ସାହୁ, ରାଜେନ୍ଦ୍ର ପ୍ରସାଦ ପଟ୍ଟନାୟକ, କିଶୋର ଚନ୍ଦ୍ର ପାଇକରାୟ, ବିଜୟ କୁମାର ପଣ୍ଡା, ଶେକ୍ ସକିଲ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ପ୍ରାରମ୍ଭରେ ଜୟପ୍ରକାଶ ନାରାୟଣଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା । ଶେଷରେ ବୈଷ୍ଣବ ବରାଳ ଧନ୍ୟବାଦ ଦେଇଥିଲେ ।

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus ( )
error: Content is protected !!