ଜଟଣୀ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି
ଜଟଣୀ:(କାଞ୍ଚନ ଟିଭି/ ଆଶୁତୋଷ ରାୟ) ଆସନ୍ତା କାଲି ଜୁଲାଇ ୯ ତାରିଖରେ ଜଟଣୀ ଆସିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୁ। ନାଇଜର ର ୧୩ତମ ସ୍ନାତକ ସମାରୋହରେ ମୁଖ୍ଯ ଅତିଥିଭାବେ ଯୋଗଦେବେ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୁ। ସମ୍ମାନୀତ ଅତିଥିଭାବେ ଓଡିଶାର ରାଜ୍ଯପାଳ ମାନ୍ଯବର ରଘୁବର ଦାସ, ମୂଖ୍ଯମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଯୋଗଦଦେବାର କାର୍ଯ୍ୟକ୍ରମ ରହିଛି।
ସକାଳ ୧୧.୧୦ ମିନିଟ ସମୟରେ ଆରମ୍ଭ ହେବ ସ୍ନାତକ ସମାରୋହ ଉତ୍ସବ। ଏଥିପାଇଁ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଚଳିତ ବର୍ଷ ୧୫୭ ଜଣଙ୍କୁ ସ୍ନାତକ, ୨୧ ଜଣଙ୍କୁ ଏମ୍ଏସି-ପିଏଚ୍.ଡି ,୭୦ ଜଣଙ୍କୁ ପିଏଚ୍.ଡି ଡିଗ୍ରୀ ପ୍ରଦାନ କରାଯିବ । ଏହା ସହିତ ୧୧ ଜଣଙ୍କୁ ବିଭିନ୍ନ ପଦକ ପ୍ରଦାନ କରାଯିବ। ଏ ବର୍ଷ ରସାୟନ ବିଭାଗର ଛାତ୍ର ଶ୍ରୀମାନ୍ ପ୍ରଣୟ ମହାନ୍ତିଙ୍କୁ ସ୍ବର୍ଣ୍ଣପଦକ ପ୍ରଦାନ କରାଯିବ ବୋଲି ନାଇଜରର କୁଳସଚିବ ଡ. ଅଭୟ ନାୟକ ସୂଚନା ଦେଇଛନ୍ତି।