ଜଟଣୀ ଗସ୍ତରେ ୫-ଟି ସଚିବ ଭି.କେ ପାଣ୍ଡିଆନ

ଜଟଣୀ ଗସ୍ତରେ ୫-ଟି ସଚିବ ଭି.କେ ପାଣ୍ଡିଆନ

ଜଟଣୀ:(କାଞ୍ଚନ ଟିଭି/ ଆଶୁତୋଷ ରାୟ) ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କେ ପାଣ୍ଡିଆନ୍‌ ଜଟଣୀ ଯିବେରେ ଆସିବେ । ସ୍ଥାନୀୟ ଖୁଦୁପୁର ଖେଳପଡ଼ିଆରେ ଉପସ୍ଥିତ ଲୋକଙ୍କୁ ସମ୍ବୋଧିତ କରିବା ସହ ଅଭିଯୋଗପତ୍ର ଗ୍ରହଣ କରିବେ । ଏଥିପାଇଁ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଆଞ୍ଚଳିକ ଭିଟାମାଟି ସୁରକ୍ଷା ମଞ୍ଚ ଓ ଜଟଣୀ ବ୍ୟବସାୟୀ ସଂଘର ସଭାପତି ସୁଦର୍ଶନ ସୁନ୍ଦରାୟ କହିଛନ୍ତି, ଏଖାରଜାତ ମାହାଲ ଜମି ସମସ୍ୟା ନେଇ ୧୦ଟି ମୌଜା ବାସିନ୍ଦା ୧୨ବର୍ଷ ହେବ ନାନା ସମସ୍ୟା ଦେଇ ଗତି କରୁଛନ୍ତି । ଏହାଛଡ଼ା ମୁଖ୍ୟରାସ୍ତା ପ୍ରଶସ୍ତୀକରଣ ଓ ଫ୍ଲାଇଓଭରବ୍ରିଜ୍‌ ନିର୍ମାଣ ସମୟରେ ଉଚ୍ଛେଦ ହୋଇଥିବା ୫୮୮ ଦୋକାନୀଙ୍କ ଥଇଥାନ ସମସ୍ୟା ଲାଗି ରହିଛି । ଏନେଇ ୫-ଟି ସଚିବଙ୍କୁ ଦରଖାସ୍ତ ଦିଆଯାଇ ସମସ୍ୟା ଦୂର ପାଇଁ ଅନୁରୋଧ କରାଯିବ ବୋଲି ସେ କହିଛନ୍ତି । ସେହିପରି ଦୀର୍ଘଦିନ ହେବ ଏଠାରେ ଟାଉନ୍‌ ଖାସମାହାଲ ଜମି ସମସ୍ୟା ମଧ୍ୟ ରହିଛି । ଏହାର ସମାଧାନ ପାଇଁ ଜଟଣୀ ଟାଉନ୍‌ ଖାସମାହାଲ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଲିଖିତ ଭାବେ ୫-ଟି ସଚିବଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଏହାର କର୍ମକର୍ତ୍ତା କହିଛନ୍ତି । ଜଟଣୀ କଲେଜ ଜମି ସମସ୍ୟା ଦୂର ପାଇଁ ଅନୁରୋଧ କରାଯିବ ବୋଲି ସାମାଜିକ କର୍ମୀ କୈଳାସ ମହାପାତ୍ର କହିଛନ୍ତି ।

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus (0 )
error: Content is protected !!