ଜଟଣୀ ବିକାଶ ପରିଷଦର ପୋଲ ନିର୍ମାଣ ପ୍ରସଙ୍ଗରେ ଦାବିପତ୍ର
ଜଟଣୀ:(କାଞ୍ଚନଟିଭି / ଆଶୁତୋଷ ରାୟ) ଦୀର୍ଘ ଆଠ ବର୍ଷ ଧରି ଚାଲୁ ରହୁଥିବା ଜଟଣୀ ଫ୍ଲାଏ ଓଭରବ୍ରିଜ ନିର୍ମାଣ କାମ ତୁରନ୍ତ ସାରିବାକୁ ଜଟଣୀ ବିକାଶ ପରିଷଦ ପକ୍ଷରୁ ଖୋର୍ଦ୍ଧା ରୋଡ଼ ଡିଆରଏମଙ୍କୁ ଦାବିପତ୍ର ପ୍ରଦାନ। ସୁଚନା ଅନୁଯାଇ ସୀତାରାମ ଛକଠାରେ ଜଟଣୀ ସହର ମୁଖ୍ୟ ରାସ୍ତା ଉପରେ ଫ୍ଲାଏ ଓଭରବ୍ରିଜ ନିର୍ମାଣ ବିଳମ୍ବ ହେଉଛି।
ଯାହା ଫଳରେ ଲୋକମାନେ ଯାତାୟାତରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକମାନେ ଜଟଣୀ ସହର ମୁଖ୍ୟ ରାସ୍ତାରେ ସୀତାରାମ ଛକଠାରୁ କୁଦିଆରି ବଜାରକୁ ଯାତାୟତ କରିବା ପାଇଁ ହଇରାଣ ହରକତ ହେଉଛନ୍ତି। ସୀତାରାମ ଛକ ଅଣ୍ଡରଗ୍ରାଉଣ୍ଡ ରାସ୍ତା ଜାମ ହେଲେ ଲୋକଙ୍କ ଦୁର୍ଦ୍ଦଶା ବଢିଯାଉଛି। ଭିଡ ନିୟନ୍ତ୍ରଣ ଲାଗି ରେଳ ପ୍ରଶାସନ ଓ କମିଶନରେଟ ପୁଲିସ ନାକେଦମ୍ ହେଲାଣି।
୨୦୧୩ ରେ ସୀତାରାମ ଛକଠାରେ ବହୁ ପ୍ରତିକ୍ଷୀତ ଫ୍ଲାଏ ଓଭରବ୍ରିଜକୁ ସଂଯୋଗ କରୁଥିବା ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳର ମୁଖ୍ୟ ରେଳପଥ ଉପରେ ପୋଲ ନିର୍ମାଣ ବିଳମ୍ବିତ ହେଉଥିବାର ଅଭିଯୋଗ ହୋଇଛି।
ଓଭରବ୍ରିଜ୍ ନିର୍ମାଣ କାର୍ଯ୍ୟ ତୁରନ୍ତ ଶେଷ କରିବା ପାଇଁ ଜଟଣୀ ବିକାଶ ପରିଷଦ ଦାବି କରିଛି। ବୁଧବାର ଏହି ମର୍ମରେ ବିକାଶ ପରିଷଦ ପକ୍ଷରୁ ସ୍ଥାନୀୟ ଡିଆରଏମଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା।
ଖୋର୍ଦ୍ଧାରୋଡ଼ ରେଳ ପ୍ରଶାସନ ତା ଅଂଶରେ ପୋଲ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ପରିଷଦକୁ ଉକ୍ତ ଦାବିପତ୍ରରେ ଉଲ୍ଲେଖ କରିଥିଲା। ଡିସେମ୍ବର ଶେଷ ସୁଦ୍ଧା ରେଳ ପ୍ରଶାସନ ଓଭରବ୍ରିଜ୍ ଏବଂ ମାଛ ଓ ପରିବା ବଜାରଠାରେ କୁଦିଆରୀ ବଜାରକୁ ପାଦଚଲା ପୋଲର ନିର୍ମାଣ କାର୍ଯ୍ୟ ଆସନ୍ତା ଜାନୁଆରୀ ମାସ ପ୍ରଥମ ସପ୍ତାହ ସୁଦ୍ଧା ରେଳବାଇ ଅଂଶରେ ଅଟକି ଥିବା କାମ ସମ୍ପୂର୍ଣ କରିବା ସହ
ଜନସାଧାରଣଙ୍କୁ ଉସର୍ଗିକୃତ କରାଯିବ ବୋଲି ଡିଆରଏମ ରିଙ୍କେଶ୍ ରାୟ ବିକାଶ ପରିଷଦକୁ ପ୍ରତିଶ୍ରୁତି ଦେଇଥିବା ପରିଷଦର ସମ୍ପାଦକ ସୁଦର୍ଶନ ସୁନ୍ଦରାୟ ସୂଚନା ଦେଇଛନ୍ତି।
ଜିଲ୍ଲା ବିଜେଡ଼ି ସଭାପତି ତଥା ଜଟଣୀର ପୂର୍ବତନ ବିଧାୟକ ବିଭୁତି ଭୁଷଣ ବଳବନ୍ତରାୟ ବିକାଶ ପରିଷଦ ସହ ସାମିଲ ହୋଇ ଡିଆରଏମଙ୍କୁ ସାକ୍ଷାତକରି ଏ ବିଷୟରେ ଆଲୋଚନା କରିଥିଲେ ।