ଜଟଣୀ ରେ ବିଶ୍ଵ ମାନସିକ ସ୍ଵାସ୍ଥ୍ୟ ଦିବସ ପାଳନ

ଜଟଣୀ ରେ ବିଶ୍ଵ ମାନସିକ ସ୍ଵାସ୍ଥ୍ୟ ଦିବସ ପାଳନ

ଜଟଣୀ:(କାଞ୍ଚନ ଟିଭି/ଆଶୁତୋଷ ରାୟ) ଜଟଣୀ ଉତ୍ତରାୟଣୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଜଟଣୀ ତାଲୁକା ଆଇନ ସେବା କମିଟିର ଅଧକ୍ଷା ତଥା ଜଟଣୀ ପ୍ରଥମ ଶ୍ରେଣୀ କୋର୍ଟର ବିଚାରପତି ମହୋଦୟା ଶ୍ରୀମତି ହିତାଶ୍ରି ବେହେରାଙ୍କ ପୌରହିତ୍ୟରେ ତଥା ଜଟଣୀ ଲୟର୍ସ ଆସୋସିଏସନ୍ ସହଯୋଗରେ ” ବିଶ୍ଵ ମାନସିକ ଦିବସ ” ପାଳିତ ହୋଇ ଯାଇଅଛି।

ଜଟଣୀ ଲାୟାର୍ସ ଆସୋସିଏସନ ଉପ ସଭାପତି ଶ୍ରୀ ସୁଶୀଲ କୁମାର ମହାନ୍ତି , ସଂପାଦକ ଶ୍ରୀ ଅରୁଣ କୁମାର ସାହୁ, ସହ ସଂପାଦକ ତଥା ସାମ୍ବାଦିକ ଶ୍ରୀ ଆଶୁତୋଷ ରାୟ, ଯୁଗ ସଂପାଦକ ଶ୍ରୀ ଅରୁଣ କୁମାର ଦାସ, ପାଠାଗାର ସଂପାଦକ ଶ୍ରୀ ଶିବ ପ୍ରସାଦ ରଥ, କାର୍ଯ୍ୟକାରି ସଦସ୍ୟ ଶ୍ରୀ ଆଶିଷ କୁମାର ମହାପାତ୍ର, ଶ୍ରୀ ରବି କୁମାର ପଣ୍ଡା, ଶ୍ରୀ ପ୍ରଭୂରାମ ପାତ୍ର, ବରିଷ୍ଠ ଉପଦେଷ୍ଟା ଶ୍ରୀ ଅକ୍ଷୟ କୁମାର ସାହୁ , ଅର୍ଜୁନ ସାମନ୍ତରାୟ, ପ୍ରଦୀପ କୁମାର ମହାନ୍ତି, ଉକ୍ତ ବିଦ୍ୟାଳୟ ପରିଚାଳନା ଦାୟିତ୍ୱରେ ଥିବା ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀ ଅକ୍ଷୟ କୁମାର ସାହୁ, ଜଟଣୀ କୋର୍ଟର ଶ୍ରୀ ସୌମ୍ୟକାନ୍ତ ସେଠୀ , ସିଏସଆଇ ସଦସ୍ୟ ଏବଂ ଜଟଣୀ ବରିଷ୍ଠ ନାଗରିକ ସଂଘର ସଦସ୍ୟ ମାନେ ବହୁ ସଂଖ୍ୟାରେ ଉପସ୍ଥିତ ରହି ଉକ୍ତ କାର୍ଯ୍ୟକୁ ସାଫଲ୍ୟ ମଣ୍ଡିତ କରାଇ ଥିଲେ।

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus ( )
error: Content is protected !!