ଜଟଣୀ ଓକିଲ ସଂଘର ୨୫ ତମ ରୌପ୍ୟ ଜୟନ୍ତୀ

ଜଟଣୀ ଓକିଲ ସଂଘର ୨୫ ତମ ରୌପ୍ୟ ଜୟନ୍ତୀ

ଜଟଣୀ:(କାଞ୍ଚନଟିଭି/ଆଶୁତୋଷ ରାୟ) ଜଟଣୀ ଓକିଲ ସଂଘ ପକ୍ଷରୁ ରୌପ୍ୟ ଜୟନ୍ତୀ ରବିବାର ସଂଧ୍ୟାରେ ସ୍ଥାନୀୟ ଅଗ୍ରୱାଲ ଧର୍ମଶାଳାଠାରେ ଆୟୋଜିତ ହୋଇଯାଇଛି।
ମୁଖ୍ୟଅତିଥି ଭାବେ ଓଡିଶା ଉଚ୍ଚନ୍ୟାୟାଳୟର ବିଚାରପତି ଜଷ୍ଟିସ ସୁଭାସିଶ ତାଳପତ୍ର ଯୋଗଦେଇ ଭାରତୀୟ ସମ୍ବିଧାନର ନ୍ୟାୟିକ ବ୍ୟବସ୍ଥା ଲୋକମାନଙ୍କ ମୌଳିକ ବ୍ୟବସ୍ଥା ରୂପରେ କାର୍ଯ୍ୟ ସମ୍ପାଦନା କରୁଛି। ତେଣୁ ସମାଜରେ ପ୍ରତ୍ୟେକ ବ୍ୟକ୍ତି ବିଶେଷମାନଙ୍କୁ ନ୍ୟାୟ ପ୍ରଦାନ କ୍ଷେତ୍ରରେ ଆଇନଜୀବିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହେଉ।

ଓକିଲ ସଂଘ ସଭପତି ସୁଶୀଲ କୁମାର ମହାନ୍ତିଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୂଖ୍ୟବକ୍ତାଭାବେ ଜଷ୍ଟିସ ଶଶୀକାନ୍ତ ମିଶ୍ର, ପ୍ରାକ୍ତନ ବିଚାରପତି ପ୍ରମଥ ପଟ୍ଟନାୟକ, ଜିଲ୍ଲାଜଜ ନିଷିଥ ନିଶଙ୍କ, ଜଟଣୀ ଜେ ଏମ ଏଫ ସି କୋର୍ଟର ମାଜିଷ୍ଟ୍ରେଟ ହିତେଶ୍ରି ବେହେରା, ବରିଷ୍ଠ ଆଇନଜୀବି ମାନସ ମହାପାତ୍ର ଓ ଦେବୀ ପ୍ରସାଦ ଧଳ ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ।
ଆୟୋଜିତ କାର୍ଯ୍ୟକ୍ରମରେ ସଂଘ ସମ୍ପାଦକ ଶିବ ପ୍ରସାଦ ରଥ ବାର୍ଷିକ ବିବରଣୀ ପାଠ କରିଥିଲେ। ଆସୋସିଏସନ୍ ପକ୍ଷରୁ ‘ଦି ଲ ‘ ନାମକ ସ୍ମରଣୀକା ଉନ୍ମୋଚନ ହୋଇଥିଲା। ସବ ଜଜ କୋର୍ଟ ସ୍ଥାପନ କରିବାକୁ ଦାବି କରାଯାଇଥିଲା। କାର୍ଯ୍ଯକ୍ରମକୁ ଆଇନଜୀବି ଅକ୍ଷୟ କୁମାର ସାହୁ ସଂଯୋଜନା କରିଥିଲା ବେଳେ ଆଇନଜୀବି ଅରୁଣ କୁମାର ସାହୁ , କାହ୍ନୁ ଚରଣ ପ୍ରଧାନ, କୈଳାସ ଶର୍ମା, ଅର୍ଜୁନ ଚରଣ ସାମନ୍ତରାୟ, ପ୍ରଦୀପ ମହାନ୍ତି, ମଧୁସ୍ମିତା ନାୟକ, ଅମରେଶ ରାଉତରାୟ, ଜୟ ପ୍ରକାଶ ତ୍ରିବେଦି, ବିରେନ୍ଦ୍ର ପଟ୍ଟନାୟକ, ଆଶୁତୋଷ ରାୟ , ଟିଲୁ ପ୍ରଧାନ, ଆଶିଷ ମହାପାତ୍ର ଜଟଣୀ ବିକାଶ ପରିଷଦ ପକ୍ଷରୁ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସଭାକୁ ସାଫଲ୍ୟ ମଣ୍ଡିତ କରିବାରେ ସହାୟତା କରିଥିଲେ। ସଭାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus ( )
error: Content is protected !!